ପେଟ ସମସ୍ୟା ଦୂର କରିବା ଲାଗି ଡାଏଟ୍‌ରେ ସାମିଲ୍‌ କରନ୍ତୁ ଏସବୁ


ଏସିଡିଟି, ଗ୍ୟାସ୍‌, ବଦହଜମୀ ଭଳି ପେଟ ସମସ୍ୟାରେ ସାଧାରଣତଃ ଅଧିକାଂଶ ଲୋକ ଚିନ୍ତିତ ରହିଥାନ୍ତି। ଏହି ସମସ୍ୟା ଥିଲେ ସନ୍ତୁଳିତ ଆହାର ସେବନ କରିବା ଲାଗି ପରାମର୍ଶ ଦିଆଯାଇଥାଏ। କେତେକ ସ୍ବତନ୍ତ୍ର ଖାଦ୍ୟ ରହିଛି, ଯାହା ପେଟ ସମସ୍ୟାକୂ ଦୂର କରିବାରେ ସାହାଯ୍ୟ କରେ। ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଖାଦ୍ୟ ଗ୍ୟାସ୍‌ ସମସ୍ୟା ଦୂର କରିଥାଏ ଓ ଶରୀର ପାଇଁ ଆବଶ୍ୟକ ପୋଷକତତ୍ତ୍ବ ମଧ୍ୟ ଯୋଗାଇ ଥାଏ। ଚାଲନ୍ତୁ ଜାଣିବା ଏହି ସୁପର ଫୁଡ୍‌ ସମ୍ପର୍କରେ।

ତରଭୂଜ
ତରଭୂଜରେ ଲାଇକୋପିନ୍‌ ନାମକ ତତ୍ତ୍ବ ରହିଛି। ଯାହା ତ୍ବଚାର ଚମକକୁ ଅକ୍ଷୂଣ୍ଣ ରଖିଥାଏ। ତରଭୂଜ ସେବନ କରିବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ତରଭୂଜରେ ୯୦ ପ୍ରତିଶତ ପାଣି ରହିଛି। ଯାହା ଗରମ ଦିନେ ଡିହାଇଡ୍ରେସନ୍‌ରୁ ରକ୍ଷା କରିଥାଏ। ତରଭୂଜ ଲେପ ଲଗାଇବା ଫଳରେ ମୁଣ୍ଡ ବିନ୍ଧା ମଧ୍ୟ ଦୂର ହୋଇଥାଏ।

ଥଣ୍ଡା କ୍ଷୀର
ଯଦି ଆପଣ ଏସିଡିଟି ସମସ୍ୟାରେ ଚିନ୍ତିତ ତେବେ ଥଣ୍ଡା କ୍ଷୀର ସେବନ କରନ୍ତୁ। ଥଣ୍ଡା କ୍ଷୀର ପେଟରେ ହେଉଥିବା ଜ୍ବଳନ ଦୂର କରିଥାଏ। କ୍ଷୀରରେ ଥିବା ଲ୍ୟାକ୍ଟିକ ଏସିଡ୍‌ ଏସିଡିଟି ସମସ୍ୟାରେ ଆରାମ ଦିଏ।

କଦଳୀ
ବଦହଜମୀ ଓ ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବା ଲାଗି କଦଳୀ ଏକ ରାମବାଣ ଭଳି କାମ କରେ। କଦଳୀରେ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ ଗ୍ୟାସ୍‌ ସସମ୍ୟା ଦୂର କରିଥାଏ। ସେହିପରି କଦଳୀରେ ଥିବା ଟ୍ରାଇପ୍ଟୋଫାନ ଏମିନୋ ଏସିଡ୍‌ ଚାପ ମଧ୍ୟ କମ୍‌ କରିଥାଏ। ନିୟମିତ କଦଳୀ ସେବନ କରିବା ଫଳରେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।

ପଇଡ଼ ପାଣି
ଏସିଡିଟି ସମସ୍ୟା ଦୂର କରିବା ଲାଗି ପଇଡ଼ ପାଣି ବହୁତ ଉପକାରୀ ଅଟେ। ପଇଡ଼ ପାଣି ପିଇବା ପରେ ତୁରନ୍ତ ଏହି ସମସ୍ୟାରୁ ଆରାମ ମିଳିଥାଏ। ସେହିପରି ପଇଡ଼ ପାଣିରେ ଫାଇବର ମାତ୍ରା ଅଧିକ ଥିବାରୁ ପାଚନ କ୍ରିୟା ମଧ୍ୟ ଠିକ୍‌ ରହେ।

କାକୁଡ଼ି
ଏସିଡିଟି ଓ ପେଟ ସମ୍ବନ୍ଧିତ ରୋଗରୁ ଆରାମ ଦେବାରେ କାକୁଡ଼ି ଭଲ କାମ କରେ। ଗୋଟିଏ ପଟେ ଏହାର ସେବନ କରିବା ଦ୍ବାରା ଡିହାଇଡ୍ରେସନ୍‌ରୁ ରକ୍ଷା କରିବା ସହିତ ଖାଦ୍ୟ ହଜମ କରିବାରେ ମଧ୍ୟ ସାହାଯ୍ୟ କରେ। କାକୁଡ଼ି ସେବନ କରିବା ଦ୍ବାରା ଏସିଡ୍‌ କମ୍‌ ସୃଷ୍ଟି ହୁଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ