ଅଫିସରେ ଏଭଳି ଭାବନା ଆସିଲେ ବଦଳାଇ ଦିଅନ୍ତୁ ଚାକିରି


ଯଦି ଅଫିସରେ କାମ କରିବାର ଆଗ୍ରହ କମିବାରେ ଲାଗିଛି କିମ୍ବା ଉତ୍ସାହ ରହୁନି, ତେବେ ଭାବିନିଅନ୍ତୁ ଯେ ଆପଣଙ୍କ ପାଇଁ ଚାକିରି କିମ୍ବା କର୍ମସ୍ଥଳୀ ବଦଳାଇବାର ପ୍ରକୃଷ୍ଟ ସମୟ ଆସିଗଲା। ଜାଣିନିଅନ୍ତୁ କେଉଁ ସୂଚକ ଦେଖି ଆପଣ ନିଶ୍ଚିନ୍ତ ହେବେ ଯେ ଏଥର ବଦଳାଇ ଦେବା ଦରକାର ଚାକିରି।

ଅଧିକାରୀଙ୍କ ତାଡ଼ନା
ଯଦି ଆପଣଙ୍କ ବସ୍‌ ପ୍ରତ୍ୟେକଟି କାମରେ ଆପଣଙ୍କୁ ନେଗେଟିଭ କମେଣ୍ଟ କରନ୍ତି କିମ୍ବା ଆପଣଙ୍କ ପ୍ରତ୍ୟେକଟି କାର୍ଯ୍ୟକଳାପରେ ସେ ଅସହିଷ୍ଣୁ ଥିବା ଲକ୍ଷ୍ୟ କରନ୍ତି ତେବେ ବସ୍‌ଙ୍କୁ ଖୁସି କରିବା ଅପେକ୍ଷା ସବୁଠୁ ଭଲ ହେବ ଆପଣ ଆପଣଙ୍କ ବିଭାଗ, କର୍ମସ୍ଥଳୀ ଓ ବସ୍‌ ବଦଳାଇ ଦେବା।

ନେଗେଟିଭ ପରିବେଶ
ଚାକିରି ଛାଡ଼ିଦେବାର ଏକ ବଡ଼ କାରଣ ହେଉଛି ଅଫିସ୍‌ର ପରିବେଶ। ଅଫିସ୍‌ର ପରିବେଶ ସକାରାତ୍ମକ ଓ ନକାରାତ୍ମକ ଦୁଇ ପ୍ରକାରର ହୋଇଥାଏ। ଆପଣଙ୍କ ସହିତ କାମ କରୁଥିବା ସହଯୋଗୀମାନେ ଯଦି ଆପଣଙ୍କ କାର୍ଯ୍ୟକଳାପକୁ ନେଇ ବାରମ୍ବାର ଅଭିଯୋଗ କରନ୍ତି ଏବଂ ବସ୍‌ ଯଦି ଆପଣଙ୍କ ଉପରେ ପ୍ରସନ୍ନ ନ ରୁହନ୍ତି, ତେବେ ଆପଣ ଚାକିରି ବଦଳାଇବା ଆବଶ୍ୟକ।

ନିଃସଙ୍ଗତା
ଅଫିସ୍‌ରେ ନିଜ କାମକୁ ନେଇ ବୋରିଂ ହେବା ଏକ ସାଧାରଣ କଥା। କିନ୍ତୁ ଯଦି ଆପଣଙ୍କ କାମକୁ ନେଇ ଆପଣ ପ୍ରତ୍ୟେକ ଦିନ ବୋରିଂ ଅନୁଭବ କରିଚାଲିଛନ୍ତି ଏବଂ କାମରେ ଯଦି ଆପଣଙ୍କ ଉତ୍ସାହ ରହୁନି ତେବେ ଚାକିରି ବଦଳାଇ ଦିଅନ୍ତୁ।

ସମୟ ବିତାଇବା
ଯଦି ଅଫିସ୍‌ରେ ଆପଣଙ୍କ ପାଇଁ କାମ ନାହିଁ ଏବଂ ଆପଣଙ୍କୁ ମନେହେଉଛି ଯେ ଆପଣ ବସିରହି କେବଳ ସମୟ ବିତାଉଛନ୍ତି ତେବେ ନିଜର ଦକ୍ଷତା ନଷ୍ଟ କରିବା ଅପେକ୍ଷା ନୂଆ ନିଯୁକ୍ତିରେ ଯୋଗଦେଇ ଦକ୍ଷତାର ପ୍ରୟୋଗ କରନ୍ତୁ।

ଲକ୍ଷ୍ୟ
ଯଦି କମ୍ପାନୀର ଲକ୍ଷ୍ୟ ସହ ତାଳ ଦେଇ ଆପଣଙ୍କ ଜୀବନର ଲକ୍ଷ୍ୟ ଅଗ୍ରସର ହେଉନାହିଁ ବା ମେଳ ଖାଉ ନାହିଁ କିମ୍ବା କମ୍ପାନୀର ଲକ୍ଷ୍ୟକୁ ପୂରା କରିବାକୁ ଯାଇ ଆପଣଙ୍କ ବିକାଶ ଘଟୁନାହିଁ ତେବେ ଚାକିରି ବଦଳାନ୍ତୁ।

ଚାପ
ଅଫିସ୍‌ରେ କାମର ଚାପ ରହିବ। କେବେ କେମିତି କାମରେ ଚାପ ରହିବା ଅସ୍ବାଭାବିକ ନୁହେଁ। କିନ୍ତୁ ପ୍ରତ୍ୟହ କାମରେ ଚାପ ରହିଲେ ଆପଣ ମାନସିକ ରୁଗ୍‌ଣ ହୋଇପଡ଼ିବେ। ଶାରୀରିକ ସମସ୍ୟା ବି ବଢ଼ିପାରେ। ପ୍ରଚଳିତ ନିଯୁକ୍ତିରେ ଚାପଗ୍ରସ୍ତ ହୋଇ ରହିବା ଅପେକ୍ଷା ଚାକିରି ବଦଳାଇ ଦେବା ଦରକାର।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ