ଇଣ୍ଟରନେଟରେ ଧମାଲ କରୁଛି ନେହା-ରୋହନଙ୍କ ବାହାଘର ଭିଡ଼ିଓ


୨୪ ଅକ୍ଟୋବରରେ ବଲିଉଡ କଣ୍ଠଶିଳ୍ପୀ ନେହା କକ୍କଡ଼ ଓ ପଞ୍ଜାବୀ କଣ୍ଠଶିଳ୍ପୀ ରୋହନପ୍ରୀତ ସିଂ ପରିବାର ଓ ନିକଟତମ ବନ୍ଧୁଙ୍କ ଗହଣରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ବାହାଘର ଗତ କିଛି ଦିନ ହେଲାଣି ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ଥିଲା। ଇଣ୍ଟରନେଟରେ ଏହି ଗର୍ଜିଅସ କପଲଙ୍କ ବାହାଘର ଭିଡ଼ିଓ ଧମାଲ କରୁଛି।

ନେହା ଓ ତାଙ୍କ କ୍ୟୁଟ  ଦେଖାଯାଉଥିବା ପତି ରୋହନପ୍ରୀତ ସିଂ ନିଜ ବାହାଘର ଫଟୋ ଓ ଭିଡ଼ିଓ ପ୍ରଶଂସକଙ୍କ ସହିତ ଶେୟାର କରିଛନ୍ତି। ଏହି ଯୋଡ଼ିଙ୍କ ପ୍ରଶଂସକମାନେ ମଧ୍ୟ ସେମାନଙ୍କ ବାହାଘରର ଫଟୋ ଓ ଭିଡ଼ିଓ ସୋସାଲ ମିଡିଆରେ ପୋଷ୍ଟ କରିଛନ୍ତି। ଯାହା ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ଯୋଡ଼ି ଦିଲ୍ଲୀର ଏକ ଗୁରୁଦ୍ବାରରେ ପାରମ୍ପରିକ ଆନନ୍ଦ କାରଜ ସମାରୋହରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୋସାଲ ମିଡିଆରେ ଏହି ଯୋଡ଼ିକୁ ସମସ୍ତେ ଶୁଭକାମନା ଜଣାଇଛନ୍ତି।

ନେହା କକ୍କଡ଼ ବାହାଘର ସମୟର ସମସ୍ତ ଫଟୋ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିଲେ। ନେହା ବାହାଘର ସମୟରେ ଫାଲଗୁନି ଶାନେ ପିକକ ଇଣ୍ଡିଆର ଡିଜାଇନର ଡ୍ରେସ ପିନ୍ଧିଥିଲେ। ଲାଲ ରଙ୍ଗର ଲେହେଙ୍ଗାରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ। ତାଙ୍କର ଏହି ଫଟୋ ଯେ କେହି ଦେଖି ଦୀୱାନା ପାଲଟିଯିବେ। ରୋହନପ୍ରୀତ ସିଂ ବାହାଘରରେ ଲାଲ ରଙ୍ଗର ଏମ୍ବ୍ରୋଡୋରୀ ଶେରୱାନି ପିନ୍ଧିଥିଲେ। ନେହା ଏହି ଲେହେଙ୍ଗା ସହିତ ହେଭୀ ନେକଲେସ, ଚୁଡ଼ି ଓ ନାକରେ ନୋଥ ପିନ୍ଧିଥିଲେ ଯାହା ତାଙ୍କୁ ଏକ ପରଫେକ୍ଟ ବ୍ରାଇଡ ଲାଗୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ