ବିଗ୍‌ବିଙ୍କ ପିତାଙ୍କ ନାମରେ ପୋଲାଣ୍ଡର ଛକ ନାମିତ


ବଲିଉଡର ମହାନାୟକ ଅମିତାଭ ବଚ୍ଚନ ନିଜ ଫିଲ୍ମ ସହିତ ସୋସାଲ ମିଡିଆରେ ମଧ୍ୟ ଖୁବ ସକ୍ରିୟ ଅଛନ୍ତି। ବିଗ ବି ନିଜ ପ୍ରଶଂସକଙ୍କ ସହିତ ଏକ ଖୁସି ଖବର ଶେୟାର କରିଛନ୍ତି। ଅମିତାଭ ତାଙ୍କ ପିତା ତଥା ମହାନ କବି ଦିବଂଗତ ହରିବଂଶ ରାୟ ବଚ୍ଚନଙ୍କ ନାମରେ ପୋଲାଣ୍ଡର ବ୍ରୋକଲା ସହରର ଏକ ଛକର ନାମ ରଖାଯାଇଛି। ଅମିତାଭ ନିଜ ଖୁସି ବ୍ୟକ୍ତ କରି ଇନଷ୍ଟାଗ୍ରାମରେ ଏକ ବୋର୍ଡର ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ପିତାଙ୍କ ନାମ ଲେଖାଯାଇଛି। ଅମିତାଭ ଫଟୋ ଶେୟାର କରି ଲେଖିଛନ୍ତି ଯେ ପୋଲାଣ୍ଡର ସିଟି କାଉନସିଲ ବ୍ରୋକଲାର ଏକ ଛକର ନାମ ମୋର ପିତାଙ୍କ ନାମରେ ରଖିବାକୁ ନିଷ୍ପତ୍ତି ନେଇଛି। ଦଶହରା ଅବସରରେ ଏହାଠାରୁ ବଡ଼ ଆଶୀର୍ବାଦ କ’ଣ ହୋଇପାରେ? ଏହା ଆମ ପରିବାର ପାଇଁ ଏକ ଗର୍ବର ମୁହୂର୍ତ୍ତ। ବ୍ରୋକଲାରେ ଭାରତୀୟ ସମୁଦାୟ ଓ ଭାରତ ପାଇଁ ଗର୍ବର ସମୟ ବୋଲି ଅମିତାଭ ଲେଖିଛନ୍ତି।

ବିଗ ବିଙ୍କ ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକଙ୍କ ସହିତ ମନୋରଞ୍ଜନ ଜଗତ ସହିତ ଜଡ଼ିତ ବ୍ୟକ୍ତିମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କର ପୋଷ୍ଟରେ ରଣବୀର ସିଂ, ସୁନୀଲ ଶେଟ୍ଟୀ, ଶମିତା ଶେଟ୍ଟୀ, ଆହାନା କୁମାର ପ୍ରମୁଖ ପ୍ରତିକ୍ରିୟା ଦେଇ ଖୁସି ଜାହିର କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ