ବିବାଦରେ ‘ଆଶ୍ରମ ୨’, ପ୍ରକାଶ ଝାଙ୍କୁ ଗିରଫ ଦାବି


ବଲିଉଡ ନିର୍ଦେଶକ ପ୍ରକାଶ ଝାଙ୍କ ଏମଏକ୍ସ ପ୍ଲେୟାରରେ ଷ୍ଟ୍ରିମିଂ ହେଉଥିବା ୱେବସିରିଜ ‘ଆଶ୍ରମ’ର ପ୍ରଥମ ସିଜନ ଶେଷ ନ ହେଉଣୁ ଏହାର ଦ୍ବିତୀୟ ସିଜନର ଟିଜର ରିଲିଜ ହୋଇଯାଇଛି। ଶୁକ୍ରବାର ଏହି ୱେବସିରିଜର ଟିଜର ରିଲିଜ କରାଯାଇଛି। ଏହା ରିଲିଜ ହେବା ମାତ୍ରେ ପ୍ରକାଶ ଝା ପୁଣିଥରେ ବିବାଦରେ ଫସି ଯାଇଛନ୍ତି। ସୋସାଲ ମିଡିଆ ପ୍ଲାଟଫର୍ମ ଟ୍ବିଟରରେ ହାଶଟ୍ୟାଗ ଆରେଷ୍ଟ ପ୍ରକାଶ ଝା ଟ୍ରେଣ୍ଡ କରିବାରେ ଲାଗିଛି।

ଲୋକେ ଏହାକୁ ନେଇ ଲଗାତର ଟ୍ବିଟ କରିବାରେ ଲାଗିଛନ୍ତି। ଏଥିରେ ପ୍ରକାଶ ଝାଙ୍କ ‘ଆଶ୍ରମ’ ୱେବସିରିଜକୁ ବ୍ୟାନ କରିବା ଲାଗି ଦାବି କରାଯାଇଛି। ଲୋକଙ୍କ ଅଭିଯୋଗ ଅନୁସାରେ ଏହି ୱେବ ସିରିଜ ହିନ୍ଦୁ ଧର୍ମକୁ ବଦନାମ କରୁଛି। ଏଭଳି କଣ୍ଟେଣ୍ଟ ହିନ୍ଦୁ ଧର୍ମ ସମ୍ପର୍କରେ ଭୁଲ ପ୍ରଚାର କରୁଥିବା ଅନେକେ ଅଭିଯୋଗ କରୁଛନ୍ତି। ଏହାକୁ ରୋକାଯିବା ଦରକାର ବୋଲି ସେମାନେ କହିଛନ୍ତି।

ସୂଚନାଯୋଗ୍ୟ ଯେ ‘ଆଶ୍ରମ’ର ପ୍ରଥମ ସିଜନରେ ବବି ଦେଓଲଙ୍କ କାମକୁ ଜୋରଦାର ପ୍ରଶଂସା କରାଯାଇଥିଲା। ଖୁବଶୀଘ୍ର ଏହାର ଦ୍ବିତୀୟ ସିଜନ ମଧ୍ୟ ରିଲିଜ ହେବାକୁ ଯାଉଛି। ‘ଆଶ୍ରମ ୨’ରେ ବବି ଦେଓଲ କାଶୀପୁରବାଲା ବାବା ନିରାଲା ରୂପରେ ଏକଦମ ଦମଦାର ଦେଖାଯାଉଛନ୍ତି। କୁହାଯାଉଛି ଏହାର ଦ୍ବିତୀୟ ସିଜନ ପ୍ରଥମ ସିଜନଠାରୁ ଅଧିକ ଦମଦାର ହେବାକୁ ଯାଉଛି। ୧୧ ନଭେମ୍ବର ୨୦୨୦ରେ ‘ଆଶ୍ରମ ୨’ର  ଏମଏକ୍ସ ପ୍ଲେୟାରରେ ମାଗଣାରେ ଷ୍ଟ୍ରିମିଂ ହେବାକୁ ଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ