କଲେଜରେ ଷ୍ଟାଇଲିଶ ଦେଖାଯିବା ଲାଗି ଆପଣାନ୍ତୁ ଏହି ଟିପ୍‌ସ


କୋରୋନା ସଂକ୍ରମଣ ରୋକିବାକୁ ଦୀର୍ଘ ଦିନ ଯାଏ ଲକଡାଉନ ଚାଲିଥିଲା। ତେଣୁ ସ୍କୁଲ କଲେଜ ବନ୍ଦ ମଧ୍ୟ ଥିଲା। ଏବେ ଧିରେ ଧିରେ ସବୁକିଛି ଖୋଲୁଥିବାବେଳେ ସ୍କୁଲ କଲେଜ ମଧ୍ୟ ଖୋଲିବାକୁ ଯାଉଛି। କଲେଜ ଯାଉଥିବା ଝିଅମାନେ ନିଜ ଲୁକ୍ସକୁ ନେଇ ଅଧିକ ସାବଧାନ ରହିଥାନ୍ତି। ସେମାନେ ଅନ୍ୟମାନଙ୍କଠାରୁ ଭିନ୍ନ ଓ ଷ୍ଟାଇଲିଶ ଦେଖାଯିବାକୁ ଚାହିଥାନ୍ତି। ଏଥିପାଇଁ ସେମାନେ ନିଜ ଷ୍ଟାଇଲରେ ସବୁବେଳେ କିଛି ନା କିଛି ପରିବର୍ତ୍ତନ କରିବାରେ ଲାଗିଥାନ୍ତି। ଏଠାରେ କଲେଜ ଯାଉଥିବା ଝିଅମାନଙ୍କ ପାଇଁ କେତେକ ଟିପ୍‌ସ ଦିଆଯାଇଛି, ଯାହା ଅନୁସରଣ କରି ନିଜକୁ ଷ୍ଟାଇଲିଶ କରିପାରିବେ।

ହେଆରଷ୍ଟାଇଲ
ଏଭଳି ହେଆରଷ୍ଟାଇଲ କରନ୍ତୁ, ଯାହା ଆପଣଙ୍କ ମାନୁଥିବ। ଏମିତି ହେଆରଷ୍ଟାଇଲ କରନ୍ତୁ ଯାହା ଆରାମଦାୟକ ମଧ୍ୟ ହୋଇଥିବ। ଚେହେରାର ଆକୃତି ଅନୁସାରେ ହେଆରଷ୍ଟାଇଲ କଲେ ଏହା ଭଲ ଲାଗିଥାଏ।

ଇଅରରିଙ୍ଗସ
କଲେଜ ଯାଉଥିବା ଝିଅମାନେ ଏଭଳି ଇଅରରିଙ୍ଗସ ଚୟନ କରିବା ଉଚିତ, ଯାହା ଦେଖିବାକୁ ଖୁବ ସୁନ୍ଦର, ଛୋଟ  ଓ ହାଲୁକା ହୋଇଥିବ। ଏହାଦ୍ବାରା ଆପଣଙ୍କର ଏକ ଅଲଗା ଲୁକ ନଜର ଆସିବ। ଚେହେରାର ଆକୃତି ଅନୁସାରେ ଇଅରରିଙ୍ଗସ ଚୟନ କରନ୍ତୁ।

ପୋଷାକ
କଲେଜ ଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେଣୁ କଲେଜ ଯିବା ପୂର୍ବରୁ ୟୁନିଫର୍ମ ଏପରି ତିଆରି କରନ୍ତୁ, ଯାହା ପିନ୍ଧିବା ପରେ ଆପଣ ଅଲଗା ନଜର ଆସିବେ। ଅଧିକ ଢିଲା କିମ୍ବା ଟାଇଟ ପୋଷାକ ପିନ୍ଧନ୍ତୁନି। ଅଧିକ ଢିଲା ପୋଷାକ ଆପଣଙ୍କ ଲୁକକୁ ଖରାପ କରିପାରେ। ସେହିପରି ଟାଇଟ ପୋଷାକ ପରଫେକ୍ଟ ଶେପ ଦେଲେ ମଧ୍ୟ ଏଥିରେ କଲେଜରେ ପୂରା ଦିନ ବସିବା, ଚାଲିବା ଆଦିରେ ସମସ୍ୟା ହୋଇଥାଏ।

ଜୋତା
କଲେଜ ଯାଉଥିଲେ, ଜୋତା ଓ ଚପଲ ଉପରେ ପୂରା ଧ୍ୟାନ ଦିଅନ୍ତୁ। କାରଣ ପୋଷାକ ଅପେକ୍ଷା ଲୋକଙ୍କ ଧ୍ୟାନ ଅଧିକ ଜୋତା ଉପରକୁ ପଡ଼ିଥାଏ। ଷ୍ଟାଇଲିଶ ଜୋତା ଆପଣଙ୍କ ଲୁକକୁ ଆହୁରି ଷ୍ଟାଇଲିଶ କରିଥାଏ। ଝିଅମାନଙ୍କ ପ୍ରଥମ ପସନ୍ଦ ହିଲ। ଆପଣ କଲେଜ ଯାଉଥିଲେ ହିଲ ମଧ୍ୟ ଚୟନ କରିପାରିବେ। ଏହାବ୍ୟତୀତ ଫ୍ଲାଟ ଫୁଟ ଜୋତାର ଏକ ଅଲଗା କ୍ରେଜ ରହିଛି ଯାହା ବହୁତ ଆରାମଦାୟକ ମଧ୍ୟ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ