ଦଶହରାରେ ନିଅନ୍ତୁ କେଶର ଜିଲାପିର ମଜା


ପର୍ବ ପର୍ବାଣୀରେ ଲୋକେ ମିଠା ଖାଇବାକୁ ପସନ୍ଦ କରନ୍ତି। ଦଶହରାରେ ଲୋକେ ବିଶେଷକରି ଘରେ କିମ୍ବା ବାହାରୁ ଜିଲାପି କିଣି ଖାଇଥାନ୍ତି। ଯଦି ଆପଣ ମଧ୍ୟ ଦଶହରା ଅବସରରେ ଘରେ ଜିଲାପି ତିଆରି କରିବାକୁ ଚିନ୍ତା କରୁଛନ୍ତି, ତେବେ ଏଠାରେ କେସର ଜିଲାପିର ରେସିପି ଦିଆଯାଇଛି।

କ’ଣ ଦରକାର

ଅଧ କପ ମଇଦା, ଅଧ ଚାମଚ କେସର, ଏକ ଚତୁଥାଂଶ କପ ଦହି, ମଝିରେ ଛିଦ୍ର ଥିବା ଏକ ସୂତା କପଡ଼ା, ଏକ କପ ଚିନି, ଏକ କପ ପାଣି, ଛାଣିବା ପାଇଁ ତେଲ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ପାତ୍ରରେ ମଇଦା, ଦହି ଓ ଆବଶ୍ୟକ ପାଣି ନେଇ ଗାଢ଼ ଘୋଳ ପ୍ରସ୍ତୁତ କରନ୍ତୁ। ଏହାକୁ ୬ରୁ ୭ ଘଣ୍ଟା ଅଲଗା ଘୋଡ଼ାଇ ରଖନ୍ତୁ। ଏକ ପ୍ୟାନରେ ପାଣି, ଚିନି ଓ କେସର ପକାଇ ହାଲୁକା ଆଞ୍ଚରେ ଶିରା ତିଆରି କରନ୍ତୁ। ଗ୍ୟାସକୁ ମଧ୍ୟମ ଆଞ୍ଚରେ ରଖି ତେଲ କିମ୍ବା ଘିଅ ଗରମ କରନ୍ତୁ। ସୂତା କପଡ଼ାରେ ବ୍ୟାଟର ଢାଳି ଜିଲାପି ତିଆରି କରନ୍ତୁ। ଉଭୟ ପାର୍ଶ୍ବ ସୁନେଲି ହେବା ଯାଏ ଏହାକୁ ଛାଣନ୍ତୁ। ଏବେ ଏହାକୁ ଥଣ୍ଡା କରି ରଖାଯାଇଥିବା ଶିରାରେ ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ କେସର ଜିଲାପି। ପ୍ଲେଟକୁ ବାହାର କରି ଏହାକୁ ଗରମ ଗରମ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ