ବୟସ ଓଗାଳିନି ପଥ: ୬୮ ବର୍ଷ ବୟସରେ ଅମ୍ମାଙ୍କ ଅଦମ୍ୟ ସାହସ

ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ସାଇକେଲରେ କରିବେ ୨୨୦୦ କିମି ଯାତ୍ରା

ବର୍ତ୍ତମାନ ସମୟରେ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ଲାଗି ସମୟ ଦେଇ ପାରୁ ନ ଥିବା ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜର ଉତ୍ତମ ସ୍ବାସ୍ଥ୍ୟ ଲାଗି ଯେମିତି ହେଉ ସମୟ ବାହାର କରି ଦେଇଥାନ୍ତି। ଏଠାରେ ଏଭଳି ଜଣେ ମହିଳାଙ୍କ ସମ୍ପର୍କରେ ସୂଚନା ଦିଆଯାଇଛି, ଯାହାଙ୍କ ବିଷୟରେ ଜାଣିବା ପରେ ଆପଣଙ୍କ ହୋଶ ଉଡ଼ିଯିବ।

ମହାରାଷ୍ଟ୍ରର ଖାମଗାଓଁରେ ରହୁଥିବା ୬୮ ବର୍ଷୀୟା ଅମ୍ମା ସାଇକେଲରେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ଲାଗି ଯାତ୍ରାରେ ବାହାରିଛନ୍ତି। ଖାମଗାଓଁରୁ ମାତା ବୈଷ୍ଣୋଦେବୀଙ୍କ ଦୂରତା ପ୍ରାୟ ୨୨୦୦ କିମି। ଅମ୍ମା ସାଇକେଲରେ ଏହି ଯାତ୍ରା ଆରମ୍ଭ କରିଛନ୍ତି। ଅମ୍ମାଙ୍କ ଏହି ସାହସ ଓ ନିଶାକୁ ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି। ସମସ୍ତେ ତାଙ୍କ ପ୍ରଶଂସାରେ ଶତମୁଖ।

ସୂଚନାଯୋଗ୍ୟ ଯେ ଫିଟ ଭାରତ ନାମକ ଟ୍ବିଟର ପେଜରେ ଅମ୍ମାଙ୍କ ଏକ ଭିଡ଼ିଓ ପୋଷ୍ଟ କରାଯାଇଛି। ଏହାକୁ ମାତ୍ର କିଛି ଘଣ୍ଟାରେ ୩୫ ହଜାରରୁ ଅଧିଭ ଭିଉଜ ମିଳି ସାରିଛି। ୪୫ ସେକେଣ୍ଡର ଏହି ଭିଡ଼ିଓ ଟ୍ବିଟକୁ ୧୧୦୦ରୁ ଅଧିକ ୟୁଜର୍ସ ରିଟ୍ବିଟ କରିଛନ୍ତି। ପାଖାପାଖି ୫ ହଜାର ଲୋକ ଅମ୍ମାଙ୍କ ଏହି ଭିଡ଼ିଓକୁ ଲାଇକ କରିସାରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ