ଭୋଜନ ସମୟରେ ପିଅନ୍ତୁନି କୋଲ୍ଡ ଡ୍ରିଙ୍କସ କିମ୍ବା ଜୁସ


ଜଳ ହିଁ ଜୀବନ। ପାଣି ସ୍ବାସ୍ଥ୍ୟ ପାଇଁ ବେଶ ଫାଇଦା ଦେଇଥାଏ। ଏହାଦ୍ବାରା ଅନେକ ରୋଗ ଦୂର ହୋଇଥାଏ। କିନ୍ତୁ ଜାଣିଛନ୍ତି କି ଖାଦ୍ୟ ଖାଇବା ପରେ ବା ମଝିରେ ପାଣି ପିଇବା ଦ୍ବାରା ପାଚନ କ୍ରିୟା ଉପରେ ଖରାପ ପ୍ରଭାବ ପଡ଼ିଥାଏ। ତେଣୁ ଖାଇବାର ଘଣ୍ଟାଏ ପରେ ହିଁ ପାଣି ପିଅନ୍ତୁ।

ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଆନ୍ତୁ। ଫଳରେ ଖାଦ୍ୟ ଭଲ ଭାବେ ହଜମ ହୋଇଯାଏ। ତେଣୁ ପାଣି ପିଇବାର ଆବଶ୍ୟକତା ପଡ଼ିବ ନାହିଁ। ଖାଦ୍ୟ ଖାଇବା ସମୟରେ ଯଦି କାଶ ହେଉଛି, ତେବେ ପାଣି ବଦଳରେ କ୍ଷୀର କିମ୍ବା ଲସି ସେବନ କରନ୍ତୁ। ଯଦି ଆପଣ କିଛି ରାଗ କିମ୍ବା ଚଟପଟା ଖାଉଛନ୍ତି, ଶୋଷ ଲାଗିବା ସ୍ବାଭାବିକ। ତେଣୁ ପୂରା ଗ୍ଲାସ ପାଣି ନ ପିଇ ଦୁଇ ଢୋକ ପିଅନ୍ତୁ। ଖାଦ୍ୟ ଖାଇବାର ୧ ଘଣ୍ଟା ପରେ ଗରମ ପାଣି ସେବନ କରିବା ଦ୍ବାରା ପାଚନ ଶକ୍ତି ଠିକ ରହିଥାଏ ଓ ଖାଦ୍ୟ ହଜମ ହେବାରେ ସାହାଯ୍ୟ ମିଳିଥାଏ। ଏଥିସହିତ ଖାଦ୍ୟ ଖାଇବା ସମୟରେ କୋଲ୍ଡ ଡ୍ରିଙ୍ଗସ କିମ୍ବା ଜୁସ ସେବନ କରନ୍ତୁନି। ଯଦି ଖାଦ୍ୟ ରାଗ, ମସଲାଯୁକ୍ତ, ଲୁଣିଆ, ଖଟା ହୋଇଥାଏ, ତେବେ ପାଣି ନିଶ୍ଚିତ ପିଅନ୍ତୁ। ଏପରିସ୍ଥଳେ ପାଣି ପିଇଲେ ଶରୀରକୁ  କେଣସି କ୍ଷତି ପହଞ୍ଚି ନ ଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ