ବଢ଼ୁଛି ଗାଈ ଆଲିଙ୍ଗନ ଟ୍ରେଣ୍ଡ , ଜାଣନ୍ତୁ ଏହା ପଛର ରହସ୍ୟ


ଛେଳିଙ୍କ ମଧ୍ୟରେ ଯୋଗ କରିବା ଠାରୁ ଆରମ୍ଭ କରି ଘଣ୍ଟି ଧ୍ବନିରେ ଶୋଇବା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସମ୍ପର୍କିତ ଟିପ୍‌ସ ଭଳି ନୂଆ ନୂଆ ଟ୍ରେଣ୍ଡ ଦୁନିଆରେ ଆସିବାରେ ଲାଗିଛି। ଏହାର ଉଦ୍ଦେଶ୍ୟ ମନର ଶାନ୍ତି ହାସଲ କରିବା। ନେଦରଲାଣ୍ଡ୍‌ସରେ ଏକ ନୂଆ ପରମ୍ପରା ଆରମ୍ଭ ହୋଇଛି। ସ୍ଥାନୀୟ ଭାଷାରେ ଏହାକୁ ‘କାଓ ନଫଲେନ’ କୁହାଯାଏ। ଏହାର ଅର୍ଥ ହେଉଛି ଗାଈକୁ ଆଲିଙ୍ଗନ କରିବା।

ଏହି ପରମ୍ପରା ଗାଈକୁ ଲାଗି ବସିବା ସମୟରେ ମିଳୁଥିବା ମାନସିକ ଶାନ୍ତି ଉପରେ ଆଧାରିତ। ଏଠାର ଲୋକମାନେ ଗାଈକୁ ଆଲିଙ୍ଗନ କରାଯାଇ ପାରୁଥିବା ଯେ କୌଣସି ଗୋଶାଳା ଯାଇଥାନ୍ତି। ସେଠାରେ ଗାଈକୁ ଲାଗି କିଛି ଘଣ୍ଟା ବସିଥାନ୍ତି। ଗାଈର ପିଠି ଥାପୁଡ଼ାଇବା ସହିତ ଗାଈକୁ ଆଲିଙ୍ଗନ କରିବା, ଏସବୁ ହେଉଛି ଗୋଟିଏ ଗୋଟିଏ ଥେରାପି। ଏପରି କରିବା ସମୟରେ ଯଦି ଗାଈ ଆପଣଙ୍କୁ ଓଲଟା ଚାଟେ,  ଏଥିରୁ ଜଣାପଡ଼ିବ ଆପଣ ଓ ଗାଈ ଭିତରେ କେତେ ବିଶ୍ବସ୍ତତା ରହିଛି। ଗାଈର ଶରୀରର ଗରମ ତାପମାତ୍ରା, ଧିମା ହୃତସ୍ଫନ୍ଦନ ବସିଥିବା ବ୍ୟକ୍ତିଙ୍କୁ ଶାନ୍ତି ଦେଇଥାଏ।

ନେଦରଲାଣ୍ଡ୍‌ସର ଏକ ଗାଈ ଫାର୍ମର ମାଲିକଙ୍କ କହିବାନୁସାରେ ସାଧାରଣତଃ ଗାଈ ବହୁତ ଶାନ୍ତ ହୋଇଥାନ୍ତି। ବିନା କାରଣରେ ସେମାନେ କାହା ସହିତ ଲଢ଼ନ୍ତି ନାହିଁ କିମ୍ବା କାହାରିକୁ ହଇରାଣ କରନ୍ତି ନାହିଁ। ଆଲିଙ୍ଗନ କରିବା ଲାଗି ପ୍ରସ୍ତୁତ କରାଯାଇଥିବା ବିଶେଷ ଗାଈ ଆହୁରି ଶାନ୍ତ ହୋଇଥାନ୍ତି। ଗାଈକୁ ଆଲିଙ୍ଗନ କରିବା ଫଳରେ ମଣିଷ ଶରୀରରେ ଅକ୍ସିଟୋସିନ ନିର୍ଗତ ହୋଇଥାଏ। ଏହା ଶରୀରକୁ ଭଲ ଅନୁଭବ କରାଇଥାଏ। ଏହା ସନ୍ତୁଷ୍ଟି ଭାବନା ଆଣି ଚାପ କମ କରିଥାଏ ଓ ମନକୁ ଶାନ୍ତ କରାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ