ଟ୍ରମ୍ପଙ୍କ ପାଇଁ ଭାରତ ସହ ବନ୍ଧୁତା ଫଟୋଗ୍ରାଫିରେ ସୀମିତ: ବିଡେନ


ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଅବସରରେ ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଏକ ସ୍ତମ୍ଭ ଲେଖା ଜରିଆରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଶେଷକରି ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରବାସୀ ଭାରତୀୟ ଭୋଟରଙ୍କ ଭୂମିକା ନିର୍ଣ୍ଣାୟକ ହେବାକୁ ଥିବାରୁ ଉଭୟ ପ୍ରାର୍ଥୀ ଏହାକୁ ହାତେଇବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ବିଶେଷକରି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବନ୍ଧୁତା ଚର୍ଚ୍ଚାକୁ ନେଇ ସେ ଅଙ୍ଗୁଳି ଉଠାଇଛନ୍ତି। ସେ କହିଛନ୍ତି ଯେ ଏହି ବନ୍ଧୁତା କେବଳ ଫଟୋଗ୍ରାଫିରେ ସୀମିତ ରହିଛି। ଟ୍ରମ୍ପ ଭାରତ ପାଇଁ ସେପରି କିଛି କରି ନାହାନ୍ତି। ଆତଙ୍କବାଦ ଦମନ ଓ ଚୀନର ପଡ଼ୋଶୀ ରାଷ୍ଟ୍ରଙ୍କ ଧମକ ରୋକିବା ନେଇ ଟ୍ରମ୍ପ କିଛି କରିପାରି ନାହାନ୍ତି।

ଅନ୍ୟପକ୍ଷରେ ୨୦୦୮ରେ ତାଙ୍କ ଅଧ୍ୟକ୍ଷତାରେ ଭାରତ-ଆମେରିକା ସିଭିଲ ନ୍ୟୁକ୍ଲିୟର ଚୁକ୍ତି ଐତିହାସିକ ମୁହୂର୍ତ୍ତ ଥିଲା ବୋଲି କହିଛନ୍ତି। ୨୦୦୯ରୁ ୨୦୧୬ ମଧ୍ୟରେ ବାରାକ ଓବାମାଙ୍କ ରାଷ୍ଟ୍ରପତିତ୍ବ କାଳରେ ଭାରତ-ଆମେରିକା ସମ୍ପର୍କ ସବୁଠୁ ନିବିଡ଼ ଥିଲା। ଆଉ ସେ ଯଦି ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି, ତାହେଲେ ଦୁଇ ଦେଶ ମଧ୍ୟରେ ଆତଙ୍କବାଦ ଦମନ ପାଇଁ ପଦକ୍ଷେପ ନେବେ। ଚୀନର ଏକଚ୍ଛତ୍ରବାଦୀ ଆଭିମୁଖ୍ୟ ରୋକିବା ପାଇଁ ଭାରତ-ଆମେରିକା ଏକାଠି କାର୍ଯ୍ୟ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ