ଏବେ ଟ୍ରେଣ୍ଡରେ ବ୍ଲେଜର ଡ୍ରେସ


ଦୁନିଆରେ ନୂଆ ଟ୍ରେଣ୍ଡ ସେଟ କରିବା ଲାଗି ଆଉଟଫିଟ ଓ ଫ୍ୟାଶନ ସହିତ ଜଡ଼ିତ ଅନେକ ଜିନିଷକୁ ନେଇ ଅନେକ ପରୀକ୍ଷାନିରୀକ୍ଷା କରିବାକୁ ପଡ଼ିଥାଏ। ଏହି ପରୀକ୍ଷଣ କେବେ ଫ୍ଲପ ତ ଆଉ କେତେବେଳେ ସଫଳ ହୋଇଥାଏ। ବେଳେବେଳେ ଏହା ସନ୍ତୁଳିତ ରୂପରେ ବଜାରରେ ନିଜ ପରିଚୟ ଛାଡ଼ିଥାଏ। ଏଭଳି ଏକ ପରୀକ୍ଷଣ ବ୍ଲେଜର ପ୍ୟାଣ୍ଟସୁଟକୁ ନେଇ କରାଯାଇଛି। ଏଥିରେ ବ୍ଲେଜରକୁ ବିନା ପ୍ୟାଣ୍ଟରେ ମଧ୍ୟ ପିନ୍ଧା ଯାଇପାରିବ। ଏହା ବ୍ଲେଜର ଡ୍ରେସ ନାମରେ ଟ୍ରେଣ୍ଡରେ ରହିଛି। ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଜୋନସଙ୍କ ଠାରୁ ଆରମ୍ଭ କରି ଶିବାନୀ ଦାଣ୍ଡେକର, ଶାଢ଼ି କୁଇନ ଶିଳ୍ପା ଶେଟ୍ଟୀ କୁନ୍ଦ୍ରାଙ୍କୁ ମଧ୍ୟ ବ୍ଲେଜର ଡ୍ରେସରେ ଦେଖିବାକୁ ମିଳିଛି। ଏହି ବ୍ଲେଜର ଡ୍ରେସକୁ ଆପଣ ୱାର୍କ ମିଟିଂ, ନାଇଟ ପାର୍ଟି ସହିତ ନିଜ ସୁବିଧା ଅନୁସାରେ ଯେ କୌଣସି ସ୍ଥାନକୁ ପିନ୍ଧି ଯାଇପାରିବେ। ଏହି ଡ୍ରେସ ଆପଣଙ୍କୁ ଏକା ଧାରାରେ ଆପଣଙ୍କୁ ପାୱାର ୱିମେନ ସହିତ ଗ୍ଲାମରସ ଲୁକ ଦେବ।

ଶିବାନୀ ବକ୍ସ ବ୍ଲେଜର ଡ୍ରେସ ସହିତ ମ୍ୟାଚିଂ ଥାଇ ହାଇ ବୁଟ ପିନ୍ଧିଥିଲେ। ସ୍ମାର୍ଟ ଓ ଷ୍ଟାଇଲିଶ ଲୁକ ପାଇଁ ଆପଣ ଶିବାନୀ ଦାଣ୍ଡେକରଙ୍କ ବ୍ଲେଜର ଡ୍ରେସ ଲୁକକୁ କପି କରିପାରିବେ। ସେହିପରି ପ୍ରିୟଙ୍କା ଚୋପ୍ରା ଜୋନସ ହ୍ବାଇଟ ବ୍ଲେଜର ଡ୍ରେସ ସହିତ କ୍ଲିଅର ସ୍ୟାଣ୍ଡଲ ଟିମଅପ କରି ପିନ୍ଧିଥିଲେ। ଏଥିସହିତ ପ୍ରିୟଙ୍କା ଏକ ଷ୍ଟାଇଲିଶ ବ୍ଲାକ ସନଗ୍ଲାସ ପିନ୍ଧିଥିବା ଦେଖିବାକୁ ମିଳିଥିଲା।

ରେଡ ବ୍ଲେଜର ଡ୍ରେସରେ ସାରା ଅଲୀ ଖାନ ଖୁବ ଷ୍ଟାଇଲିଶ ନଜର ଆସୁଥିଲେ। ଏଭଳି ବ୍ଲେଜର ଡ୍ରେସକୁ ଆପଣ ନାଇଟ ପାର୍ଟିରେ ପିନ୍ଧି ପାରିବେ। ଏଭଳି ବ୍ଲେଜର ଡ୍ରେସରେ ଆପଣ ମ୍ୟାଚିଂ ସ୍ୟାଣ୍ଡାଲ ବଦଳରେ କଣ୍ଟ୍ରାଷ୍ଟ କଲର ସ୍ୟାଣ୍ଡାଲ ପିନ୍ଧନ୍ତୁ। ମୋନିକା ଡୋଗରା ଅଲ ହ୍ବାଇଟ ବ୍ଲେଜର ଡ୍ରେସକୁ ମ୍ୟାଚିଂ ଚଙ୍କି ବୁଟ ସହିତ ପିନ୍ଧିଥିଲେ। ଯଦି ଆପଣ ମ୍ୟାଚିଂ ଲୁକ ଟ୍ରାଏ କରିବାକୁ ଚାହୁଛନ୍ତି, ତେବେ ମୋନିକାଙ୍କ ବ୍ଲେଜର ଡ୍ରେସ ଲୁକ ଟ୍ରାଏ କରିପାରିବେ।

ଯଦି କୌଣସି କନଫରରେନ୍ସକୁ ଯିବାର ଅଛି, ତେବେ ଶିଳ୍ପା ଶେଟ୍ଟୀ କୁନ୍ଦ୍ରାଙ୍କ ମେରୁନ ରଙ୍ଗର ବ୍ଲେଜର ଡ୍ରେସ ପିନ୍ଧିପାରିବେ। ଏହି ଡ୍ରେସରେ ଶିଳ୍ପା ଖୁବ ସୁନ୍ଦର ଦେଖାଯାଉଥିଲେ। ବନ୍ଧୁମାନଙ୍କ ସହ କକଟେଲ ପାର୍ଟି ପାଇଁ ମଧ୍ୟ ଏହା ଚୟନ କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।