ଗର୍ଭବତୀ ଅନୁଷ୍କାଙ୍କ ଏମିତି ଧ୍ୟାନ ରଖୁଛନ୍ତି ବିରାଟ


ଗର୍ଭଧାରଣ ସମୟରେ ମହିଳାଙ୍କ ପାଇଁ ପତିଙ୍କ ସାଥ ଓ ପ୍ରେମ ବହୁତ ଜରୁରୀ ହୋଇଥାଏ। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏହା ଭଲ ଭାବେ ଜାଣିଛନ୍ତି। ଏବେ ଅନୁଷ୍କା ୬ ମାସର ଗର୍ଭବତୀ ଅଛନ୍ତି। ଆସନ୍ତା ବର୍ଷ ଜାନୁଆରୀ ମାସରେ ତାଙ୍କ ଘରକୁ ଜଣେ କୁନି ଅତିଥି ଆସିବାକୁ ଯାଉଛି। ଏବେ ଅନୁଷ୍କାଙ୍କ ପତି ବିରାଟ ଦୁବାଇରେ ଆଇପିଏଲ ଖେଳୁଥିବାବେଳେ ଅନୁଷ୍କା ନିଜ ପ୍ରେଗ୍ନାନ୍ସିକୁ ଭରପୂର ଉପଭୋଗ କରୁଛନ୍ତି।

ବିରାଟ ନେଉଛନ୍ତି ବହୁତ ଯତ୍ନ
ଅନୁଷ୍କା ଶର୍ମା ସୋସାଲ ମିଡିଆରେ ନିଜ ବେବି ବମ୍ପ ସହିତ ଫଟୋ ଶେୟାର କରିବାରେ ଲାଗିଛନ୍ତି। ଗୋଟିଏ ଫଟୋରେ ଅନୁଷ୍କା ପତି ବିରାଟଙ୍କ ସହିତ କେକ କାଟୁଥିବା ଦେଖିବାକୁ ମିଳୁଛି। ଏହି ଫଟୋରେ ଅନୁଷ୍କାଙ୍କ ଚେହେରାର ଖୁସି ଓ ପ୍ରେଗ୍ନାନ୍ସି ଗ୍ଲୋ ସ୍ପଷ୍ଟ ଭାବେ ନଜର ଆସୁଛି।

ସ୍ବିମିଂ ପୁଲରେ ରୋମାଣ୍ଟିକ ଫଟୋ
କିଛି ଦିନ ତଳେ ଅନୁଷ୍କା ଓ ବିରାଟ ସ୍ବିମିଂ କରୁଥିବାର ଏକ ଫଟୋ ସୋସାଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ପତି ପତ୍ନୀଙ୍କ ରୋମାଣ୍ଟିକ ଅନ୍ଦାଜ ଦେଖିବାକୁ ମିଳିଥିଲା। ଏହି ଫଟୋ ଦେଖି ଆପଣ ନିଜେ ଅନ୍ଦାଜ ଲଗାଇପାରିବେ ଯେ ବିରାଟ ନିଜ ଗର୍ଭବତୀ ପତ୍ନୀଙ୍କୁ ଖୁସି ରଖିବା ପାଇଁ ଚେଷ୍ଟା କରୁଛନ୍ତି। ଏହା ଉଭୟ ମା’ ଓ ପିଲା ପାଇଁ ଉତ୍ତମ। ବିରାଟଙ୍କ ଭଳି ସମସ୍ତ ପତି ନିଜ ଗର୍ଭବତୀ ପତ୍ନୀଙ୍କ ଯତ୍ନ ନେବା ଉଚିତ।

ଧୈର୍ଯ୍ୟ ରଖିବା ଜରୁରୀ
ଗର୍ଭବତୀ ମହିଳା ଶାରୀରିକ, ମାନସିକ ଓ ଭାବନାତ୍ମକ ରୂପରେ ଅନେକ ପରିବର୍ତ୍ତନ ଦେଇ ଗତି କରନ୍ତି। ହର୍ମୋନ ପରିବର୍ତ୍ତନ କାରଣରୁ ତାଙ୍କ ମୁଡ କିଛି ମାତ୍ରାରେ ଚିଡଚିଡ଼ା ହୋଇପାରେ। କେତେବେଳେ ବହୁତ ଖୁସି ଅନୁଭବ କରିଥାନ୍ତି ତ ଆଉ କେତେବେଳେ କାନ୍ଦିବାକୁ ଇଚ୍ଛା ହୋଇଥାଏ। ଏପରିସ୍ଥଳେ ଧୈର୍ଯ୍ୟ ରଖିବା ସହିତ ପତ୍ନୀଙ୍କ ମୁଡ ପରିବର୍ତ୍ତନକୁ ବୁଝିବା ଉଚିତ।

କ୍ରେଭିଂ ପୂରା କରନ୍ତୁ
ଗର୍ଭବତୀ ଥିବା ସମୟରେ କ୍ରେଭିଂ ସମ୍ପର୍କରେ ଆପଣ ଶୁଣିଥିବେ। କେତେବେଳେ ଆଚାର ଖାଇବାକୁ ଇଚ୍ଛା ହେବ ତ କେତେବେଳେ ମିଠା। ଏଭଳି କ୍ରେଭିଂ ଦେଖି ଡରିବାର ଆବଶ୍ୟକତା ନାହିଁ। ସମସ୍ତ ଗର୍ଭବତୀ ମହିଳାଙ୍କର ଏପରି ଇଚ୍ଛା ହୋଇଥାଏ। ତେଣୁ ନିଜ ପତ୍ନୀଙ୍କ ଏହି କ୍ରେଭିଂ ଦୂର କରିବାକୁ ଚେଷ୍ଟା କରନ୍ତୁ।

ସାଙ୍ଗ ହୋଇ ଡାକ୍ତରଙ୍କ ପାଖକୁ ଯାଆନ୍ତୁ
ଗର୍ଭବତୀ ପତ୍ନୀଙ୍କୁ ଡାକ୍ତରଙ୍କ ପାଖକୁ ନେଇଯିବା ପତିଙ୍କ ଦାୟିତ୍ବ। ପତ୍ନୀଙ୍କୁ ଡାକ୍ତରଙ୍କ ପାଖକୁ ଏକୁଟିଆ କିମ୍ବା ସମ୍ପର୍କୀୟଙ୍କ ସାଙ୍ଗରେ ଯିବାକୁ ନ ଦେଇ ସାଙ୍ଗରେ ଯାଆନ୍ତୁ। ଏପରି କରିବା ଦ୍ବାରା ପତ୍ନୀଙ୍କ ମାନସିକତା ଉପରେ ଭଲ ପ୍ରଭାବ ପକାଇବ। ଏଥିସହିତ ପତ୍ନୀଙ୍କୁ ଗର୍ଭଧାରଣର ପ୍ରଥମ ତିନି ମାସରେ ଡାକ୍ତରଙ୍କ ପରାମର୍ଶରେ ଭ୍ରମଣ କରିବାକୁ ନେଇପାରିବେ। ତାଙ୍କର ନିୟମିତ ପ୍ରଶଂସା ମଧ୍ୟ କରନ୍ତୁ। ଯାହାଫଳରେ ମୁଡ ଠିକ ରହିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ