ବାହାଘର ପୂର୍ବରୁ ଏମିତି ରଖନ୍ତୁ ସୌନ୍ଦର୍ଯ୍ୟ ଉପରେ ଧ୍ୟାନ


ନୂଆ ସମ୍ପର୍କର ଆରମ୍ଭ ନିଜ ସହିତ ଅନେକ ଦାୟିତ୍ବ ମଧ୍ୟ ସାଙ୍ଗରେ ନେଇ ଆସିଥାଏ। ବାହାଘର ତାରିଖ ପାଖେଇ ଆସିବା ସହିତ ଏହାର ପ୍ରସ୍ତୁତିରେ ଲାଗିପଡ଼ିଥିବା ଭାବୀ ବଧୂ ନିଜ ଫିଟନେସ ଉପରେ ଧ୍ୟାନ ଦେଇ ପାରନ୍ତି ନାହିଁ। କିନ୍ତୁ ଫିଟନେସ ରହିଲେ ହିଁ ଆପଣ ବାହାଘର ଦିନ ମଧ୍ୟ ସ୍ପେସାଲ ନଜର ଆସିପାରିବେ।

ସଠିକ ଯୋଜନା ପ୍ରସ୍ତୁତ କରନ୍ତୁ

ଯେ କୌଣସି ଫିଟନେସ ରୁଟିନକୁ ଅନୁସରଣ କରିବା ପୂର୍ବରୁ ସଠିକ ଯୋଜନା ପ୍ରସ୍ତୁତ କରନ୍ତୁ। ବିନା ବୁଝା ସୁଝାରେ କିଛି ବି ଆରମ୍ଭ କଲେ, ତାହାର ଠିକ ଫଳାଫଳ ମିଳେ ନାହିଁ। ଯଦି ଆପଣ କିଛି ବୁଝି ପାରୁ ନାହାନ୍ତି, ତେବେ କୌଣସି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ମନଇଚ୍ଛା କାହାରିକୁ ଅନୁସରଣ କରନ୍ତୁନି। କାରଣ ସମସ୍ତଙ୍କ ଶାରୀରିକ ଗଠନ ସମାନ ହୋଇ ନ ଥାଏ।

ରିଲାକ୍ସ ରହନ୍ତୁ
ବାହାଘରକୁ ନେଇ କୌଣସି ଚିନ୍ତାରେ ରହନ୍ତୁନି। ଯେ କୌଣସି ରୁଟିନ ଅନୁସରଣ କରିବା ଲାଗି ପୂରାପୂରି ପ୍ରସ୍ତୁତ ରହନ୍ତୁ। ଯଦି ମସ୍ତିଷ୍କ ଶାନ୍ତ ରହିବ ନାହିଁ, ତେବେ ଫିଟନେସ ଉପରେ ଭଲ ଭାବେ ଧ୍ୟାନ ଦେଇ ପାରିବେ ନାହିଁ। ତେଣୁ ଯଥାସମ୍ଭବ ରିଲାକ୍ସ ରହନ୍ତୁ।

ତ୍ବଚାର ଧ୍ୟାନ ରଖନ୍ତୁ
ନବବଧୂର ଫିଟନେସ ରୁଟିନରେ ତ୍ବଚାର ଯତ୍ନ ନେବା ଜରୁରୀ ହୋଇଥାଏ। ତ୍ବଚାର ଯତ୍ନ ପାଇଁ ଏଭଳି ଆହାର ସେବନ କରନ୍ତୁ ଯାହା ପୋଷକତତ୍ତ୍ବରେ ଭରପୂର ହୋଇଥିବ। ନିଜ ତ୍ବଚା ଉପରେ ପ୍ରାକୃତିକ ଫେସପ୍ୟାକ ବ୍ୟବହାର କରନ୍ତୁ ଓ ଏହାକୁ ହାଇଡ୍ରେଟ ରଖିବା ପାଇଁ ପର୍ଯ୍ୟାପ୍ତ ପାଣି ପିଅନ୍ତୁ।

କେଶକୁ କରନ୍ତୁନି ଅଣଦେଖା

ନିଜ ରୁଟିନରେ କେଶର ଯତ୍ନ ନେବା ମଧ୍ୟ ସାମିଲ ରଖନ୍ତୁ। ନଚେତ ଏହା ଶୁଷ୍କ ଓ ନିସ୍ତେଜ ଦେଖାଯିବ। ଏଥିପାଇଁ କୌଣସି ଭଲ ପାର୍ଲରରେ କେଶର ଟ୍ରିଟମେଣ୍ଟ କରାନ୍ତୁ।

ମେଡିଟେସନ କରନ୍ତୁ

ଆକର୍ଷକ ବ୍ୟକ୍ତିତ୍ବ ପାଇଁ ଆପଣ କେବଳ ଶାରୀରିକ ଭାବେ ନୁହେଁ, ମାନସିକ ଭାବେ ମଧ୍ୟ ସୁସ୍ଥ ରହିବା ଜରୁରୀ। ମନର ଶାନ୍ତି ପାଇଁ ଧ୍ୟାନ ଓ ମେଡିଟେସନର ସାହାରା ନେଇପାରିବେ। ଖୁସି ରହିଲେ ଏହାର ପ୍ରଭାବ ଚେହେରା ଉପରେ ପଡ଼ିଥାଏ। ଏଥିସହିତ ହାଲୁକା ପୁଲୁକା ବ୍ୟାୟାମ ମଧ୍ୟ କରିପାରିବେ। ବିଳମ୍ବିତ ରାତି ଯାଏ ଚେଇଁବା ବଦଳରେ ଠିକ ସମୟରେ ଶୋଇଯାଆନ୍ତୁ। ଉତ୍ତମ ଓ ପୂରା ନିଦ ଆପଣଙ୍କୁ ସବୁବେଳେ ତାଜା ରଖିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ