ଜେଲ୍‌ରେ ପୁଞ୍ଜିଲାଲ ମେହେରଙ୍କୁ ମାଡ଼ ଅଭିଯୋଗ: ପିଟିସନ ଦାଖଲ କଲେ ଓକିଲ


ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର ଜେଲରେ ମାଡ ହୋଇଥିବା ଓ ତାଙ୍କୁ ପରିଶ୍ରା ପିଇବା ପାଇଁ ବାଧ୍ୟ କରା ଯାଇଥିବା ନେଇ ଓକିଲଙ୍କ ପକ୍ଷରୁ ପାଟଣାଗଡ଼ ଏଡିଜେ କୋର୍ଟରେ ଏକ ପିଟିସନ ଦେଇଥିବା ଜଣାପଡିଛି। ତେବେ ପୁଞ୍ଜିଲାଲ ମେହେରକୁ ବଲାଙ୍ଗିର ଜେଲରେ ମାଡ ହୋଇଥିବା ସମ୍ପର୍କରେ ସୂଚନା ପାଇଥିବା ନେଇ ଓକିଲ ତିର୍ଥ ସାହୁ ପିଟିସନ ଦେଇଥିବା ନେଇ ଜଣାପଡିଛି। ଉକ୍ତ ପିଟିସନରେ ଗତ ୨୧ ତାରିଖରେ ପୁଞ୍ଜିଲାଲ ମେହେରଙ୍କୁ ଜେଲରେ ଜେଲ ଅଧିକ୍ଷକ, ଜେଲର, ଜାମଦାର ଓ ଅନ୍ତେବାସୀମାନେ ପୁଞ୍ଜିଲାଲକୁ ଉଲଗ୍ନ କରି ମାଡ ମାରିଥିଲେ । ଏହା ପରେ ପୁଣି ୨୩ ତାରିଖରେ ପୁଞ୍ଜିଲାଲ ମେହେରକୁ ଜେଲ ଅଧିକ୍ଷକ, ଜେଲର ଓ ଅନ୍ତେବାସୀମାନଙ୍କ ମଧ୍ୟରୁ ଜଣେ ଅନ୍ତେବାସୀ ପୁଞ୍ଜିଲାଲ ମେହେରଙ୍କ ମୁହଁରେ ପରିଶ୍ରା କରିବା ସହିତ ତାଙ୍କୁ ପରିଶ୍ରା ପିଇବା ପାଇଁ ବାଧ୍ୟ କରା ଯାଇଥିବା ନେଇ ପିଟିସନରେ ଉଲ୍ଲେଖ କରିଥିବା ଜଣାପଡିଛି।

ଏହି ପିଟିସନର ଶୁଣାଣି କରି ପାଟଣାଗଡ଼ ଏଡିଜେ ବଲାଙ୍ଗିର ଜେଲକୁ ଏକ ନିର୍ଦେଶନାମା ଜାରି କରିଛନ୍ତି । ଏଥିରେ ବଲାଙ୍ଗିର ଜେଲ ଅଧିକ୍ଷକଙ୍କୁ ପୁଞ୍ଜିଲାଲକୁ ମାଡ ମରା ଯାଇଥିବା ଓ ତାଙ୍କ ମୁହଁରେ ପରିଶ୍ରା କରାଯାଇଥିବା ସହ ପରିଶ୍ରା ପିଇବା ପାଇଁ ବାଧ୍ୟ କରା ଯାଇଥିବା, ଜେଲ ଡାକ୍ତରଙ୍କ ଦ୍ଵାରା ପୁଞ୍ଜିଲାଲର ଚିକିତ୍ସା ବା ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ସମସ୍ତ ଘଟଣାର ସତ୍ୟତା ଉପରେ ଏଡିଜେ କୋର୍ଟକୁ ୨୫ ତାରିଖରେ ରିପୋର୍ଟ ଦାଖଲ କରିବା ପାଇଁ ପାଟଣାଗଡ଼ ଏଡିଜେ କୋର୍ଟ ନିର୍ଦେଶ ଜାରି କରିଥିବା ଜଣାପଡିଛି।

ଏଠାରେ ପ୍ରକାଶ ଥାଉ କି, ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ପ୍ରଥମେ ପାଟଣାଗଡ଼ ଉପକାରାଗାରରେ ଥିଲେ। ସେଠାରେ ଦୀର୍ଘ ସମୟ ଥିବା ବେଳେ ସେଠାରେ ବିଭିନ୍ନ ସମୟରେ ବିବାଦୀୟ ପରିସ୍ଥିତି ମାନ ଉପୁଜାଇଥିବା ନେଇ ଲୋକ ଲୋଚନକୁ ଆସିଥିଲା। ପାଟଣାଗଡ଼ ଜେଲରୁ ଫେରାର ମାରୁଥିବା ଉଦ୍ୟମ କରୁଥିବା ବେଳେ କାବୁ କରିବା ପାଇଁ ଜେଲ କର୍ମଚାରୀଙ୍କ ହାବୁଡାରେ ପଡି ମାଡ ଖାଇଥିବା ମଧ୍ୟ ଜଣାପଡିଥିଲା। ଏ ସମ୍ପର୍କରେ ପୁଞ୍ଜିଲାଲ ଜିଲ୍ଲା ଜଜ୍‌ ଉପକାରାଗାରକୁ ଆସିଥିବା ସମୟରେ ତାଙ୍କ ପାଖରେ ଅଭିଯୋଗ କରିଥିଲେ। ଏହାକୁ ନେଇ ପୁଞ୍ଜିଲାଲ ନିଜ ଓକିଲଙ୍କ ମାଧ୍ୟମରେ ପାଟଣାଗନ ଜେଲରେ ତାଙ୍କୁ ମାଡ ମରା ଯାଉଥିବା ନେଇ ପାଟଣାଗଡ଼ କୋର୍ଟରେ ପିଟିସନ ଦାଖଲ କରିଥିଲେ।

ଏହାର ଶୁଣାଣି କରି କୋର୍ଟ ପୁଞ୍ଜିଲାଲକୁ ପାଟଣାଗନ ଜେଲରୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ କାରାଗାରକୁ ସ୍ଥାନାନ୍ତରିତ କରାଯିବା ପାଇଁ ନିର୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦେଶ କ୍ରମ ପୁଞ୍ଜିଲାଳକୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ କାରାଗାରକୁ ସ୍ଥାନାନ୍ତରିତ କରା ଯାଇଥିଲା। ତେବେ ବଲାଙ୍ଗିର ଜେଲରେ ପୁଣି ପୁଞ୍ଜିଲାଲଙ୍କୁ ମାଡ ମାରିଥିବା ଘଟଣା ନେଇ ପିଟିସନ ଦାଖଲ କରା ଯାଇଥିବା ବେଳେ ଏହାର ସତ୍ୟତା ଉପରେ ରିପୋର୍ଟ ପ୍ରଦାନ ପାଇଁ ପାଟଣାଗଡ଼ ଏଡିଜେ କୋର୍ଟ ବଲାଙ୍ଗିର ଜେଲକୁ ନିର୍ଦେଶ ଦେଇଥିବା ଜଣାପଡିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ