ଦୀପାବଳିରେ ଘର ରଙ୍ଗ କରିବାକୁ ଚାହୁଥିଲେ ଜାଣନ୍ତୁ କେଉଁ ରଙ୍ଗ ଶୁଭ


ଆଗକୁ ଆସୁଛି ଦୀପାବଳି। ଦଶହରା ପରେ ଦୀପାବଳିକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି। ଏହି ଦିନ ସମସ୍ତେ ଘର ସଫା କରିବା ସହିତ ରଙ୍ଗ ମଧ୍ୟ କରିଥାନ୍ତି। ଯଦି ଆପଣ ମଧ୍ୟ ଘର ରଙ୍ଗ କରିବାକୁ ଚିନ୍ତା କରୁଛନ୍ତି, ତେବେ ବାସ୍ତୁ ହିସାବରେ ଏହା ଚୟନ କରିବା ଉଚିତ। ଚାଲନ୍ତୁ ଜାଣିବା କେଉଁ ରଙ୍ଗ ଆପଣଙ୍କ ପାଇଁ ଶୁଭ ରହିବ।

କେଉଁ ରଙ୍ଗ ଶୁଭ
ବାସ୍ତୁ ଅନୁସାରେ ଘରକୁ ହଳଦିଆ କିମ୍ବା ଧଳା ରଙ୍ଗ କରିବା ଉଚିତ। ଏହି ରଙ୍ଗ ଶାନ୍ତି ଓ ସକାରାତ୍ମକ ଶକ୍ତି ଉତ୍ପନ୍ନ କରିବା ସହିତ ଘରକୁ ଅଧିକ ଆଲୋକିତ କରିଥାଏ। ଘର ରଙ୍ଗ କରିବାକୁ ସବୁବେଳେ ହାଲୁକା ରଙ୍ଗ ଚୟନ କରନ୍ତୁ। ଆପଣ ଅଫିସ ମଧ୍ୟ ଏହି ରଙ୍ଗ କରିପାରିବେ।

ଆର୍ଥିକ ସ୍ଥିତି ସୁଧାରିବା ଲାଗି କରନ୍ତୁ ଏହି ରଙ୍ଗ
ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଯଦି ରଙ୍ଗ ଚୟନ କରିବାକୁ ଚାହୁଛନ୍ତି, ତେବେ ବେଡରୁମର ଉତ୍ତର ଦିଗକୁ ନୀଳ ରଙ୍ଗ ଦିଅନ୍ତୁ। ବାସ୍ତୁ ଅନୁସାରେ ନୀଳ ରଙ୍ଗ ଆର୍ଥିକ ସମସ୍ୟାକୁ ଦୂର କରିଥାଏ।

ପତି ପତ୍ନୀଙ୍କ ମଧ୍ୟରେ ପ୍ରେମ ପାଇଁ
ବାସ୍ତୁ ଅନୁସାରେ ଦମ୍ପତିମାନେ ନିଜ ବେଡରୁମକୁ ଲାଲ ରଙ୍ଗ କରିବା ଉଚିତ। ଏହାଦ୍ବାରା ସମ୍ପର୍କରେ ଚାଲିଥିବା ମନୋମାଳିନ୍ୟ ଦୂର ହେବା ସହିତ ସେମାନଙ୍କ ମଧ୍ୟରେ ପ୍ରେମ ଭାବ ବଢ଼ିବ।

ରୋଷେଇଘର ରଙ୍ଗ
କିଚେନରେ ଲାଲ, କମଳା କିମ୍ବା ହାଲୁକା ରଙ୍ଗ କରିବା ଉଚିତ। କିନ୍ତୁ କିଚେନକୁ ଧଳା ରଙ୍ଗ କରନ୍ତୁନି।

ଘରର ହଲ ଓ ବାଥରୁମ
ବାଥରୁମକୁ ମଧ୍ୟ ହାଲୁକା ରଙ୍ଗ କରନ୍ତୁ। ଏପରି କରିବା ଦ୍ବାରା ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ। ତେବେ ବାସ୍ତୁ ଅନୁସାରେ ଘରର କାନ୍ଥକୁ କେବେ ବି ଅଧିକ ଗାଢ଼ ବିଶେଷକରି କଳା ରଙ୍ଗ କରିବା ଉଚିତ ନୁହେଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ