ଏହି ମନ୍ଦିରରେ ପୂଜା ପାଉଛନ୍ତି ମହାବୀରଙ୍କ ଯୁଗ୍ମ ପ୍ରତିମା: ହୋଇଥାଏ ସବୁ ମନସ୍କାମନା ପୂରଣ


ଦେଶରେ ଲୋକପ୍ରିୟ ହନୁମାନ ମନ୍ଦିର ମଧ୍ୟରେ ଗୋଟିଏ ହେଉଛି ପାଟନାସ୍ଥିତ ମହାବୀର ମନ୍ଦିର। ଏହା ମନସ୍କାମନା ମନ୍ଦିର ଭାବେ ଜଣାଶୁଣା। ଏଠି ରାମଭକ୍ତ ହନୁମାନଙ୍କ ଯୁଗ୍ମ ପ୍ରତିମା ପୂଜା ପାଉଛନ୍ତି। ପାଟନା ରେଳ ଷ୍ଟେସନ ନିକଟରେ ଅବସ୍ଥିତ ମହାବୀର ମନ୍ଦିରର ଖ୍ୟାତି ଦେଶ ବିଦେଶରେ ରହିଛି। ଏଠାରେ ଭକ୍ତଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ। ଏହି ନୂଆ ଭବ୍ୟ ମନ୍ଦିରର ଜୀର୍ଣ୍ଣୋଦ୍ବାର ୧୯୮୩ରୁ ୧୯୮୫ ମଧ୍ୟରେ କରାଯାଇଥିଲା।

ଏହି ମନ୍ଦିରରେ ରାମଭକ୍ତ ହନୁମାନଙ୍କ ଯୁଗ୍ମ ପ୍ରତିମା ଏକାଠି ରହିଛନ୍ତି। ପ୍ରଥମଟି ହେଉଛି ‘ପରିତ୍ରାଣାୟ ସାଧୁନାମ’ ଯାହାର ଅର୍ଥ ହେଉଛି ଉତ୍ତମ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ଓ ଦ୍ବିତୀୟଟି ‘ବିନାଶାୟ ଚ ଦୁଷ୍କୃତାମ’ ଯାହାର ଅର୍ଥ ହେଉଛି ଦୁଷ୍ଟ ବ୍ୟକ୍ତିଙ୍କ ଖରାପ କାମ ଦୂର କରିବା। ହିନ୍ଦୁମାନଙ୍କ ଆସ୍ଥାର ଏହା ଏକ ସବୁଠାରୁ ବଡ଼ କେନ୍ଦ୍ର ବୋଲି କୁହାଯାଏ। ପ୍ରତ୍ୟେକ ବର୍ଷ ଏହି ମନ୍ଦିରକୁ ଲକ୍ଷାଧିକ ଲୋକ ପୂଜାର୍ଚ୍ଚନା କରିବାକୁ ଆସିଥାନ୍ତି। ଉତ୍ତର ଭାରତର ପ୍ରସିଦ୍ଧ ମନ୍ଦିର ଭାବେ ଏହା ଅନ୍ୟତମ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ