୧୮ ବର୍ଷରେ ପାଦ ଦେଉଛନ୍ତି ତ କରନ୍ତୁ ଏସବୁ କାମ


୧୮ ବର୍ଷରେ ପାଦଦେବା ପରେ ଅନେକ ଯୁବତୀ ମନେକରନ୍ତି ଯେ ସେମାନଙ୍କ ହାତକୁ ଆସିଯାଇଛି ଯାଦୁର ଛଡ଼ି। ପାର୍ଟନର ବାଛିବାରେ ସେମାନେ ଏବେ ସ୍ବାଧୀନ। କିନ୍ତୁ ଏହା ଭାବିବା ପୂର୍ବରୁ ପ୍ରଥମେ ନିଜର ସାମର୍ଥ୍ୟକୁ ପରଖି ନେବା ଉଚିତ। ୧୮ ବର୍ଷର ଜନ୍ମଦିନ ପାଳନ ପୂର୍ବରୁ ଆପଣ ଏପରି କିଛି ଅନୁଭବ ହାସଲ କରନ୍ତୁ ଯାହା ଆପଣଙ୍କ ଆତ୍ମବିଶ୍ବାସ ବୃଦ୍ଧିରେ ସହାୟକ ହୋଇପାରିବ।

କିଛି ଛୋଟ ମୋଟ କାମ ଅଛି ଯାହା ପାଇଁ ସ୍ବାଧୀନଚେତା ଝିଅଟିଏ ମଧ୍ୟ ଅନ୍ୟର ସାହଯ୍ୟ ଲୋଡ଼ିଥାଏ। ଯେପରିକି ଟାୟାର ଟ୍ୟୁବ ବଦଳାଇବା, ଫ୍ୟୁଜ ବଲ୍‌ବ ବଦଳାଇବା, ଗ୍ୟାସ ସିଲିଣ୍ଡରର ପାଇପ୍‌ ବଦଳାଇବା ଇତ୍ୟାଦି। ଏହା ଛୋଟିଆ କାମ କିନ୍ତୁ ଜରୁରୀ କାମ ଯାହା ଶିଖିଥିଲେ ଆପଣଙ୍କର କିଛି କାମ ଅଟକିବନି ବରଂ ଆତ୍ମବିଶ୍ବାସ ବଢ଼ିବ।

ଏକା ଅଛନ୍ତି ବୋଲି ଦୁଃଖୀ ହୁଅନ୍ତୁନି। ସିନେମା ହଲରୁ ଏକା ଟିକେଟ ନିଅନ୍ତୁ। ଅନ୍ଧାରରେ ଏକାକୀ ଚେୟାରରେ ବସି ଭାବପ୍ରବଣ ହୁଅନ୍ତୁ। ଏଥିରେ ଅଲଗା ମଜା ଅଛି। ଆପଣ ଯେତେ ପାରିବେ କାନ୍ଦନ୍ତୁ, ହସନ୍ତୁ। ଏକାକୀ କିଛି ଜାଗାକୁ ବୁଲିବାକୁ ଯାଆନ୍ତୁ। ନୂଆ ନୂଆ ଅଭିଞତା ସାଉଁଟନ୍ତୁ। ଆଖପାଖର ରେସ୍ତୋରାଁକୁ ଯାଇ ଏପରି କିଛି ନୂଆ ବ୍ୟଞ୍ଜନ ମାଗନ୍ତୁ ଯାହା ଆପଣ ପୂର୍ବରୁ ଖାଇ ନାହାନ୍ତି। ବିଦେଶୀ ଖାଦ୍ୟ ମଗାଇ ତା’ର ସ୍ବାଦ ପରଖି ପାରିବେ। ଯଦି ପକେଟକୁ ସୁହାଉଛି ତେବେ ମ୍ୟୁଜିକ ଫେଷ୍ଟିଭାଲରେ ଯୋଗଦିଅନ୍ତୁ। ଅନୁଭବକୁ ନିଜ ବ୍ଲଗ୍‌ରେ ଲେଖନ୍ତୁ। କିଛି ନୂଆ ନୂଆ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତୁ। କିଚେନ୍‌ରେ ମନ ପସନ୍ଦର ସଂଗୀତର ମଜା ନେଇ ସ୍ବାସ୍ଥ୍ୟପ୍ରଦ, ମହକରେ ଭରା ତୁରନ୍ତ ବ୍ୟଞ୍ଜନ ପ୍ରସ୍ତୁତ କରି ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଭାଗୀଦାର କରାନ୍ତୁ। ଏସବୁ କାମଗୁଡ଼ିକ କରିବା ସମୟରେ ନିଜର ନିରାପତ୍ତା, ସୁରକ୍ଷା ଓ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ କରନ୍ତୁ। ଏହା ୧୮ ବର୍ଷ ପରର ଜୀବନକୁ ରୋମାଞ୍ଚିତ କରାଇବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ