ମଣିଷ ଶରୀରରେ ନୂଆ ଅଙ୍ଗର ଆବିଷ୍କାର


ବର୍ଷ ୨୦୨୦ ଶେଷ ହେବାକୁ ଆଉ ଦୁଇ ମାସ ବାକି ରହିଛି। ଏହି ବର୍ଷ ଅନେକ ଘଟଣାକ୍ରମ ପାଇଁ ମନେରହିବ। କୋରୋନା ଭାଇରସରୁ ଆରମ୍ଭ କରି ମାନବ ଶରୀରରେ ଗଳାର ଉପରିଭାଗରେ ସାଲିଭାରୀ ଗ୍ଲାଣ୍ଡର ସେଟର ଆବିଷ୍କାର ପର୍ଯ୍ୟନ୍ତ ଅନେକ କିଛି ଏବର୍ଷ ଦେଖିବାକୁ ମିଳିଛି। ମିଳିଥିବା ସୂଚନାନୁସାରେ ବୈଜ୍ଞାନିକମାନେ ସାଲିଭାରୀ ଗ୍ଲାଣ୍ଡର ଏକ ସେଟ ଆବିଷ୍କାର କରିଛନ୍ତି। ଏହାଦ୍ବାରା ଚିକିତ୍ସା ବିଜ୍ଞାନକୁ ଆହୁରି ଉନ୍ନତ କରିବାରେ ବେଶ ସହାୟତା ମିଳିବ। ବିଶେଷକରି ରାଡିଏସନ ଥେରାପି ନେଉଥିବା ଗଳା ମସ୍ତିଷ୍କ କ୍ୟାନସର ରୋଗୀଙ୍କ ଚିକିତ୍ସାରେ ଏହା ସାହାଯ୍ୟ କରିବ।

କେଉଁ ଅଂଶରେ ରହିଛି
ସାଲିଭାରୀ ଗ୍ଲାଣ୍ଡର ଏହି ନୂଆ ସେଟ ନାକ ପଛରେ ଗଳାର ଅଳ୍ପ ଉପର ଭାଗରେ ମିଳିଛି। ଏହା ପାଖାପାଖି ୧.୫ ଇଞ୍ଚର ଅଟେ। ଆମଷ୍ଟରଡାମସ୍ଥିତ ନେଦରଲ୍ୟାଣ୍ଡସ କ୍ୟାନସର ଇନଷ୍ଟିଚ୍ୟୁଟର ରିସର୍ଚ୍ଚର କହିଛନ୍ତି ଯେ ଏହି ଆବିଷ୍କାର ଦ୍ବାରା ରେଡିଓ ଥେରାପିର ଉକ୍ତ ଟେକନିକକୁ ବୁଝିବାକୁ ସାହାଯ୍ୟ ମିଳିବ। କ୍ୟାନସର ରୋଗୀଙ୍କ ଲାଳ ଗିଳିବାରେ ହେଉଥିବା ସମସ୍ୟାକୁ ଦୂର କରାଯାଇପାରିବ।

ଟ୍ୟୁବରିଆଲ ସାଲିଭାରୀ ଗ୍ଲାଣ୍ଡ
ରେଡିଓ ଥେରାପି ଏଣ୍ଡ ଅନକୋଲୋଜି ନାମକ ପତ୍ରରେ ପ୍ରକାଶିତ ଗବେଷଣାର ଫଳାଫଳରେ କୁହାଯାଇଛି ମାନବ ଶରୀରରେ ଏହି ମାଇକ୍ରୋସ୍କୋପିକ ସାଲିଭାରୀ ଗ୍ଲାଣ୍ଡ ଲୋକେସନ ଚିକିତ୍ସା ବିଜ୍ଞାନ ଦୃଷ୍ଟିରୁ ବେଶ ଗୁରୁତ୍ବପୂର୍ଣ୍ଣ। ଏହା ଆଜି ପର୍ଯ୍ୟନ୍ତ ଜଣାପଡ଼ି ନ ଥିଲା। ଗବେଷକମାନେ ଏହି ଗ୍ଲାଣ୍ଡର ନାମ ଟ୍ୟୁବରିଆଲ ସାଲିଭାରୀ ଗ୍ଲାଣ୍ଡ ଭାବେ ନାମକରଣ କରିଛନ୍ତି। କାରଣ ଏହି ଗ୍ଲାଣ୍ଡ ଟୋରସ ଟ୍ୟୁବରିୟସ ନାମକ ଏକ କାର୍ଟିଲେଜର ଏକ ଅଂଶରେ ରହିଛି। ତେବେ ଏହା ଉପରେ ଆହୁରି ଅଧିକ ଗବେଷଣାର ଆବଶ୍ୟକତା ରହିଛି। ଯାହାଫଳରେ ଏହି ଗ୍ଲାଣ୍ଡକୁ ନେଇ ଟିକିନିଖି କଥା ସ୍ପଷ୍ଟ ହୋଇପାରିବ। ଯଦି ଭବିଷ୍ୟତର ଗବେଷଣାରେ ଏହି ଗ୍ଲାଣ୍ଡର ଉପସ୍ଥିତି ଓ ଏହା ସହିତ ଜଡ଼ିତ କେତେକ ଜିଜ୍ଞାସାର ସମାଧାନ ହୋଇଯାଏ, ତେବେ ଗତ ୩୦୦ ବର୍ଷରେ ନୂଆ ସାଲିଭାରୀ ଗ୍ଲାଣ୍ଡର ଏହା ପ୍ରଥମ ଗୁରୁତ୍ବପୂର୍ଣ୍ଣ ଆବିଷ୍କାର ବୋଲି ଧରାଯିବ ବୋଲି କୁହାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ