ଜୋମାଟୋ ଗାର୍ଲ ଆସମା ଫୁଡ ଡେଲିଭରୀ ପାଇଁ ଛାଡ଼ିଥିଲେ ଚାକିରି


ଜୋମାଟୋର ଡେଲିଭରୀ ଗାର୍ଲ ଆସମା ଶେଖ ଚାକିରି ଛାଡ଼ି ଫୁଡ ଡେଲିଭରୀ କାମ କରୁଛନ୍ତି। ଗତବର୍ଷ ପ୍ରବଳ ବର୍ଷା ପାଇଁ ହୋଇଥିବା ବନ୍ୟା କାରଣରୁ ଆସମାଙ୍କ ପରିବାରର ବେପାର ପ୍ରଭାବିତ ହୋଇଥିଲା। ଏଥିପାଇଁ ତାଙ୍କ ପରିବାରକୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଥିଲା। ପରିବାର ପାଖରେ ଜୀବନଯାପନ କରିବା ଲାଗି କୌଣସି ବିକଳ୍ପ ମଧ୍ୟ ନ ଥିଲା। ତେଣୁ ଆସମାଙ୍କ ପରିବାର ପୁନେ ଚାଲି ଆସିବାକୁ ନିଷ୍ପତ୍ତି ନେଇଥିଲେ। ଏଠାକୁ ଆସିବା ପରେ ଆସମା କଲ ସେଣ୍ଟରରେ କାମ କରିବା ଆରମ୍ଭ କଲେ। ଏହାଦ୍ବାରା ତାଙ୍କ ପରିବାରର ଆର୍ଥିକ ସମସ୍ୟାର ଧିରେ ଧିରେ ସମାଧାନ ହେବାରେ ଲାଗିଥିଲା। ଇତିମଧ୍ୟରେ ଆସମା ଚିନ୍ତା କରିଥିଲେ ପରିବାରର ଆର୍ଥିକ ସ୍ଥିତି ସୁଧାରିବା ଲାଗି ତାଙ୍କୁ ଅତିରିକ୍ତ କାମ କରିବା ଜରୁରୀ।

ପରିବାରର ଦାୟିତ୍ବ ନିଜ ମୁଣ୍ଡ ଉପରକୁ ନେଇ ଆସମା ଜୋମାଟୋରେ ଫୁଡ ଡେଲିଭରୀ କାମ ଆରମ୍ଭ କରିଥିଲେ। ପରିବାର ଲୋକ ମଧ୍ୟ ତାଙ୍କୁ ଏହି କାମରେ ସହଯୋଗ କରିଥିଲେ। ଆସମା ସମସ୍ତ ଆହ୍ବାନକୁ ସାମ୍ନା କରିବା ପାଇଁ ଦୃଢ଼ ନିଶ୍ଚିତ ହୋଇଯାଇଥିଲେ। ତେଣୁ ଫୁଡ ଡେଲିଭରୀ କ୍ଷେତ୍ରରେ ସେ ପାଦ ଥାପିଥିଲେ। ସେ କଲ ସେଣ୍ଟର ଚାକିରି ମଧ୍ୟ ଛାଡ଼ି ଦେଇଥିଲେ। ଆସମା ଫୁଡ ଡେଲିଭରୀ ପାଇଁ ଦୁଇଟି ଶିଫ୍ଟରେ କାମ କରିବା ଆରମ୍ଭ କରିଥିଲେ। ସେ ତାଙ୍କ ପତିଙ୍କ ସହିତ କାମ କରିବା ଆରମ୍ଭ କରିଥିଲେ। ପତି ପତ୍ନୀ ଉଭୟ ସକାଳ ୯ଟାରୁ ମଧ୍ୟାହ୍ନ ୨ଟା ଯାଏ ଓ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏ କାମ କରିଥାନ୍ତି। ଆସମା ନିଜ ଆତ୍ମବିଶ୍ବାସ ବଳରେ ତାଙ୍କ କାମକୁ ଆହୁରି ଉନ୍ନତ କରିବାରେ ଲାଗିଛନ୍ତି। ସେ ତାଙ୍କ କାମ ପ୍ରତି ବେଶ ଦାୟିତ୍ବବାନ।

ଆସମା କୋରୋନା ଭଳି ମହାମାରୀ ସମୟରେ ମଧ୍ୟ ସାହସପୂର୍ଣ୍ଣ ପଦକ୍ଷେପ ଉଠାଇଥିଲେ। ସେ ତାଙ୍କ ପତିଙ୍କ ସହିତ ଫୁଡ ଡେଲିଭରୀ କାମ ଜାରି ରଖିଥିଲେ। ଘରକୁ ଫେରିବା ପରେ ସେମାନେ ଦିନରେ କେତେ ଫୁଡ ଡେଲିଭରୀ ଦେଲେ, କେତେ ଆୟ କଲେ ସେ ସମ୍ପର୍କରେ ଆଲୋଚନା କରିଥାନ୍ତି। ଏହାଦ୍ବାରା ଆସମାଙ୍କ ପରିବାର ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିଛି। ଆସମା କହିଛନ୍ତି ଯେ ମହିଳାଙ୍କ ପାଇଁ ଫୁଡ ଡେଲିଭରୀ କାମ ବହୁତ ଚ୍ୟାଲେଞ୍ଜପୂର୍ଣ୍ଣ। ଏଥିରେ ସାହସ ଓ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପଡ଼େ। ଏଥିରେ ଆତ୍ମବିଶ୍ବାସ ଜରୁରୀ। ମହିଳାଙ୍କୁ ପ୍ରତ୍ୟେକ ପରିସ୍ଥିତି ସହିତ ଲଢ଼ିବାର ନିଶା ରହିବା ଜରୁରୀ ବୋଲି ଆସମା କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ