ବାହାରକୁ ବୁଲିଯିବାକୁ ଚାହୁଥିଲେ ଚାଲନ୍ତୁ ଇଟାଲୀ


ଯଦି ଆପଣ ମଧ୍ୟ ଭାରତ ବାହାରେ ନିଜ ଛୁଟି ବିତାଇବାକୁ ଯୋଜନା କରୁଛନ୍ତି, ତେବେ ଇଟାଲୀ ଆପଣଙ୍କ ପାଇଁ ଏକ ଉପଯୁକ୍ତ ବିକଳ୍ପ ହୋଇପାରେ। ଏଠାର ସୌନ୍ଦର୍ଯ୍ୟ, ଐତିହାସିକ ସ୍ମାରକ, ସୁନ୍ଦର କଳାକୃତି ଯେ କୌଣସି ବ୍ୟକ୍ତିଙ୍କ ମନ କିଣି ନେବ। ଏଥିସହିତ ଏହାକୁ ବିଶ୍ବର ସବୁଠାରୁ ରୋମାଣ୍ଟିକ୍‌ ଦେଶ ବୋଲି କୁହାଯାଏ। ଏଠାରେ ଆପଣ ଅଲଗା ଅଲଗା ସହର ଭୁଲି ଭଲ ଭାବେ ଆନନ୍ଦ ନେଇପାରିବେ। ଚାଲନ୍ତୁ ଜାଣିବା ଇଟାଲୀର କେତେକ ସହର ସମ୍ପର୍କରେ, ଯେଉଁଠି ଆପଣ ଛୁଟିକୁ ଭଲ ଭାବେ ଉପଭୋଗ କରିପାରିବେ।

କେବେ ଯିବେ?
ଇଟାଲୀ ବୁଲିବା ଯିବାର ସବୁଠାରୁ ଉପଯୁକ୍ତ ସମୟ ହେଉଛି ଏପ୍ରିଲ୍‌ରୁ ଜୁନ୍‌ ଓ ମଧ୍ୟ ସେପ୍ଟେମ୍ବରରୁ ଅକ୍ଟୋବର। ଆପଣ ଏହି ସମୟରେ ଏଠାକୁ ଯାଇ ନିଜ ଛୁଟିକୁ ଭଲ ଭାବେ ଏନ୍‌ଜୟ କରିପାରିବେ।

ରୋମ
ଇଟାଲୀକୁ ବିଶ୍ବର ସବୁଠାରୁ ସୁନ୍ଦର ଓ ରୋମାଣ୍ଟିକ ଦେଶ ବୋଲି କୁହାଯାଏ। ଇଟାଲୀର ରୋମ ସହର ପାର୍ଟନରଙ୍କ ସହିତ ଛୁଟି ବିତାଇବା ଲାଗି ପୂରାପୂରି ପରଫେକ୍ଟ ଅଟେ। ଏଠାର ସୁନ୍ଦର କଳାକୃତି ଆପଣଙ୍କ ମନ ମୋହି ନେବ। ଫ୍ୟାଶନ୍‌, ଫୁଡ୍‌ ଓ ସିନେମାର ସହର କୁହାଯାଉଥିବା ରୋମ ଲୋକଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରିୟ। ଏଠାକୁ ସାରା ବିଶ୍ବରୁ ପର୍ଯ୍ୟଟକ ଆସିବାକୁ ପସନ୍ଦ କରନ୍ତି। ଏହାକୁ ୟୁରୋପର ସବୁଠାରୁ ଜୀବନ୍ତ ସହ ବୋଲି କୁହାଯାଏ।

ଭେନିସ
ଇଟାଲୀର ଭେନିସ ସହର ଏକ ରୋମାଣ୍ଟିକ୍‌ ସ୍ଥାନ ଭାବେ ଜଣାଶୁଣା। ଏହି ସହରର ସୌନ୍ଦର୍ଯ୍ୟର ପ୍ରଶଂସା ଯେତେ କଲେ ମଧ୍ୟ ତାହା କମ୍‌ ଲାଗିବ। ପାଣିରେ ଭରା ଏହି ସହର ଦେଖିବାକୁ ଖୁବ୍‌ ସୁନ୍ଦର ହେବା ସହିତ ଯେ କୌଣସି ବ୍ୟକ୍ତିଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ଏଠାରେ ନିଜ ପାର୍ଟନରଙ୍କ ସହିତ ବୋଟିଂର ମଜା ନେଇପାରିବେ।

ମିଲାନ
ଇଟାଲୀର ମିଲାନ ସହର ନିଜ ସୌନ୍ଦର୍ଯ୍ୟ ଓ ଫ୍ୟାଶନ୍‌ ପାଇଁ ଜଣାଶୁଣା। ଏଠାରେ ଆପଣ ସୁନ୍ଦର ଓ ଜବରଦସ୍ତ ଡିଜାଇନ୍‌ ସହିତ କଳାକୃତି ଓ ସ୍ମାରକ ଦେଖି ପାରିବେ। ଏଠାରେ ଟିଏଟ୍ରୋ ଆଲ ସ୍କାଲା ରହିଛି, ଯାହା ଲା ସ୍କାଲା ରୂପରେ ଜଣାଶୁଣା। ଏଠାରେ ଏକ ପ୍ରସିଦ୍ଧ ସିନେମାଘରେ ନାଟକ ମଧ୍ୟ ପ୍ରଦର୍ଶନ କରାଯାଏ। ଏହାବ୍ୟତୀତ ଲିୟୋନାର୍ଡୋ ଦା ଭିନ୍ସ ମଧ୍ୟ ବୁଲିବାକୁ ଯାଇପାରିବେ।

ଭେରୋନା
ଭେରୋନା ଇଟାଲୀର ରୋମାଣ୍ଟିକ୍‌ ସ୍ଥାନ ମଧ୍ୟରେ ଏହା ଅନ୍ୟତମ। ଏଠାରେ ଥିବା ସ୍ୟାନ୍‌ ଜେନୋ ଚର୍ଚ୍ଚ ସବୁଠାରୁ ଅଧିକ ଧାର୍ମିକ ସ୍ଥାନ ଅଟେ। ଏହାର ବାହାରେ ଥିବା ସାଂସ୍କୃତିକ ସ୍ଥାନ ରହିଛି, ଯାହା ନିଜ ସୌନ୍ଦର୍ଯ୍ୟ ବଳରେ ଯେ କୌଣସି ବ୍ୟକ୍ତିଙ୍କୁ ଆକର୍ଷିତ କରିଦେବ।

ଫ୍ଲୋରେନ୍ସ
ଯଦି ଆପଣ ବାସ୍ତୁକଳା ଦେଖିବାର ସଉକ ରଖିଥାନ୍ତି, ତେବେ ଇଟାଲୀର ଫ୍ଲୋରେନ୍ସ ଯିବାକୁ ଭୁଲନ୍ତୁ ନାହିଁ। ଏଠାରେ ଆପଣଙ୍କୁ ଏକ ଚମତ୍କାର ବାସ୍ତୁକଳାର ଏକ ସଂଗ୍ରହାଳୟ ଦେଖିବାକୁ ମିଳିବ। ଏହା ଏଠାର ସବୁଠାରୁ ବଡ଼ ଆଉଟ୍‌ଡୋର ସଂଗ୍ରହାଳୟ ଭାବେ ଲୋକପ୍ରିୟ। ଏଥିସହିତ ଏହାକୁ ପୂରା ବିଶ୍ବର ମହାନ କଳା ସଂଗ୍ରହାଳୟ ବୋଲି ମଧ୍ୟ କୁହାଯାଏ। ଏହାବ୍ୟତୀତ ସାନ୍ତା ମାରିଆ ଡେଲ ଫିୟାଓରରେ ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ଥର ଦୃଶ୍ୟ ଦେଖିବା ଲାଗି ବହୁତ ଭଲ ଲାଗିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ