କର୍ମଜୀବୀ ଦମ୍ପତିଙ୍କ ସମ୍ପର୍କକୁ ସୁଦୃଢ଼ ଓ ମନୋରମ କରିବ ଏସବୁ ଅଭ୍ୟାସ


ଏକ ମଜବୁତ ସମ୍ପର୍କ ପାଇଁ ପ୍ରେମ ଓ ଭରସା ରହିବା ବହୁତ ଦରକାର। କିନ୍ତୁ ଅନେକ ଦମ୍ପତି କର୍ମଜୀବୀ ହୋଇଥିବା କାରଣରୁ ଉଭୟେ ଉଭୟଙ୍କୁ ଯଥେଷ୍ଟ ସମୟ ଦେଇପାରି ନ ଥାନ୍ତି। ଏହି କାରଣରୁ ସମ୍ପର୍କରେ ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଥାଏ। ଏପରିସ୍ଥଳେ କେତେକ ଅଭ୍ୟାସ ଆପଣାଇ ସମ୍ପର୍କରେ ଆସିଥିବା ଫାଟକୁ ଦୂର କରିପାରିବେ। ଏଠାରେ ଏପରି କେତେକ ଟିପ୍ସ ଦିଆଯାଇଛି, ଯାହାକୁ ଆପଣାଇ ସମ୍ପର୍କକୁ ମଜବୁତ କରିବା ସହିତ ଏଣ୍ଟରଟେନିଂ ମଧ୍ୟ କରିପାରିବେ।

ଭରସା ରଖନ୍ତୁ
ଏକ ହେଲଦି ରିଲେସନଶିପରେ ଭରସା ଓ ସମ୍ମାନ ବହୁତ ଗୁରୁତ୍ବପୂର୍ଣ୍ଣ। କାମର ଚାପ ଯୋଗୁ ହୋଇପାରେ ଆପଣଙ୍କ ପାର୍ଟନର ବିଳମ୍ବରେ ଘରକୁ ଫେରିପାରନ୍ତି। ଏପରିସ୍ଥଳେ ତାଙ୍କ ସହିତ ଝଗଡ଼ା କରିବା କିମ୍ବା ଭୁଲ ବୁଝିବା ବଦଳରେ ତାଙ୍କ ଉପରେ ବିଶ୍ବାସ ରଖନ୍ତୁ। ତାଙ୍କ କଥାକୁ ବୁଝି ତାଙ୍କୁ ପ୍ରେମ ଓ ସମ୍ମାନ ଦିଅନ୍ତୁ।

କଥା ହୁଅନ୍ତୁ
ଦମ୍ପତିମାନଙ୍କ ମଧ୍ୟରେ କଥାବାର୍ତ୍ତା କମ ହେଲେ ସମ୍ପର୍କରେ ଫାଟ ଆସିପାରେ। ଅଫିସ କାମ ଚାପରେ ଆପଣ ଦୁହେଁ ବ୍ୟସ୍ତ ରହିପାରନ୍ତି। ତଥାପି ପରସ୍ପର ପାଇଁ ସମୟ ବାହାର କରନ୍ତୁ। ଆପଣମାନେ ଘଣ୍ଟା ଘଣ୍ଟା ଘରେ ବସି କଥା ହେବା ଜରୁରୀ ନୁହେଁ। ବେଳେବେଳେ ପାର୍ଟନରଙ୍କ ସହିତ ଫୋନରେ ହାଲ ଚାଲ ବୁଝନ୍ତୁ। ଏପରି କରିବା ଦ୍ବାରା ତାଙ୍କୁ ଭଲ ଲାଗିବ ଓ ସମ୍ପର୍କ ମଜବୁତ ହେବାକୁ ମଧ୍ୟ ସାହାଯ୍ୟ ମିଳିବ।

ପ୍ରଶଂସା କରନ୍ତୁ
ପରସ୍ପରଙ୍କ ପ୍ରଶଂସା କରିବା ଦ୍ବାରା ମଧ୍ୟ ସମ୍ପର୍କ ମଜବୁତ ହୋଇଥାଏ। ପାର୍ଟନରଙ୍କ ପ୍ରଶଂସା କରିବା ଦ୍ବାରା ସେ ଅନୁଭବ କରିପାରିବେ ଯେ ଆପଣ ତାଙ୍କ ପାଇଁ କେତେ ଜରୁରୀ। ଆପଣ ଚାହିଲେ କାର୍ଡ, ଫୁଲ କିମ୍ବା କୌଣସି ସୁନ୍ଦର ଉପହାର ଦେଇ ମଧ୍ୟ ସାଥୀଙ୍କୁ ସ୍ବତନ୍ତ୍ର ଅନୁଭବ କରାଇପାରିବେ। ଏହା ଆପଣଙ୍କ ସମ୍ପର୍କକୁ ଗଭୀର କରିବାରେ ସାହାଯ୍ୟ କରିବ।

କ୍ବାଲିଟି ଟାଇମ ବିତାନ୍ତୁ
ଆପଣଙ୍କ ପାଖରେ ଯେତେ କାମ ଥିଲେ ବି ସପ୍ତାହରେ ଗୋଟିଏ ଦିନ ପାର୍ଟନରଙ୍କ ପାଇଁ ରଖନ୍ତୁ। ତାଙ୍କ ସହିତ କ୍ବାଲିଟି ଟାଇମ ବିତାନ୍ତୁ। ପରସ୍ପରଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ। ଆପଣ ଘରେ ଏକାଠି ରୋଷେଇ କରିପାରିବେ କିମ୍ବା ସିନେମା ଦେଖିପାରିବେ। ଏହାବ୍ୟତୀତ ବାହାରେ ଯାଇ ବୁଲିବା ମଧ୍ୟ ଏକ ଭଲ ଆଇଡିଆ ହୋଇପାରେ। ଏପରି କରିବା ଦ୍ବାରା ସମ୍ପର୍କ ମଜବୁତ ହେବାରେ ସାହାଯ୍ୟ ମିଳିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ