ନଭେମ୍ବରରେ ଅକ୍ସଫୋର୍ଡର କୋରୋନା ଟିକା, ପ୍ରସ୍ତୁତ ରହିବାକୁ ଡାକ୍ତରଖାନାକୁ ନିର୍ଦେଶ


ଲଣ୍ଡନ: ‘ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ’ ଏବଂ ଫାର୍ମା କମ୍ପାନୀ ‘ଆଷ୍ଟ୍ରାଜେନେକା ପିଏଲ୍‌ସି’ ଦ୍ବାରା ବିକଶିତ କୋଭିଡ୍ ଟିକାର ପ୍ରଥମ ବ୍ୟାଚ୍ ଗ୍ରହଣ କରିବା ଲାଗି ପ୍ରସ୍ତୁତ ରହିବାକୁ ଲଣ୍ଡନର ଏକ ପ୍ରମୁଖ ହସ୍ପିଟାଲ‌ର କର୍ମଚାରୀମାନଙ୍କୁ କୁହାଯାଇଥିବା ସୋମବାର ‘ଦି ସନ୍‌’ ଖବରକାଗଜ ରିପୋର୍ଟ କରିଛି। ନଭେମ୍ବର ୨ ତାରିଖରୁ ଆରମ୍ଭ ହେଉଥିବା ସପ୍ତାହରୁ ଟିକା ଗ୍ରହଣ ଲାଗି ପ୍ରସ୍ତୁତ ରହିବା ପାଇଁ ଡାକ୍ତରଖାନାକୁ କୁହାଯାଇଛି ବୋଲି ‘ଦି ସନ୍‌’ ପ୍ରକାଶ କରିଛି।

ବିଶ୍ବବ୍ୟାପୀ ୧.୧୫ ନିୟୁତ ଜନତାଙ୍କ ମୃତ୍ୟୁର କାରଣ ହେବା ସହ ବିଶ୍ବ ଅର୍ଥନୀତି ଉପରେ ପ୍ରହାର କରି ସ୍ବାଭାବିକ ଜୀବନଯାପନ ଧାରାରେ ବାଧା ସୃଷ୍ଟି କରିଥିବା କୋରୋନା ଭାଇରସ୍  ଉପରେ ନିୟନ୍ତ୍ରଣ ଲାଗି କାମ କରୁଥିବା ଯେ କୌଣସି ଟିକାର ପ୍ରଚଳନକୁ ସାମ୍ପ୍ରତିକ ପରିସ୍ଥିତିରେ ଏକ  ଯୁଗାନ୍ତକାରୀ ପଦକ୍ଷେପ  ଭାବେ ବିବେଚନା କରାଯିବ। ବିଶ୍ବର ଜଣାଶୁଣା ତଥା ବୃହତ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ପିଏଲ୍‌ସି ଦ୍ବାରା ପ୍ରସ୍ତୁତ  ‘ଅକ୍ସଫୋର୍ଡ‌ ଟିକା’ ଇତିମଧ୍ୟରେ ନିୟନ୍ତ୍ରଣକାରୀଙ୍କ ଅନୁମୋଦନ (ରେଗୁଲେଟୋରି ଆପ୍ରୁଭାଲ୍‌) ହାସଲ କରିସାରିଛି। ଏହାଛଡ଼ା  ‘ଫାଇଜର୍’ ଏବଂ ‘ବାୟୋଏନ୍‌ଟେକ୍‌’ ଭଳି ବଡ଼  ଫାର୍ମା କମ୍ପାନୀ ପ୍ରସ୍ତୁତ ଟିକା ମଧ୍ୟ ‘ରେଗୁଲେଟୋରି ଆପ୍ରୁଭାଲ୍‌’ ପାଇଥିବା ସୂଚନା ମିଳିଛି।

‘ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ’ ଏବଂ ‘ଆଷ୍ଟ୍ରାଜେନେକା ପିଏଲ୍‌ସି’ଦ୍ବାରା ବିକଶିତ ଏହି ଟିକା ବୟସ୍କ ଲୋକମାନଙ୍କ ଶରୀରରେ ମଧ୍ୟ ଉତ୍ତମ ରୋଗ ପ୍ରତିରୋଧକଶକ୍ତି ଉତ୍ପାଦନ କରୁଥିବା ସୋମବାର ‘ଦି ଫାଇନାନ୍‌ସିଆଲ୍‌ ଟାଇମ୍ସ’ ପ୍ରକାଶ କରିଛି। ଏହି ଦୃଷ୍ଟିରୁ ଇଂଲଣ୍ଡବାସୀ ତଥା ବିଶ୍ବର ବିଭିନ୍ନ ଦେଶରେ ‘ଅକ୍ସଫୋର୍ଡ‌ ଟିକା’କୁ ନେଇ ଆଶା ସୃଷ୍ଟି ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ