ନୁଡଲ୍ସ ସ୍ପ୍ରିଙ୍ଗ ରୋଲ ସହିତ କରନ୍ତୁ ଦିନର ଆରମ୍ଭ


ଯଦି ଆପଣ ସ୍ବାଦିଷ୍ଟ ବ୍ରେକଫାଷ୍ଟ ଖାଇବାକୁ ଚାହୁଛନ୍ତି, ତେବେ ଏଠାରେ ନୁଡଲ୍ସ ସ୍ପ୍ରିଙ୍ଗ ରୋଲର ରେସିପି ଦିଆଯାଇଛି। ଏହା ତିଆରି କରିବା ବହୁତ ସହଜ। ଏହାକୁ ଆପଣ ସହଜରେ ଘରେ ତିଆରି କରିପାରିବେ।

କ’ଣ ଦରକାର
୧ କପ ମଇଦା, ଦରକାର ଅନୁସାରେ ଲୁଣ, ୨ ଚାମଚ ତେଲ, ଷ୍ଟଫିଙ୍ଗ ପାଇଁ ୧ କପ ସିଝା ନୁଡଲ୍ସ, ୧ କପ ଛୋଟ ଛୋଟ କଟାଯାଇଥିବା ବନ୍ଧା କୋବି, ଏକ ଚତୁର୍ଥାଂଶ କପ ପନୀର, ଏକ ଚତୁର୍ଥାଂଶ କପ କଟା କ୍ୟାପସିକମ, ଏକ ତୃତୀୟାଂଶ କପ ଗ୍ରୀନ ମଟର, ଅଧ ଚାମଚ ଅଦା ପେଷ୍ଟ, ୨ଟି କଟା କଞ୍ଚା ଲଙ୍କା, ୧ ଚାମଚ ସୋୟା ସସ, ୧ ଚାମଚ ଲେମ୍ବୁ ରସ ବା ଭିନେଗାର, ୨ ଚିମୁଟା ଗୋଲମରିଚ ଗୁଣ୍ଡ, ଆବଶ୍ୟକ ଅନୁସାରେ ତେଲ ଓ ମଇଦାର ଅଳ୍ପ ଗାଢ଼ ଘୋଳ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ମଇଦାରେ ଅଳ୍ପ ତେଲ ଓ ଲୁଣ ମିଶାଇ ଗରମ ପାଣିରେ ଅଟା ଭଳି ଚକଟନ୍ତୁ। ଏହାକୁ ଘୋଡ଼ାଇ କିଛି ସମୟ ଅଲଗା ରଖନ୍ତୁ। ଏହାପରେ ଏକ କଡ଼େଇରେ ତେଲ ଗରମ କରନ୍ତୁ। ଏଥିରେ ଅଦା ପେଷ୍ଟ ଓ କଞ୍ଚା ଲଙ୍କା ପକାଇ ଭାଜନ୍ତୁ। ଏହାପରେ ଗ୍ରୀନ ମଟର, କ୍ୟାପସିକମ, ବନ୍ଧାକୋବି ପକାଇ ଦୁଇ ମିନିଟ ଯାଏ ଭାଜନ୍ତୁ। ଏହାପରେ ବଳକା ସମସ୍ତ ସାମଗ୍ରୀକୁ ପକାଇ କିଛି ସମୟ ଆହୁରି ଭାଜନ୍ତୁ। ମଇଦାକୁ ଗୁଳା କରି ରୁଟି ଭଳି ବେଲନ୍ତୁ। ଏହାର ଦୁଇପାର୍ଶ୍ବ ହାଲୁକା ସେକି ଦିଅନ୍ତୁ। ଏହି ରୁଟିରେ ଷ୍ଟଫିଂ ସାମଗ୍ରୀକୁ ବିସ୍ତାର କରି ରଖି ମଇଦା ଘୋଳରେ କୋଣଗୁଡ଼ିକ ବନ୍ଦ କରନ୍ତୁ। ଏବେ ଗରମ ତେଲରେ କ୍ରିସପି ହେବା ଯାଏ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ନୁଡଲ୍ସ ସ୍ପ୍ରିଙ୍ଗ ରୋଲ। ଏହାକୁ ଟମାଟୋ ସସ ସହିତ ଗରମ ଗରମ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ