ଯୁବକଙ୍କ କମାଲ: ଅଟୋରେ ତିଆରି କଲେ ସୁନ୍ଦର ଘର


ଯଦି କେହି କୌଣସି କାମ ପାଇଁ ମନ ସ୍ଥିର ନିଶ୍ଚିତ କରନ୍ତି, ତେବେ ତାଙ୍କ ପାଇଁ କୌଣସି କାମ ଅସମ୍ଭବ ହୋଇ ନ ଥାଏ। ନିଜର ଦକ୍ଷତା ବଳରେ ଏଭଳି କିଛି କାରନାମା କରି ଦେଖାଇଛନ୍ତି ଚେନ୍ନାଇର ଜଣେ ବ୍ୟକ୍ତି। ଏହି ଯୁବକ ଜଣକ ଏକ ଅଟୋରେ ହିଁ ସୁନ୍ଦର ଘର ନିର୍ମାଣ କରିଛନ୍ତି। ୨୩ ବର୍ଷୀୟ ଏହି ଯୁବକଙ୍କ ନାମ ଅରୁଣ ପ୍ରଭୁ। ଅରୁଣଙ୍କ ଏହି କାମକୁ ଏବେ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି। ଅରୁଣ ଅଟୋରେ ତିଆରି କରିଥିବା ଘରେ ସବୁ ପ୍ରକାରର ସୁବିଧା ସୁଯୋଗ ରହିଛି। ଏହି ଘରେ ବେଡରୁମ, କିଚେନ, ଲିଭିଂ ରୁମ, ଟଏଲେଟ ଆଦି ସବୁ ପ୍ରକାରର ସୁବିଧା ରହିଛି। ଏଥିସହିତ ପାଣି ଟାଙ୍କି ଓ ଟେଣ୍ଟହାଉସରେ ୬୦୦ ୱାଟର ସୋଲାର ପ୍ୟାନେଲ ମଧ୍ୟ ରହିଛି।

ଅରୁଣ ସୋଲୋ ୦୧ ନାମକ ଏହି ୩୬ ବର୍ଗ ଫୁଟର ପୋର୍ଟେବଲ ଘର ନିର୍ମାଣ କରିବାରେ ୧ ଲକ୍ଷ ଟଙ୍କା (ଅଟୋ ରିକ୍ସା ଖର୍ଚ୍ଚକୁ ଛାଡ଼ି) ଖର୍ଚ୍ଚ କରିଛନ୍ତି। ଅରୁଣ କହିଛନ୍ତି ଯେ ସେ ତିଆରି କରିଥିବା ଅଟୋ ରିକ୍ସା ଘରେ ଦୁଇ ଜଣ ବୟସ୍କଙ୍କ ସମସ୍ତ ଆବଶ୍ୟକତାକୁ ପୂରଣ କରାଯାଇପାରିବ। ଅରୁଣଙ୍କୁ ଏହି ପ୍ରେରଣା ବସ୍ତି ଓ ବେଘର ଲୋକଙ୍କୁ ଦେଖି ମିଳିଥିଲା। ଅରୁଣ ବର୍ଷ ୨୦୧୯ରେ ଚେନ୍ନାଇ ଓ ମୁମ୍ବାଇର ବସ୍ତିରେ ବସବାସ କରୁଥିଲେ। ଏହାପରେ ଅରୁଣ ଅନୁଭବ କରିଥିଲେ ଯେ ଏକ କୁଡ଼ିଆ ଘର ତିଆରି କରିବା ପାଇଁ ଅତିକମରେ ୪ରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ନିଜର ଏହି ପୋର୍ଟେବଲ ହାଉସ ତିଆରି କରିବା ଲାଗି ଅରୁଣଙ୍କୁ ୫ରୁ ୬ ମାସ ସମୟ ଲାଗିଥିଲା। ଏହି ଅଟୋ ରିକ୍ସା ଘରର ଫଟୋ ସମସ୍ତଙ୍କୁ ଚକିତ କରି ଦେଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ