ଏମିତି ପାଆନ୍ତୁ ଆୟୁଷ୍ମାନଙ୍କ ଭଳି ଫିଟ ବଡି


ବଲିଉଡରେ ଏକ ଭଲ ବଡ଼ି ପାଇବା ପାଇଁ ଆପଣଙ୍କୁ ଟ୍ୟାଲେଣ୍ଟ ସହିତ ନିଜ ଫିଟନେସ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିଥାଏ। ଫିଲ୍ମ ଜଗତରେ ଅନେକ କଳାକାରଙ୍କୁ ଫିଟନେସ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ। ଏମାନଙ୍କ ମଧ୍ୟରେ ଏମିତି ଜଣେ ଯୁବ କଳାକାର ହେଉଛନ୍ତି ଆୟୁଷ୍ମାନ ଖୁରାନା। ସେ କେବଳ ଜଣେ ଉତ୍ତମ ଅଭିନେତା ନୁହନ୍ତି ବରଂ ଜଣେ ଭଲ କଣ୍ଠଶିଳ୍ପୀ, ଡ୍ୟାନ୍ସର ସହିତ ଜଣେ ଡିସପ୍ଲିନଡ ଫିଟନେସ ଫ୍ରିକ ମଧ୍ୟ।

ଆୟୁଷ୍ମାନ ଖୁରାନା ଶେଷ ଥର ପାଇଁ ‘ଗୁଲାବୋ ସୀତାବୋ’ ଫିଲ୍ମରେ ନଜର ଆସିଥିଲେ। ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ଏବେ ଆୟୁଷ୍ମାନ ତାଙ୍କ ଆଗାମୀ ସିନେମା ପାଇଁ କଠିନ ପରିଶ୍ରମ କରୁଛନ୍ତି। ଏଥିପାଇଁ ଜିମରେ ଜୋରଦାର ବ୍ୟାୟାମ କରୁଛନ୍ତି। ଏକ ସାକ୍ଷାତକାରରେ ଆୟୁଷ୍ମାନ ନିଜ ପ୍ରଶଂସକଙ୍କୁ ପାଞ୍ଚୋଟି ପରାମର୍ଶ ଦେଇଥିଲେ। ଯାହା ଆପଣାଇ ଆପଣ ମଧ୍ୟ ତାଙ୍କ ଭଳି ବଡ଼ି କରିପାରିବେ ଓ ଫିଟ ରହିପାରିବେ।

ଆୟୁଷ୍ମାନ କହିଛନ୍ତି ଯେ ଆଜିକାଲି କାର୍ଡିଓ ଏକ୍ସରସାଇଜର ପ୍ରଚଳନ ରହିଛି। ତେଣୁ ଲୋକେ ଜିମରେ ଏହି ବ୍ୟାୟାମ କରିବା ପାଇଁ ସମୟ ଦେଉଛନ୍ତି। ସେ କହିଛନ୍ତି ଯେ ହେଭୀ କାର୍ଡିଓ ଏକ୍ସରସାଇଜ ଆଥଲେଟଙ୍କ ପାଇଁ ଦରକାର। ସାଧାରଣ ଲୋକଙ୍କ ପାଇଁ ନର୍ମାଲ କାର୍ଡିଓ ଏକ୍ସରସାଇଜ କରିପାରିବେ। କିନ୍ତୁ ହେଭୀ କାର୍ଡିଓ ଏକ୍ସରସାଇଜ କରିବା ଠିକ ନୁହେଁ।

ଉପଯୁକ୍ତ ଡାଏଟ
ଯଦି ଆପଣଙ୍କର ମେଟାବଲିଜମ ଭଲ ରହଛି ଓ ଆପଣ ଇଜି ଡାଏଟ ନେଉ ନାହାନ୍ତି, ତେବେ ହାଇଫାଇବରଯୁକ୍ତ ଡାଏଟ ସେବନ କରନ୍ତୁ ବୋଲି ଆୟୁଷ୍ମାନ ପରାମର୍ଶ ଦେଇଛନ୍ତି।

ଷ୍ଟେରଏଡସ ଓ ଫ୍ୟାଟ ବର୍ଣ୍ଣର ବ୍ୟବହାର କରନ୍ତୁନି
ଆୟୁଷ୍ମାନ କହିଛନ୍ତି ଯେ ଫ୍ୟାଟ ବର୍ଣ୍ଣର ଓ ଷ୍ଟେରଏଡସ ଭଳି ପଦାର୍ଥ ବ୍ୟବହାର କରନ୍ତୁନି। ଏଭଳି ପଦାର୍ଥର ଲଙ୍ଗ ଟାଇମ ସାଇଡ ଇଫେକ୍ଟ ରହିଛି। ଏହା କେଶ ଝଡ଼ିବା, ସ୍ପର୍ମ ମାତ୍ରା କମ ହେବା ଓ ପିଠିକୁ ଦୁର୍ବଳ କରିବା କାରଣ ପାଲଟି ପାରେ।

ପାଣି ଅଧିକ ପିଅନ୍ତୁ
ପାଣି ପିଇବା ଉପରେ ଆୟୁଷ୍ମାନ ଜୋର ଦେଇଛନ୍ତି। ତାଙ୍କ କହିବାନୁସାରେ ପ୍ରତ୍ୟେକ ବ୍ୟକ୍ତି ଅଧିକ ପାଣି ପିଇବା ଉଚିତ। ଫଳରେ ଶରୀର ହାଇଡ୍ରେଟ ରହିବା ସହିତ ଡିଟକ୍ସ ହୋଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ