ପୂଜା ପେଣ୍ଡାଲରେ କୋରୋନା ଝଲକ: ଡାକ୍ତର ରୂପୀ ମା’ ଦୁର୍ଗା କରୁଛନ୍ତି କୋରୋନାସୁର ବଧ


ସାରା ବିଶ୍ବରେ କୋରୋନା ସଙ୍କଟ ଚାଲିଥିବା ବେଳେ ପାର୍ବଣର ଋତୁ ଆରମ୍ଭ ହୋଇଯାଇଛି। ପ୍ରତ୍ୟେକ ବର୍ଷ ଧୁମଧାମରେ ଦଶହରା ପାଳନ କରାଯାଉଥିବା ବେଳେ ଏ ବର୍ଷ ଫିକା ପଡ଼ିଯାଇଛି ଉତ୍ସବ। ଏସବୁ ମଧ୍ୟରେ ମଧ୍ୟ ଦୁର୍ଗା ମା’ଙ୍କ ପୂଜାରେ କୌଣସି ଅବହେଳା ରଖିବାକୁ ଚାହୁନାହାନ୍ତି ତାଙ୍କ ଭକ୍ତମାନେ। କୋରୋନା ଭାଇରସର ପ୍ରଭାବ ଏଥର ଦୁର୍ଗାପୂଜା ଉପରେ ଦେଖିବାକୁ ମିଳୁଛି। କୋଲକାତାର ଏକ ଦୁର୍ଗା ପୂଜା ପେଣ୍ଡାଲକୁ ଏକ ନିଆରା ରୂପ ଦିଆଯାଇଛି। ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଛି।

ଡାକ୍ତର ହୋଇଛନ୍ତି ମା’ ଦୁର୍ଗା
କୋଲକାତାର ଏକ ପେଣ୍ଡାଲରେ ମା’ ଦୁର୍ଗାଙ୍କୁ ଡାକ୍ତର ରୂପ ଦିଆଯାଇଛି। ସେହିପରି ମହିଷାସୁରକୁ କୋରୋନାସୁର ରୂପ ଦିଆଯାଇଛି। ପେଣ୍ଡାଲରେ ନିର୍ମିତ ମୂର୍ତ୍ତି ଫଟୋ ସୋସାଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଡାକ୍ତର ରୂପ ଧରି ଦୁଗା ମା’ କୋରୋନାସୁରକୁ ବଧ କରୁଥିବା ଦେଖିବାକୁ ମିଳୁଛି।

ପୋଲିସ ବେଶଭୂଷାରେ ଭଗବାନ ଗଣେଶ
ଏହାବ୍ୟତୀତ ପେଣ୍ଡାଲରେ ଭଗବାନ ଗଣେଶଙ୍କ ପ୍ରତିମା ମଧ୍ୟ ନିର୍ମାଣ କରାଯାଇଛି। ଭଗବାନ ଗଣେଶ ପୋଲିସ ବେଶଭୂଷାରେ ନଜର ଆସୁଛନ୍ତି। କେବଳ ସେତିକି ନୁହେଁ, ଏହି ପେଣ୍ଡାଲରେ ସମାଜସେବୀ ଓ ସଫେଇ କର୍ମଚାରୀଙ୍କ ପ୍ରତିମା ନିର୍ମାଣ କରି ତାଙ୍କ ଯୋଗଦାନକୁ ମଧ୍ୟ ଦେଖାଯାଇଛି।

ସୂଚନାଯୋଗ୍ୟ ଯେ ଦକ୍ଷିଣ କୋଲକାତାର ବେହାଲା ବରିଶା ଦୁର୍ଗାପୂଜା କମିଟି ଦୁର୍ଗାପୂଜା ପେଣ୍ଡାଲରେ ଏକ ନିଆରା ପରିବର୍ତ୍ତନ କରିଛି। ଏଥର ମା’ ଦୁର୍ଗାଙ୍କ ମୂର୍ତ୍ତି ବଦଳରେ ନିଜ ପିଲାଙ୍କ ସହିତ ଠିଆ ହୋଇଥିବା ଜଣେ ପ୍ରବାସୀ ମହିଳାଙ୍କ ମୂର୍ତ୍ତି ନିର୍ମାଣ କରାଯାଇଛି। ପ୍ରବାସୀ ମହିଳାଙ୍କ ଏହି ପ୍ରତିମା ଲକଡାଉନ ସମୟରେ ପ୍ରବାସୀ ମହିଳାଙ୍କ ସଂଘର୍ଷର କାହାଣୀ ବୟାନ କରୁଛି। ଏଥିସହିତ ପେଣ୍ଡାଲରେ ଦେବୀଙ୍କ ସାଙ୍କେତିକ ମୂର୍ତ୍ତିକୁ ପ୍ରବାସୀ ଶ୍ରମିକଙ୍କ ଝିଅମାନଙ୍କ ରୂପ ଦିଆଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ