ଦୃଷ୍ଟିଶକ୍ତି ଉପରେ ପଡୁଛି କୋରୋନାର ପ୍ରଭାବ


ମହାମାରୀ କୋରୋନା ଭୂତାଣୁ ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଉଛି। ପୂର୍ବରୁ କୋରୋନା ଭୂତାଣୁ ଫୁସଫୁସ ଓ ମସ୍ତିଷ୍କ ଉପରେ ପ୍ରଭାବ ପକାଉଥିବା ନେଇ ଜଣାପଡ଼ିଥିବା ବେଳେ ଏବେ କରୋନା ଭୂତାଣୁ ପାଇଁ ଦୃଷ୍ଟିଶକ୍ତି ହ୍ରାସ ପାଉଥିବା ଜଣାଯାଇଛି। ଏମ୍ସରେ ଭର୍ତ୍ତି ହୋଇଥିବା ଜଣେ ୧୧ବର୍ଷୀୟା ନାବାଳିକାର କୋରୋନା ଭୂତାଣୁ ପାଇଁ ଦୃଷ୍ଟିଶକ୍ତି କମ ହୋଇଥିବା କଥା କହିଛନ୍ତି ଡାକ୍ତର।

ଡାକ୍ତରଙ୍କ କହିବା ମୁତାବକ,  କୋଭିଡ୍ -୧୯ ସଂକ୍ରମଣ ଦ୍ବାରା ୧୧ବର୍ଷୀୟା ନାବାଳିକା ଆକ୍ୟୁଟ୍ ଡେମେଲିନାଟିଂ ସିଣ୍ଡ୍ରୋମ (ଏଡିଏସ)ର ଶିକାର ହୋଇଥିବା ଜଣାପଡ଼ିଥିଲା। ସେ ଆମେରିକାରୁ ଆସିଥିବା ବେଳେ ଧିରେ ଧିରେ ତାଙ୍କ ଦୃଷ୍ଟିଶକ୍ତି ହ୍ରାସ ପାଉଥିବା ନେଇ ଜଣାଇଥିଲେ। କୋରୋନା ଭୂତାଣୁ ଫୁସଫୁସ ଓ ମସ୍ତିଷ୍କ ଉପରେ ପ୍ରଭାବ ପକାଏ ବୋଲି ଆମେ ଜାଣିଛେ। କିନ୍ତୁ ନାବାଳିକାର ଏଭଳି ଅବସ୍ଥା କୋରୋନା ଭୂତାଣୁ ପାଇଁ ହୋଇଥିବା ଜାଣି ଆମେ ଏକ ବିଶେଷ ରିପୋର୍ଟ ପ୍ରସ୍ତୁତ କରୁଛୁ। ତେବେ ଇମ୍ୟୁନୋଥେରାପି ଦ୍ବାରା ନାବାଳିକାର ଚିକିତ୍ସା କରାଯାଇଥିବା ‌ବେଳେ ଏବେ ତାଙ୍କର ୫୦ ପ୍ରତିଶତ ଦୃଷ୍ଟିଶକ୍ତି ଫେରି ଆସିଛି ଏବଂ ‌ତାଙ୍କୁ ଘରକୁ ପଠାଇ ଦିଆଯାଇଛି ବୋଲି କହିଛନ୍ତି ଏମ୍ସ ଡାକ୍ତର।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ