ଓଡ଼ଶରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ


ଓଡ଼ଶ ଏଭଳି ଏକ ଜୀବ, ଯାହା ମଣିଷ ରକ୍ତ ପିଇଥାଏ। ଏହାକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିବା ଲାଗି ଓଡ଼ଶମାରୀ ଔଷଧର ବ୍ୟବହାର ଦୁଇରୁ ୩ ଥର କରିବାକୁ ପଡ଼ିଥାଏ। ଗୋଟିଏ ଓଡ଼ଶ ଜୀବନକାଳରେ ପାଖାପାଖି ୫୦୦ ଅଣ୍ଡା ଦେଇଥାଏ। ଏଠାରେ ଏପରି କେତେକ ଘରୋଇ ଉପାୟ ଦିଆଯାଇଛି, ଯାହା ସାହାଯ୍ୟରେ ଓଡ଼ଶରୁ ମୁକ୍ତି ମିଳିପାରିବ।

ପୋଦିନା ପତ୍ର

ପୋଦିନା ପତ୍ରର ଗନ୍ଧ ଓଡ଼ଶ ଆଦୌ ପସନ୍ଦ କରନ୍ତିନି। ଏହି ଗନ୍ଧରେ ସେମାନେ ମରିଯାଇଥାନ୍ତି। ଯେଉଁ ସ୍ଥାନରେ ଓଡ଼ଶ ହେଉଛନ୍ତି, ସେଠାରେ ନିୟମିତ ବ୍ୟବଧାନରେ ବଦଳାଇ ପୋଦିନା ପତ୍ର ରଖିବା ଦ୍ବାରା ମଧ୍ୟ ସେମାନେ ମରିଯିବେ। ଆପଣ ଚାହିଲେ ଏହାର ସ୍ପ୍ରେ ତିଆରି କରି ସିଞ୍ଚି ପାରିବେ।

ଓଡ଼ଶମାରୀ ଔଷଧ
ଓଡ଼ଶ ଫର୍ଣ୍ଣିଚର, ଖଟ, ଗଦି, ବିଛଣା ଆଦିରେ ହୋଇଥାନ୍ତି। ତେଣୁ ଏସବୁ ସ୍ଥାନରେ ଥିବା ଛିଦ୍ରକୁ ବନ୍ଦ କରିଦିଅନ୍ତୁ। ଏହାପରେ ଓଡ଼ଶ ମରା ଔଷଧ ସିଞ୍ଚନ୍ତୁ। ଏପରି କରିବା ଦ୍ବାରା ଓଡ଼ଶ ଲୁଚିବାକୁ କୌଣସି ସ୍ଥାନ ମିଳିବ ନାହିଁ।

ଷ୍ଟିମ
ଷ୍ଟିମ କରିବା ପାଇଁ ଆପଣ ହାର୍ଡୱେୟାର ଷ୍ଟୋରରୁ ଡିଭାଇସ ଆଣିପାରିବେ। ଏହି ଡିଭାଇସ ଷ୍ଟିମ ଜେନେରେଟ କରିଥାଏ। ଏହାବ୍ୟତୀତ ଆପଣ ଫ୍ଲେକ୍ସିବଲ ଟ୍ୟୁବ ଆଟାଚ କରି ଏକ ସିମ୍ପଲ ଇଲେକ୍ଟ୍ରିକ କେଟଲକୁ ମଧ୍ୟ ଷ୍ଟିମ ମେସିନ ଭାବେ ବ୍ୟବହାର କରିପାରିବେ। ଓଡ଼ଶ ଅଣ୍ଡା ଥିବା ସମସ୍ତ ସ୍ଥାନରେ ଷ୍ଟିମ କରନ୍ତୁ। ଯାହାଫଳରେ ଓଡ଼ଶ ଅଣ୍ଡାସବୁ ନଷ୍ଟ ହୋଇଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ