ଘରେ ସୁଖ ଶାନ୍ତି ଚାହୁଥିଲେ, ଦଶହରାରେ କରନ୍ତୁ ଏହି କାମ


ଆଗକୁ ଆସୁଛି ଦଶହରା। ଦଶହରା ପର୍ବ ମନ୍ଦ ଉପରେ ଭଲର ବିଜୟର ପ୍ରତୀକ ଅଟେ। ଶାସ୍ତ୍ରରେ ଏହି ଦିନର ବଡ଼ ମହତ୍ତ୍ବ ରହିଛି। ଏହି ଦିନରେ ଯଦି କିଛି କଥା ଉପରେ ଧ୍ୟାନ ରଖିବେ, ତେବେ ଆପଣଙ୍କ ଜୀବନ ଖୁସିରେ ଭରିଯିବ।

ରାବଣ ପୋଡ଼ି କାଠ
ଜ୍ୟୋତିଷଙ୍କ କହିବାନୁସାରେ ରାବଣ ଦହନ ପରେ ବଳକା କାଠକୁ ଘରକୁ ଆଣି କୌଣସି ସୁରକ୍ଷିତ ସ୍ଥାନରେ ରଖିବା ଉଚିତ। ଏପରି କରିବା ଦ୍ବାରା ଘରେ କେବେ ବି କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିବ ନାହିଁ।

କୁକୁରକୁ ଖାଇବାକୁ ଦିଅନ୍ତୁ
ଧନ ପ୍ରାପ୍ତି ପାଇଁ ଦଶହରା ଠାରୁ ୪୩ ଦିନ ଯାଏ କୁକୁରକୁ ପ୍ରତ୍ୟେକ ଦିନ ସକାଳେ ଲଡୁ ଖୁଆନ୍ତୁ। ଏପରି କରିବା ଦ୍ବାରା ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଯାଏ।

ଗୁପ୍ତ ଦାନ
ରାବଣ ପୋଡ଼ି ପରେ କୌଣସି ଗରିବ ଲୋକଙ୍କୁ ଗୁପ୍ତ ଦାନ ଦିଅନ୍ତୁ। ଏଥିସହିତ ମନ୍ଦିରରେ ଏକ ନୂଆ ଝାଡ଼ୁ ରଖନ୍ତୁ। ଏହାକୁ ଏପରି ସ୍ଥାନରେ ରଖନ୍ତୁ, ଯାହାକୁ କେହି ଦେଖିପାରିବେ ନାହିଁ। ଏହା ଧନ ସହିତ ଜଡ଼ିତ ସମସ୍ତ ସମସ୍ୟା ଦୂର କରିଥାଏ।

ଗରିବଙ୍କ ମଧ୍ୟରେ ବାଣ୍ଟନ୍ତୁ ଫଳ
ପୂଜା କରିବା ପରେ ୧୦ଟି ଫଳ ଗରିବଙ୍କ ମଧ୍ୟରେ ବାଣ୍ଟନ୍ତୁ। ଏଥିସହିତ ‘ଓଁ ବିଜୟାୟୋ ନମଃ’ ମନ୍ତ୍ର ଜପ କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବା ସହିତ ଚାକିରିରେ ସଫଳତା ମିଳିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ