ଶରାରା ଡ୍ରେସରେ ପାଆନ୍ତୁ ଏଥନିକ ଲୁକ


ପାର୍ବଣ ତଥା ଉତ୍ସବ ସମୟରେ ଶାଢ଼ି, ପଠାନୀ ସୁଟ, ସ୍କର୍ଟ, ଲେହେଙ୍ଗା ବ୍ୟତୀତ ଅଲଗା କିଛି ଟ୍ରାଏ କରିବାକୁ ଚାହୁଥିଲେ ଆପଣ ଶରାରା ଡ୍ରେସ ଟ୍ରାଏ କରିପାରିବେ। ଶରାରା ଡ୍ରେସର ଫ୍ୟାଶନ ଖୁବ ପୁରୁଣା। କିନ୍ତୁ ଏହା କେବେ ବି ଓଲ୍ଡ ଫ୍ୟାଶନ ଲାଗି ନ ଥାଏ। ବଲିଉଡ ଅଭିନେତ୍ରୀମାନେ ଅନେକ ଦଶନ୍ଧି ଧରି ଏହାକୁ ନିଜ ଷ୍ଟାଇଲରେ ସାମିଲ କରିଆସିଛନ୍ତି। ୨୦୧୯ରେ ମଧ୍ୟ ଫ୍ୟାଶନ ଦୁନିଆରେ ଏହାର ବହୁତ ଚାହିଦା ଥିଲା। ହେଭି ଏବଂ ସିମ୍ପଲ ଉଭୟ ପ୍ରକାରର ଶରାରା ଡ୍ରେସ ଏଥନିକ ଲୁକ ପାଇଁ ପରଫେକ୍ଟ ହୋଇଥାଏ। ଦୀପାବଳି ପାର୍ଟିରେ ଅତିଥି ସତ୍କାର ସମୟରେ ଏଭଳି ପୋଷାକ ପିନ୍ଧି ଆପଣ ଆରାମ ଅନୁଭବ କରିପାରିବେ।

ବଲିଉଡ ଅଭିନେତ୍ରୀ ସାରା ଅଲୀ ଖାନଙ୍କ ଠାରୁ ଆରମ୍ଭ କରି କୃତି ସାନନ, ଆଲିଆ ଭଟ୍ଟ, କିଆରା ଆଡଭାନି, ଶିଳ୍ପା ଶେଟ୍ଟୀଙ୍କ ପର୍ଯ୍ୟନ୍ତ ନିଜର ଏଥନିକ ଲୁକ ପାଇଁ ଶରାରା ଡ୍ରେସ ଚୟନ କରିଥିଲେ। ଏହି ବଲିଉଡ ଦିଭାଙ୍କୁ ଦେଖି ଆପଣ ମଧ୍ୟ ଏଥନିକ ଲୁକ ସେଟ କରିବା ଲାଗି ଆଇଡିଆ ନେଇ ପାରିବେ। ଏହି ପ୍ରକାର ଡ୍ରେସ ସହିତ ଚାନ୍ଦବାଲି ଇଅରରିଙ୍ଗ ପିନ୍ଧି ଆପଣ ନିଜ ପସନ୍ଦର ଫେଷ୍ଟିଭ ଲୁକ ପାଇପାରିବେ।

ନିକଟରେ ଶିଳ୍ପା ଶେଟ୍ଟୀ ଏକ ପିଙ୍କ ଓ କ୍ରିମ ରଙ୍ଗର ଶରାରା ପୋଷାକରେ ନଜର ଆସିଥିଲେ। ଏହି ପୋଷାକ ସହିତ ସେ ବଡ଼ ଚାନ୍ଦବାଲି ଇଅରରିଙ୍ଗସ ଓ ହାତରେ ଗୋଲ୍ଡେନ ରଙ୍ଗର ଚୁଡ଼ି ପିନ୍ଧିଥିଲେ। କେଶକୁ ଷ୍ଟାଇଲିଶ ଲୁକ ଦେବା ପାଇଁ ବେଣୀ କରିଥିଲେ। ଦିବ୍ୟା ଖୋସଲା କୁମାରଙ୍କ ହଳଦିଆ ରଙ୍ଗର ଶରାରା ଡ୍ରେସ ଉପରେ ସିଲଭର ଜରି ଏମ୍ବ୍ରୋଡୋରୀ ବହୁତ ସୁନ୍ଦର ଦେଖାଯାଉଥିଲା। ଯଦି ଆପଣ ଗାଢ଼ ରଙ୍ଗର ଆଉଟଫିଟସ ପସନ୍ଦ କରୁଛନ୍ତି, ତେବେ ଏହା ସହିତ ମେଳ ଖାଉଥିବା ଡ୍ରେସ ଟ୍ରାଏ କରିପାରିବେ। ସିମ୍ପଲ କିନ୍ତୁ ଏଲିଗାଣ୍ଟ ଲୁକ ପାଇଁ ରବୀନା ଟଣ୍ଡନଙ୍କ ଭଳି ପେଷ୍ଟଲ କଲରର ଶରାରା ଟ୍ରାଏ କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ