ମୁସଲିମମାନେ ବିବାଦୀୟ କାର୍ଟୁନଠାରୁ ଦୂରେଇ ରହିବା ଉଚିତ: ଫ୍ରେଞ୍ଚ୍‌ ନେତା


ପ୍ୟାରିସ୍: ନିକଟରେ ପ୍ୟାରିସରେ ଇସଲାମ୍ ଧର୍ମ ପ୍ରଚାରକ ମହମ୍ମଦଙ୍କ କାର୍ଟୁନ୍ ଦେଖାଇବା ଅଭିଯୋଗରେ ଜନୈକ ଚେଚନ୍ୟା ଛାତ୍ର ମୁଣ୍ଡ କାଟିବା ଭଳି ଅପରାଧ ଘଟାଇଥିଲେ। ଉକ୍ତ ୧୮ ବର୍ଷୀୟ ଚେଚେନ୍ୟା ଶରଣାର୍ଥୀ ଛାତ୍ର ଜଣକ ଶିକ୍ଷକଙ୍କ ବିରୋଧରେ ସୋସାଲ୍ ମିଡିଆରେ ଅଭିଯାନ ଆରମ୍ଭ କରିବା ସହ ଶେଷରେ ତାଙ୍କ ମୁଣ୍ଡ କାଟିଦେଇଥିଲା। ଏପରି ଏକ ଘଟଣା ସମଗ୍ର ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ମୁସଲିମ୍ ଧର୍ମାବଲମ୍ବୀମାନେ କୌଣସି ପ୍ରକାର ବିବାଦୀୟ କାର୍ଟୁନ୍‌ରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଫ୍ରାନ୍ସର ଜଣେ ମୁସଲିମ୍ ନେତା। ଫ୍ରାନ୍ସରେ କାର୍ଟୁନ୍ ଚିତ୍ର ପ୍ରଦର୍ଶନ ପାଇଁ ଅନୁମତି ଦିଆଯାଇଥିଲେ ହେଁ ମୁସଲିମ୍ ଧର୍ମାବଲମ୍ବୀମାନେ ଏହାକୁ ବିରୋଧ କରିଆସିଛନ୍ତି। କେତେକ ମୁସଲିମ୍ ବହୁଳ ଦେଶରେ ରାଜନେତା ଓ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିବିଶେଷ ମଧ୍ୟ ଫ୍ରେଞ୍ଚ୍‌ ନେତାଙ୍କ ବିରୋଧରେ ଆପିଜନକ ମନ୍ତବ୍ୟ ଦେଉଛନ୍ତି। ସେମାନଙ୍କୁ ଇସଲାମ ଧର୍ମବିରୋଧୀ କହିବା ସହ ଫ୍ରେଞ୍ଚ୍‌ ଦ୍ରବ୍ୟ ବର୍ଜନ ପାଇଁ ମଧ୍ୟ ନାରା ଦେଉଛନ୍ତି।

ଏପରି ପରିସ୍ଥିତିରେ ମୁସଲିମ୍ ଧର୍ମ ସହ ଜଡ଼ିତ ଫ୍ରେଞ୍ଚ୍‌ କାଉନସିଲ୍ ମୁଖ୍ୟ ମହମ୍ମଦ ମୌସାଓଇ କହିଛନ୍ତି ଯେ ଏପରି କାର୍ଟୁନ୍ ଚିତ୍ର ଫ୍ରେଞ୍ଚ୍‌ ଆଇନ ଅନୁସାରେ ବୈଧ। ସେହିପରି ଫ୍ରେଞ୍ଚ୍‌ ଆଇନ ମଧ୍ୟ ଏପରି କାର୍ଟୁନ୍ ଚିତ୍ର କରୁଥିବା ବ୍ୟକ୍ତିଙ୍କୁ ପସନ୍ଦ କିମ୍ବା ଘୃଣା କରିବାକୁ ମଧ୍ୟ ବାଧ୍ୟ କରେ ନାହିଁ ବୋଲି ମୌସାଓଇ ଜାରି ଏକ ବିବୃତିରେ କହିଛନ୍ତି। ଏହି ଅବସରରେ ମୌସାଓଇ ଇସଲାମ୍ ଧର୍ମାବଲମ୍ବୀମାନଙ୍କୁ ମହମ୍ମଦଙ୍କ ପରି ଧୈର୍ଯ୍ୟବାନ ହେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଏକଦା ମହମ୍ମଦଙ୍କୁ ତାଙ୍କର ଜଣେ ସମାଲୋଚକ ଅସୁନ୍ଦର ବୋଲି କହିଥିଲେ ହେଁ ସେ ଏହାକୁ ଅଣଦେଖା କରିଥିଲେ। ତେଣୁ ମହମ୍ମଦଙ୍କ ପରି ଇସଲାମ୍ ଧର୍ମାବଲମ୍ବୀମାନେ ଏପରି ବିବାଦୀୟ କାର୍ଟୁନ୍ଠାରୁ ନିଜକୁ ଦୂରେଖ ରଖିବା ଉଚିତ। ଏହିପରି କାର୍ଟୁନର ସେମାନଙ୍କ ଧର୍ମ ପ୍ରଚାରକ ମହମ୍ମଦଙ୍କ ସହ କୌଣସି ସମ୍ପର୍କ ନାହିଁ ବୋଲି ସେମାନେ ବିଚାର କରିବା ଉଚିତ ବୋଲି ମୌସାଓଇ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ