ଦୁର୍ଗାଷ୍ଟମୀରେ ଅମୃତା ରାଓ ଲାଲ ଶାଢ଼ିରେ ଶେୟାର କଲେ ବେବି ବମ୍ପ


ଅମୃତା ରାଓ ଏବେ ୯ ମାସର ଗର୍ଭବତୀ ଅଛନ୍ତି। ସେ ଯେ କୌଣସି ସମୟରେ କୁନି ଅତିଥିଙ୍କୁ ସ୍ବାଗତ କରିବାକୁ ଯାଉଛନ୍ତି। ଏବେ ଦୁର୍ଗାଷ୍ଟମୀରେ ଅମୃତା ଲାଲ ରଙ୍ଗର ଶାଢ଼ିରେ ବେବି ବମ୍ପ ସହିତ ଏକ ସୁନ୍ଦର ଭିଡ଼ିଓ ଶେୟାର କରିଛନ୍ତି। ଏଥିସହିତ ସେ କେତେକ ସୁନ୍ଦର କଥା ମଧ୍ୟ କହିଛନ୍ତି।

ଅମୃତା ଦୁର୍ଗାଷ୍ଟମୀରେ ନିଜର ଏହି ଭିଡ଼ିଓ ଶେୟାର କରି ଲେଖିଛନ୍ତି ଯେ ନବରାତ୍ରିର ଶୁଭ ଅବସରରେ ମୋର ଗର୍ଭକୁ ୯ ମାସ ପୂରା ହୋଇଛି। ଏଥିପାଇଁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ଏହି ୯ ଦିନ ଦେବୀ ଦୁର୍ଗା ଓ ତାଙ୍କ ୯ ଅବତାରକୁ ସମର୍ପିତ। ଏଥିସହିତ ସେ ମା’ ଦୁର୍ଗା ସମସ୍ତଙ୍କୁ ଶକ୍ତି ଦେବା ଲାଗି ପ୍ରାର୍ଥନା କରିଛନ୍ତି।

କିଛି ଦିନ ତଳେ ଅମୃତା ଧଳା ରଙ୍ଗର ଡ୍ରେସରେ ବେବି ବମ୍ପର ଫଟୋଶୁଟ କରାଇଥିଲେ। ଏହାର ଫଟୋ ମଧ୍ୟ ସେ ସୋସାଲ ମିଡିଆରେ ଶେୟାର କରିଥିଲେ। ଏହି ପୋଷ୍ଟରେ ସେ ନିଜ ପ୍ରେଗ୍ନାନ୍ସି ସମ୍ପର୍କରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ଅମୃତା ଲେଖିଥିଲେ ଯେ ଆପଣମାନଙ୍କ ପାଇଁ ଏହା ୧୦ ମାସ। କିନ୍ତୁ ମୋ ପାଇଁ ଏହା ୯ ମାସ, ଯାହାକି ସରପ୍ରାଇଜ। ଆପଣମାନଙ୍କ ସହିତ ଏହି ଶୁଭଖବର ଶେୟାର କରିବା ପାଇଁ ବହୁତ ଉତ୍ସାହିତ ଅଛି ବୋଲି ଅମୃତା ଲେଖିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ