ନବରାତ୍ରିରେ ପିନ୍ଧନ୍ତୁ ଅଲଗା ଅଲଗା ରଙ୍ଗର ମାସ୍କ


କୋରୋନା ମହାମାରୀ ପାଇଁ ଲୋକଙ୍କ ଜୀବନ ଅନେକ ମାତ୍ରାରେ ବଦଳିଯାଇଛି। ବିନା ମାସ୍କରେ ଲୋକେ ଘରୁ ବାହାରି ପାରୁ ନାହାନ୍ତି। ଏବେ ଉତ୍ସବର ଋତୁ ମଧ୍ୟ ଆରମ୍ଭ ହୋଇଯାଇଛି। କୋରୋନା ମହାମାରୀ ମଧ୍ୟରେ ଲୋକେ ଚୈତ୍ର ନବରାତ୍ରୀ ଓ ଦୁର୍ଗା ପୂଜା ମଧ୍ୟ ପାଳନ କରିବେ। ଏହି ସମୟରେ ଲୋକେ ମା’ ଦୁର୍ଗାଙ୍କ ଧ୍ୟାନ କରିବା ସହିତ ମା’ଙ୍କୁ ଖୁସି ରଖିବା ପାଇଁ କେଉଁ ରଙ୍ଗର କପଡ଼ା ପିନ୍ଧିବେ, ତାହା ଉପରେ ମଧ୍ୟ ଗୁରୁତ୍ୱ ଦେଇଥାନ୍ତି। କୁହାଯାଏ ନବରାତ୍ରିର ୯ ଦିନରେ ଅଲଗା ଅଲଗା ପୋଷାକ ପିନ୍ଧିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ।

ତେବେ କୋରୋନା ଭାଇରସ ପାଇଁ ଯାହା କିଛି ନୀତି ନିୟମ ରହିଛି ତାହା ପାଳନ କରି ପୂଜା ପାଠ କରିବାକୁ ହେବ। ଦୁଗା ପୂଜା ପାଇଁ ଚଳିତ ବର୍ଷ ୯ଟି ରଙ୍ଗର ମାସ୍କ ମାର୍କେଟରେ ଉପଲବ୍ଧ ହେଉଛି। ଯଦି ଆପଣ ମଧ୍ୟ ନବରାତ୍ରିରେ ମା’ଙ୍କୁ ଖୁସି କରିବା ଲାଗି ଅଲଗା ଅଲଗା ପୋଷାକ ପିନ୍ଧୁଛନ୍ତି, ତେବେ ଏହାକୁ ମ୍ୟାଚିଂ କରି ମାସ୍କ ମଧ୍ୟ ପିନ୍ଧିପାରିବେ   

ପ୍ରଥମ ଦିନ ଅରେଞ୍ଜ ରଙ୍ଗର ମାସ୍କ
ପାର୍ବଣ ସମୟରେ ବ୍ରାଇଟ୍‌ କଲଲ ପିନ୍ଧା ଯାଇଥାଏ। ଦୁର୍ଗାପୂଜାର ପ୍ରଥମ ଦିନ ଅରେଞ୍ଜ କଲରର ପୋଷାକ ପିନ୍ଧାଯାଇଥାଏ। ଅରେଞ୍ଜ କଲର ଖୁସି ଓ ଶକ୍ତିର ପ୍ରତୀକ। ପ୍ରଥମ ଦିନ ମା’ ଶୈଳପୁତ୍ରୀଙ୍କୁ ପୂଜା କରାଯାଇଥାଏ। ଏହି ଦିନ ଅରେ ରଙ୍ଗର ପୋଷାକ ସହିତ ମ୍ୟାଚିଂ ଅରେ ମାସ୍କ ପିନ୍ଧି ପାରିବେ।

ଦ୍ୱିତୀୟ ଦିନ ଧଳା ରଙ୍ଗର ମାସ୍କ
ନବରାତ୍ରିର ଦ୍ୱିତୀୟ ଦିନ ମା’ ବ୍ରହ୍ମଚାରିଣୀଙ୍କ ପୂଜା କରାଯାଇଥାଏ। ଏହି ଦିନ ଆପଣ ଧଳା ରଙ୍ଗର ମାସ୍କ ପିନ୍ଧିପାରିବେ ଧଳା ରଙ୍ଗ ଶାନ୍ତି ଓ ପବିତ୍ରତାର ପ୍ରତୀକ।

ତୃତୀୟ ଦିନ ଲାଲ ରଙ୍ଗର ମାସ୍କ
ନବରାତ୍ରିର ତୃତୀୟ ଦିନ ମା’ ଚନ୍ଦ୍ରଘଣ୍ଟାଙ୍କ ପୂଜା କରାଯାଏ। ଦୁର୍ଗାପୂଜାର ତୃତୀୟ ଦିନ ଲାଲ ରଙ୍ଗ ପୋଷାକ ପିନ୍ଧିବାକୁ ବେଶ ଶୁଭ ବୋଲି କୁହାଯାଏ। ଲାଲ ରଙ୍ଗ ସୁନ୍ଦରତା ଓ ନିଡରତାର ପ୍ରତୀକ ଏହି ଦିନ ପୋଷାକକୁ ମ୍ୟାଚ କରି ଆପଣ ଲାଲ ରଙ୍ଗର ମାସ୍କ ପିନ୍ଧିପାରିବେ।

ଚତୁର୍ଥ ଦିନ ରୟାଲ ବ୍ଲୁ ରଙ୍ଗର ମାସ୍କ
ଦୁଗା ପୂଜାର ଚତୁର୍ଥ ଦିନରେ କୁଷ୍ମାଣ୍ଡାଙ୍କୁ ପୂଜା କରାଯାଇଥାଏ। ଏହି ଦିନ ରୟାଲ ବ୍ଲୁ ରଙ୍ଗର ପୋଷାକ ପରିଧାନ କରାଯାଏ। ଏହି ରଙ୍ଗ ଧନ ଓ ସ୍ବାସ୍ଥ୍ୟ ପାଇଁ ବହୁତ ଭଲ ବୋଲି କୁହାଯାଏ।

ପଞ୍ଚମ ଦିନ ହଳଦିଆ ରଙ୍ଗର ମାସ୍କ
ଦୁଗାପୂଜାର ପଞ୍ଚମ ଦିନ ମା’ ସ୍କନ୍ଦମାତାଙ୍କ ପୂଜା କରାଯାଇଥାଏ। ଏହି ଦିନର ରଙ୍ଗ ହଳଦିଆ ଏହି ରଙ୍ଗ ଖୁସି ଓ ଚମକର ପ୍ରତୀକ ଆପଣ ହଳଦିଆ ରଙ୍ଗର ମାସ୍କ ମ୍ୟାଚିଂ କରି ପିନ୍ଧିପାରିବେ।

ଷଷ୍ଠ ଦିନ ଗ୍ରୀନ ରଙ୍ଗର ମାସ୍କ
ଦୁର୍ଗାପୂଜାର ଷଷ୍ଠ ଦିନ ମା’ କାଳରାତ୍ରୀଙ୍କ ପୂଜା କରାଯାଏ। ମା’ କାଳରାତ୍ରିଙ୍କ ରଙ୍ଗ ଗ୍ରୀନ ହୋଇଥାଏ ତେଣୁ ଏହି ଦିନ ଲୋକେ ନୀଳ ରଙ୍ଗର ପୋଷାକ ପିନ୍ଧିଥାନ୍ତି ନୀଳ ରଙ୍ଗ ନୂଆ ଆରମ୍ଭ ଓ ବୃଦ୍ଧି ଦର୍ଶାଇଥାଏ।

ସପ୍ତମ ଦିନ ଗ୍ରେ ରଙ୍ଗର ମାସ୍କ
ଦୁର୍ଗା ପୂଜାର ସପ୍ତମ ଦିନ କାତ୍ୟୟାନିଙ୍କ ପୂଜା କରାଯାଇଥାଏ। ଏହି ଦିନ ଗ୍ରେ ରଙ୍ଗର ପୋଷାକ ପରିଧାନ କରାଯାଏ ଗ୍ରେ ରଙ୍ଗ ନୂଆ ଆରମ୍ଭକୁ ଦର୍ଶାଇଥାଏ।

ଅଷ୍ଟମ ଦିନରେ ପର୍ପଲ ରଙ୍ଗର ମାସ୍କ
ଅଷ୍ଟମ ଦିନରେ ମା’ ମହାଗୌରୀଙ୍କ ପୂଜା କରାଯାଏ। ଏହି ସମୟରେ ପର୍ପଲ ରଙ୍ଗର ପୋଷାକ ପିନ୍ଧିବା ଶୁଭ ବୋଲି କୁହାଯାଇଥାଏ। ପର୍ପଲ କଲର ବୃଦ୍ଧି ଓ ଶାନ୍ତିର ପ୍ରତୀକ ହୋଇଥାଏ ତେଣୁ ଏହି ଦିନ ପର୍ପଲ ରଙ୍ଗ ପିନ୍ଧା ଯାଇଥାଏ।

ନବମ ଦିନରେ ପିକକ ଗ୍ରୀନ ରଙ୍ଗର ମାସ୍କ
ଦୁର୍ଗାପୂଜାର ନବମ ଦିନରେ ମା’ ସିଦ୍ଧିଦାତ୍ରୀଙ୍କ ପୂଜା କରାଯାଏ। ଏହି ଦିନ ପିକକ ଗ୍ରୀନ କଲରର ଶୁଭ ବୋଲି କୁହାଯାଏ। ତେଣୁ ଏହି ଦିନ ଆପଣ ପିକକ ଗ୍ରୀନ ରଙ୍ଗର ପୋଷାକ ସହିତ ମ୍ୟାଚିଂ ମାସ୍କ ପିନ୍ଧିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ