ଈଶାଙ୍କ କରିସ୍ମା: ଦେଶର ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରୁ ଜଣେ


ଅମ୍ବାନୀ ପରିବାର ନିଜ କାରବାର ପାଇଁ ସାରା ବିଶ୍ବରେ ଜଣାଶୁଣା। ଏସିଆ ତଥା ଭାରତର ସବୁଠୁ ବିତ୍ତଶାଳୀ ବ୍ୟକ୍ତି ଭାବେ ପରିଚିତ ମୁକେଶ ଅମ୍ବାନୀ ବ୍ୟବସାୟ କ୍ଷେତ୍ରରେ ତାଙ୍କ ଦକ୍ଷତାର ପ୍ରମାଣ ଦେଇସାରିଛନ୍ତି। ଏଥିସହ ସେ ତାଙ୍କ ପରିବାରକୁ ମଧ୍ୟ ଏଭଳି ଭାବେ ଅନୁପ୍ରାଣିତ କରିଛନ୍ତି ଯେ ତାଙ୍କ ପତ୍ନୀ ଓ ପିଲାମାନେ ମଧ୍ୟ ସେହି ମାର୍ଗରେ ଆଗକୁ ବଢ଼ିଚାଲିଛନ୍ତି। ଫଳରେ ସେମାନେ ମଧ୍ୟ ଭିନ୍ନ ଏକ ପରିଚୟ ସ୍‌ଷ୍ଟି କରିଛନ୍ତି। ଫର୍ଚ୍ୟୁନ ଇଣ୍ଡିଆ ବୁଧବାର ଭାରତର ସବୁଠାରୁ ଶକ୍ତିଶାଳୀ ବିଜନେସ ୱିମ୍ୟାନ ତାଲିକା ଜାରି କରିଛି। ଏହି ତାଲିକା ମୁତାବକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ମାଲିକ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ଦେଶର ସବୁଠାରୁ ପ୍ରଭାବଶାଳୀ ବିଜନେସ ୱିମ୍ୟାନ ପାଲଟିଛନ୍ତି। ନୀତାଙ୍କ ବ୍ୟତୀତ ଏହି ତାଲିକାରେ ତାଙ୍କ ଝିଅ ଈଶା ଅମ୍ବାନୀଙ୍କ ନାମ ସାମିଲ ହୋଇଛି।

ସୂଚନାଯୋଗ୍ୟ ଯେ ଈଶା ଅମ୍ବାନୀ ନିଜ ଭାଇ ଆକାଶ ଅମ୍ବାନୀଙ୍କ ସହିତ ରିଲାଏନ୍ସର ରିଟେଲ ଓ ଟେଲିକମ ବିଜନେସ ଦେଖାଶୁଣା କରୁଛନ୍ତି। ସେ ଗୁଗଲ, ଫେସବୁକ ଭଳି କମ୍ପାନୀକୁ ଜିୟୋ ପ୍ଲାଟଫର୍ମର ଅଂଶଧନ ବିକ୍ରି କରିବା, ନେଟମେଡସ ଓ ଫ୍ୟୁଚର ରିଟେଲ ଅଂଶଧନ କିଣିବା ଆଦିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଫର୍ଚ୍ୟୁନ ମୋଷ୍ଟ ପାୱାରଫୁଲ ବିଜନେସ ୱିମ୍ୟାନ ତାଲିକାରେ ଈଶା ୧୬ ତମ ସ୍ଥାନ ହାସଲ କରିଛନ୍ତି। ସୂଚନାଯୋଗ୍ୟ ଯେ ଈଶା ଷ୍ଟାନଫୋର୍ଡ ସ୍କୁଲରୁ ଏମବିଏ କରିଛନ୍ତି। ଏଥିସହିତ ସେ ମାକକିନସେରେ ବିଜନେସ ଆନାଲିଷ୍ଟ ପଦବୀରେ ମଧ୍ୟ କାମ କରିଛନ୍ତି। ଈଶାଙ୍କୁ ସବୁବେଳେ ତାଙ୍କ ପରିବାର ସହିତ ଅନେକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳେ। ସେ ଅନେକଗୁଡ଼ିଏ ଚାରିଟେବଲ ଇଭେଣ୍ଟରେ ମଧ୍ୟ ଭାଗ ନେଇଥାନ୍ତି। କେବଳ ଏତିକି ନୁହେଁ ଈଶା ଭାରତୀୟ କଳାକୁ ପ୍ରମୋଟ କରିବା ପାଇଁ ରିଲାଏନ୍ସ ଆର୍ଟ ଫାଉଣ୍ଡେସନର ମଧ୍ୟ ମୂଳଦୁଆ ପକାଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ