ଡିଜିଟାଲ ମିଡିଆ ଉପରେ ଲାଗିବ ସରକାରୀ କଇଁଚି

ଜାଣନ୍ତୁ କାହିଁକି ଡିଜିଟାଲ କଣ୍ଟେଣ୍ଟ ଉପରେ ନିୟନ୍ତ୍ରଣ ଜରୁରୀ ହୋଇପଡ଼ିଛି

ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ ସିନେମାସବୁ (ପ୍ରତୀକାତ୍ମକ ଫଟୋ)
ପାରମ୍ପରିକ ମିଡିଆ ତ ନିୟମରେ ବନ୍ଧା। କିନ୍ତୁ ଅନଲାଇନ ପ୍ଲାଟଫର୍ମରେ ଏସବୁ ଦେଖିବାକୁ ମିଳେନି। ଦେଶରେ ଅଧିକ ସଂଖ୍ୟକ ଲୋକ ଏବେ ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ ହେଉଥିବା କଣ୍ଟେଣ୍ଟକୁ ବ୍ୟାପକ ଭାବେ ଦେଖିଥାନ୍ତି। ସମ୍ପ୍ରତି ପ୍ରତି ୪ ଜଣରୁ ୩ ଜଣ ଭାରତୀୟ ଓଟିଟି ପ୍ଲାଟଫର୍ମରୁ ସିନେମା ଦେଖିବାକୁ ପସନ୍ଦ କରିଥାନ୍ତି। ଦେଶରେ ଏବେ ଏପରି ଏକ ଘୋଷଣା ହୋଇଛି ଯାହାର ପ୍ରଭାବ ଡିଜିଟାଲ ପ୍ଲାଟଫର୍ମରେ ପ୍ରଦର୍ଶିତ ହେଉଥିବା କଣ୍ଟେଣ୍ଟ ଉପରେ ପଡ଼ିବାକୁ ଯାଉଛି। ସରକାରଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ ଭାରତରେ ଏବେ ଯେତେ ବି ଓଟିଟି ପ୍ଲାଟଫର୍ମ ଅଛି ଏସବୁର ନିୟନ୍ତ୍ରଣ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନିକଟରେ ରହିବ। ଏଭଳି ଏକ ବିଜ୍ଞପ୍ତି ଉପରେ ରାଷ୍ଟ୍ରପତି ସ୍ବାକ୍ଷର କରିସାରିଛନ୍ତି। ଏବେ ଅନଲାଇନରେ ଯେଉଁ କଣ୍ଟେଣ୍ଟ ଆପଣ ଦେଖିବେ ତାହା ଉପରେ ସରକାରଙ୍କ ନଜର ରହିବ। କିଛିଦିନ ତଳେ ସରକାର ସୁପ୍ରିମକୋର୍ଟରେ ସ୍ପଷ୍ଟ ଭାବରେ ସୂଚାଇ ଦେଇଥିଲେ ଯେ ନ୍ୟୁଜ ଚାନେଲ ଉପରେ ନିୟନ୍ତଣ କରିବା ପୂର୍ବରୁ ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି।

ଭାରତରେ ଡିଜିଟାଲ କଣ୍ଟେଣ୍ଟର ବଜାର
ଦେଶରେ ୧୭ କୋଟିରୁ ଅଧିକ ଓଟିଟି ପ୍ଲାଟଫର୍ମ ବ୍ୟବହାରକାରୀ ଥିବା ଜଣାଯାଇଛି। ଏଥିରେ ୨୦୧୯ ମାର୍ଚ୍ଚ ସୁଦ୍ଧା ଦେଶରେ ୫୦୦ କୋଟି ଟଙ୍କାର କାରବାର ହେଉଥିବା ତଥ୍ୟ ସାମ୍ନାକୁ ଆସିଛି। ଭାରତରେ ୪୦୦ କୋଟି ଟଙ୍କାର ଭିଡିଓ ଷ୍ଟ୍ରିମିଂ ବ୍ୟବସାୟ ଜାରି ରହିଛି। ଦିନକୁ ଦିନ ଏହାର ଅଭିବ୍‌ଦ୍ଧି ଦେଖିବାକୁ ମିଳୁଛି।

ନିୟନ୍ତ୍ରଣ

ଅନଲାଇନ କଣ୍ଟେଣ୍ଟ ଉପରେ ସରକାର ନିୟନ୍ତ୍ରଣ ରଖିବା ନିଷ୍ପତ୍ତି ଚୂଡ଼ାନ୍ତ ହୋଇସାରିଛି। ଏହା ଫଳରେ ଅନଲାଇନ ନ୍ୟୁଜ ପ୍ଲାଟଫର୍ମ ଓ ସୋସାଲ ମିଡିଆ ପ୍ଲାଟଫର୍ମ ଉପରେ ସରକାରଙ୍କ ନଜର ରହିବ। ଅନଲାଇନ ପ୍ଲାଟଫର୍ମର କରେଣ୍ଟ ଆଫେୟାର୍ସ କଣ୍ଟେଣ୍ଟ ଉପରେ ମଧ୍ୟ ପ୍ରଭାବ ପଡ଼ିବ। କେବଳ ଆମ ଦେଶରେ ନୁହେଁ ବ୍ରିଟେନରେ ମଧ୍ୟ ଏଭଳି ପ୍ରସଙ୍ଗକୁ ନେଇ ସରକାର କଡ଼ା ଆଭିମୁଖ୍ୟ ରଖିଛନ୍ତି। ପ୍‌ଥକ ଭାବେ ଏକ ସଂସ୍ଥା ଗଠନ କରି ଓଟିଟି ପ୍ଲାଟଫର୍ମ ଉପରେ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରାଯିବାର ନିଷ୍ପତ୍ତି ନିଆଯାଇଛି।

ବ୍ରିଟେନ ଭଳି ଅଷ୍ଟ୍ରେଲିଆ ମଧ୍ୟ ଅନଲାଇନ ପ୍ଲାଟଫର୍ମରେ ସରକାରୀ ଅଙ୍କୁଶର ଆବଶ୍ୟକତା ଅନୁଭବ କରିଛି। ବ୍ରଡକାଷ୍ଟିଂ ସର୍ଭିସ ଆକ୍ଟ ଜରିଆରେ ଅନଲାଇନ କଣ୍ଟେଣ୍ଟ ଉପରେ ଅଷ୍ଟ୍ରେଲିଆ ନିୟନ୍ତ୍ରଣ ପ୍ରୟାସ ହାତକୁ ନେଇଛି। ସିଙ୍ଗାପୁରରେ ମିଡିଆ ଉପରେ ନଜର ରଖିବା ପାଇଁ ଏକ ସଂସ୍ଥା ଗଢ଼ାଯାଇଛି। ଏହି ସଂସ୍ଥା ମିଡିଆର କାର୍ଯ୍ୟକଳାପକୁ ନିରନ୍ତର ନିରୀକ୍ଷଣ କରିବା ସହ ସମୀକ୍ଷା କରୁଛି। ଦେଶରେ ଏଭଳି ନିୟମ ଓ ଅନଲାଇନ କଣ୍ଟେଣ୍ଟର ନିୟନ୍ତ୍ରଣ କରାଯାଉ ନ ଥିଲା। ଓଟିଟି ପ୍ଲାଟଫର୍ମ ନିଜେ କଣ୍ଟେଣ୍ଟ ଉପରେ ନଜର ରଖୁଥିଲେ। ୧୭ଟି କମ୍ପାନୀ ଏକାଠି ମିଶି କଣ୍ଟେଣ୍ଟ ନିୟନ୍ତ୍ରିତ କରିବାର ବୁଝାମଣା କରିଥିଲେ।

ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଭିଡିଓ ଏବଂ ହଟଷ୍ଟାର ଭଳି ସଂସ୍ଥା ଏବଂ ଅନଲାଇନ ନ୍ୟୁଜ ପୋର୍ଟାଲ ଗୁଡ଼ିକ ସମେତ ଫେସବୁକ, ଟ୍ବିଟର ଏବଂ ଇନଷ୍ଟାଗ୍ରାମ ଗୁଡ଼ିକ ଆଗରୁ ମନଇଚ୍ଛା ଖବର, ତଥ୍ୟ, ସୂଚନା, ପରିସଂଖ୍ୟାନ, ଫଟୋ ଆଦି ପ୍ରସାରଣ କରୁଥିଲେ। ଏଥିରେ ହିଂସା, ଯୌନ ଉଦ୍ଦୀପକ ଦ୍‌ଶ୍ୟର ମଧ୍ୟ ପ୍ରସାରଣ ହେଉଥିଲା। ଏହି ପ୍ଲାଟଫର୍ମରେ ରିଲିଜ ହେଉଥିବା ସିନେମା ଓ ସିରିଜ ପାଇଁ ସେନସର ବୋର୍ଡ ସାର୍ଟିଫିକେଟ ଦରକାର ପଡ଼ୁ ନ ଥିଲା। ନେଟଫ୍ଲିକ୍ସ, ହଟଷ୍ଟାର ଓ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ଗୁଡ଼ିକ ନାମରେ ଏକାଧିକ ଅଭିଯୋଗ ଆସିବା ପରେ ସୁପ୍ରିମକୋର୍ଟ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ମତ ଲୋଡ଼ିଥିଲେ। ଅନଲାଇନରେ ଫେକ ନ୍ୟୁଜ ପ୍ରସାରଣ ଦ୍ରୁତଗତିରେ ବଢ଼ୁଥିବାରୁ ଖବର ପୋର୍ଟାଲକୁ ଏଥିରେ ସାମିଲ କରାଯାଇଛି। ଦେଶରେ ସ୍ମାର୍ଟଫୋନର ବହୁଳ ବ୍ୟବହାର ଏବଂ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦ୍ରୁତଗତିରେ ଅନଲାଇନ ସିନେମା, ମନୋରଞ୍ଜନ ଓ ଖବର ପ୍ରସାରଣ ମଧ୍ୟ ବଢ଼ୁଛି। ବର୍ତ୍ତମାନ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୪୩ ପ୍ରତିଶତ ଥିବା ବେଳେ ୨୦୨୦ ସୁଦ୍ଧା ଏହା ୬୨ ପ୍ରତିଶତକୁ ବ୍‌ଦ୍ଧି ପାଇବ। ଏହାକୁ ଦ୍‌ଷ୍ଟିରେ ରଖି ସରକାର କଣ୍ଟେଣ୍ଟକୁ ବିଷାକ୍ତ ଉପାଦାନରୁ ମୁକ୍ତ ରଖିବା ପାଇଁ ଏଭଳି ପ୍ରୟାସ କରିଥିବା କୁହାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ