ଫେବ୍ରୁଆରୀ ସୁଦ୍ଧା ଆମେରିକାରେ କୋରୋନା ମୃତ୍ୟୁ ୫ ଲକ୍ଷ ଟପିବ!


ନ୍ୟୁୟର୍କ: ଯୁକ୍ତରାଷ୍ଟ୍ର ଆମେରିକାରେ କୋରୋନା ମୃତ୍ୟୁ ଆସନ୍ତା ଫେବ୍ରୁଆରୀ ସୁଦ୍ଧା ୫ ଲକ୍ଷ ଛୁଇଁପାରେ ବୋଲି ଏକ ବିଶେଷଜ୍ଞ ଟିମ ପୂର୍ବାନୁମାନ କରିଛି। ଯଦି ସମସ୍ତ ଆମେରିକୀୟ ଏହି କୋରୋନା ମହାମାରୀ ବେଳେ ମାସ୍କ ନ ପିନ୍ଧନ୍ତି, ଆମେରିକାରେ ଅବସ୍ଥା ଆଗକୁ ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା ପ୍ରକାଶ କରାଯାଇଛି। ଶୁକ୍ରବାର ରଏଟର୍ସ ତଥ୍ୟ ଅନୁସାରେ ଗୁରୁବାର ଆମେରିକାରେ ପୁଣି ଥରେ ୭୬ ହଜାର ୧୯୫ ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି। ଜୁଲାଇ ୧୬ରେ ଆମେରିକାରେ ଗୋଟିଏ ଦିନରେ ସର୍ବାଧିକ ୭୭ ହଜାର ୨୯୯ ଜଣେ ସଂକ୍ରମିତ ହୋଇଥିଲା ବେଳେ ଗୁରୁବାରର ସଂକ୍ରମଣ ଗୋଟିଏ ଦିନରେ ଦ୍ବିତୀୟ ସର୍ବାଧିକ ବୋଲି କୁହାଯାଇଛି। କେବଳ ଭାରତ ବର୍ଷରେ ସେପ୍ଟେମ୍ବର ୧୭ରେ ଗୋଟିଏ ଦିନରେ ସର୍ବାଧିକ ୯୭ ହଜାର ୮୯୪ ଜଣ ସଂକ୍ରମିତ ହେବା ଏବେ ବି ସର୍ବାଧିକ ବୋଲି ରେକର୍ଡ ହୋଇ ରହିଛି।

ୟୁନିଭର୍ସିଟି ଅଫ ୱାଶିଂଟନର ଇନଷ୍ଟିଚ୍ୟୁଟ ଅଫ ହେଲଥ ମେଟ୍ରିକ୍ସ ଏଣ୍ଡ ଇଭାଲ୍ୟୁସନ (ଆଇଏଚଏମଇ)  ପକ୍ଷରୁ ଆସନ୍ତା ଥଣ୍ଡା ସିଜନକୁ ନେଇ ଆଶଙ୍କା କରାଯାଇଛି। ଏହି ସମୟରେ ସଂକ୍ରମଣ ବଢ଼ିବା ନେଇ ମଧ୍ୟ ଆଶଙ୍କା କରାଯାଇଛି। ଗତ ଗୁରୁବାର ଆମେରିକାର ୧୪ଟି ପ୍ରୋଭିନ୍ସରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଗାଟିଏ ଦିନରେ ସର୍ବାଧିକ ବୋଲି ରେକର୍ଡ ହୋଇଛି। ଆଇଏଚଏମଇ ନିର୍ଦେଶକ କ୍ରିସ ମରେଙ୍କ କହିବା ଅନୁସାରେ ଯଦି ଦେଶର ୯୫ ପ୍ରତିଶତ ଲୋକ ଏଣିକି ମାସ୍କ ପିନ୍ଧିବେ, ତାହେଲେ ଆମେ କୋରୋନା ମତ୍ୟୁକୁ ୧ ଲକ୍ଷ ୩୦ ହଜାର ପର୍ଯ୍ୟନ୍ତ କମ କରିପାରିବା। ଦେଶର ସ୍ବାସ୍ଥ୍ୟ ସଚିବ ମଧ୍ୟ ସଂକ୍ରମଣ ବଢ଼ିବା ନେଇ ଲୋକଙ୍କ ଚରିତ୍ରକୁ ଦାୟୀ କରିଛନ୍ତି। ଘରେ ଏକତ୍ରୀକରଣ ବଢ଼ୁଥିବାରୁ ଆଜି ଏହି ଅବସ୍ଥା ଉପୁଜିଛି ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ