ଫେରିଛି ଧାରା: ଦେଶରେ ପୁଣି ବଢ଼ୁଛି କାର ବିକ୍ରି


ମଧ୍ୟ ପ୍ରଦେଶ ବେତୁଲର ବାସିନ୍ଦା ଅଶ୍ବିନୀ ଆର୍ଯ୍ୟ ଗତ ଅଗଷ୍ଟ ମାସରେ ନିଜ ପରିବାର ପାଇଁ ନୂଆ ଗାଡ଼ିଟିଏ କିଣିଛନ୍ତି। ୩୦ ବର୍ଷୀୟ ଅଶ୍ବିନୀଙ୍କ କହିବା କଥା ନିୟମିତ ପବ୍ଲିକ ଟ୍ରାନ୍ସପୋର୍ଟରେ ଅଫିସ ଯାଉଥିବା ବାପାଙ୍କ ଅଚାନକ ଦୁର୍ଘଟଣା ଘଟିବା ପରେ କୋରୋନା ଭଳି ମହାମାରୀ ସମୟରେ ନୂଆ ଗାଡ଼ିଟିଏ କିଣିବାର ଆବଶ୍ୟକତା ପଡ଼ିଲା। ଅଶ୍ବିନୀଙ୍କ ଭଳି ଗ୍ରାହକଙ୍କ ଯୋଗୁ ଅଗଷ୍ଟ ମାସ ଭାରତୀୟ ଅଟୋମୋବାଇଲ କ୍ଷେତ୍ର ପାଇଁ ଖୁବ ଭଲ ସାବ୍ୟସ୍ତ ହୋଇଛି ଏବଂ ଭାରତୀୟ ଅର୍ଥ ବ୍ୟବସ୍ଥା ପାଇଁ ଆଶାର ଏକ କିରଣ ହୋଇଛି। ଚଳିତ ବର୍ଷର ଦ୍ବିତୀୟ ତ୍ରୈମାସ ଅର୍ଥ ବ୍ୟବସ୍ଥା ପାଇଁ ଶୁଭଙ୍କର ନ ଥିଲା।

ରେଟିଂ ଏଜେନ୍ସି ‘କେୟାର ରେଟିଂସ’ ଅନୁଯାୟୀ ଟ୍ରାକ୍ଟର, ଦୁଇଚକିଆ ଯାନ ଏବଂ ଯାତ୍ରୀବାହୀ ଯାନ କ୍ଷେତ୍ରରୁ ଅଟୋ ସେକ୍ଟର ପାଇଁ ଶୁଭ ସଙ୍କେତ ଦେଖାଯାଉଛି। ଭାରତର ଜିଡିପିରେ ଅଟୋ ସେକ୍ଟରର ଯୋଗଦାନ ୭ ପ୍ରତିଶତ ଥିବାରୁ ଏହାର ଅଭିବ୍‌ଦ୍ଧି ଅର୍ଥନୀତି ପାଇଁ ଅତ୍ୟନ୍ତ ଜରୁରୀ। ଅଟୋ କ୍ଷେତ୍ରରେ କିଣାବିକାର ଉତଥାନ ପତନ କାରଣ ପାଇଁ କେବଳ କୋରୋନା ଭୂତାଣୁକୁ ଦାୟୀ କରାଯାଇ ପାରିବ ନାହିଁ। ପ୍ରଦୂଷଣ ମାନଦଣ୍ଡ, ତୈଳଦର, ବ୍ୟାଙ୍କ ଦ୍ବାରା ଅସୁଲ ଚଢ଼ା ସୁଧ ଏବଂ ଆର୍ଥିକ ମାନ୍ଦାବସ୍ଥା ଆଦି କାରଣରୁ ଯାନବାହନ କିଣାବିକା ଉପରେ ପ୍ରଭାବ ପଡ଼ିଥାଏ। ୨୦୧୯ ବର୍ଷ ଏ କ୍ଷେତ୍ର ପାଇଁ ଅତ୍ୟନ୍ତ ସଙ୍କଟଜନକ ଥିଲା। କିଣାବିକାରେ ବଡ଼ ଧରଣର ପ୍ରଭାବ ଦେଖାଯାଇଥିଲା। କାରଖାନା ଗୁଡ଼ିକରେ ଉତ୍ପାଦନ ବନ୍ଦ ହୋଇଥିଲା। ଫେଡେରେସନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏସନର ଅଧ୍ୟକ୍ଷ ବିଙ୍କେଶ ଗୁଲାଟୀଙ୍କ ଅନୁଯାୟୀ ଜୁଲାଇ ଏବଂ ଅଗଷ୍ଟ ମାସରେ ଆମର ଅଧିକ ଆଶା ଯାହା ଥିଲା, ତାହାଠାରୁ ଢେର ଭଲ ବିକ୍ରି ହୋଇଛି। ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ ମହାମାରୀ ସମୟରେ ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ କଟକଣା ବଢ଼ିବା ପରେ ଅଧିକରୁ ଅଧିକ ଗାଡ଼ି ବିକ୍ରି ହୋଇଥିଲା। ଅନଲକ ପର୍ଯ୍ୟାୟରେ ବସ ଟ୍ରେନ ଗଡ଼ିଲା କିନ୍ତୁ ଲୋକଙ୍କୁ ସଂକ୍ରମିତ ହେବାର ଭୟ ଘାରିଲା। ଜାମସେଦପୁରରେ ନରଭରାମ ମୋଟର୍ସ ପ୍ରାଇଭେଟ ଲିମିଟେଡର ସିନିଅର ମ୍ୟାନେଜର ପି.ପବନ କୁମାର ରାଓଙ୍କ କହିବା କଥା ହେଲା ଯେ ଆମେ କମ ମୂଲ୍ୟଯୁକ୍ତ କାର ଓ ଦୁଇଚକିଆ ଯାନ ଅଧିକ ବିକ୍ରି କରିପାରିଛୁ। ବ୍ୟାଙ୍କ ଗୁଡ଼ିକ ମଧ୍ୟ କମ ଇଏମଆଇ ଚୁକ୍ତିରେ ଶୀଘ୍ର ଋଣ ଦେବା ପ୍ରକ୍ରିୟାରେ ସହଯୋଗ କରିଛନ୍ତି।

ଡିଲରଙ୍କ ଉପରେ ଚାପ
ମୁମ୍ବାଇରେ ପୁରୁଣା ଗାଡ଼ି ବିକ୍ରେତା ଅଭିଷେକ ଜୈନଙ୍କ କହିବାନୁଯାୟୀ ଚାହିଦା ବଢ଼ିଛି। ପ୍ରତ୍ୟେକ ଲୋକ ନିଜ ସୁରକ୍ଷାକୁ ପ୍ରାଥମିକତା ଦେଉଛନ୍ତି। ଏଥିପାଇଁ ଲୋକେ ନିଜର ଗାଡ଼ିଟିଏ ଖୋଜୁଛନ୍ତି ଓ କିଣୁଛନ୍ତି। ରେଟିଂ ଏଜେନ୍ସି ‘ଆଇସିଆରଏ’ ନିକଟରେ ଏକ ସର୍ଭେ କରିଛି। କମର୍ସିଆଲ ଯାନବାହନ ଡିଲର ମାନଙ୍କ ଉପରେ ଚାପ ପଡ଼ିଛି। ଟୟୋଟା କିର୍ଲୋସ୍କର ମୋଟର୍ସର ଉପାଧ୍ୟକ୍ଷ ବିକ୍ରମ କିର୍ଲୋସ୍କର ମଧ୍ୟ ଏକଥା ସହ ସହମତ। ସେ କହନ୍ତି ଯେ ଆମେ ନିଜ ଗୋଡ଼ରେ ଛିଡ଼ା ହୋଇ ପାରିବୁ କି ନାହୁଁ, ଜାଣିଛୁ। କିନ୍ତୁ ପ୍ରତି ମାସରେ ଆଶା ଆଉ ସ୍ବପ୍ନ ଦେଖିଚାଲିଛୁ। ଲୋକେ ଅର୍ଡର ବୁକ କଲା ବେଳେ ଆମେ ଖୁସି ହେଉ। କିନ୍ତୁ ଆଗାମୀ ୩ ମାସ କିଭଳି ହେବ, ଏବେ ସେ ଚିନ୍ତା ଘାରିଛି। ଶୁଣାଯାଉଥିଲା ଯେ ଟୟୋଟା କିର୍ଲୋସ୍କର କମ୍ପାନୀ ଭାରତରେ ଏହାର ସମ୍ପ୍ରସାରଣ ଯୋଜନା ରଦ୍ଦ କରିଛି। କିନ୍ତୁ ଏବେ ପ୍ରକ୍‌ତ କଥା ହେଉଛି ଭିତ୍ତିଭୂମିକୁ ଅଧିକ ଉନ୍ନତ କରିବା ପାଇଁ ବର୍ତ୍ତମାନର କାରଖାନାରେ କମ୍ପାନୀ ଅଧିକ ୨ହଜାର କୋଟି ଟଙ୍କା ନିବେଶ କରୁଛି। ଅଟୋ ସେକ୍ଟରର ଅଭିବ୍‌ଦ୍ଧି ସିଧାସଳଖ ଦେଶର ମୋଟ ଘରୋଇ ଉତ୍ପାଦର ଅଭିବ୍‌ଦ୍ଧି ସହ ଜଡ଼ିତ। ଯଦି ଅର୍ଥ ବ୍ୟବସ୍ଥା ବ୍‌ଦ୍ଧି ପାଇବ, ତେବେ ଲୋକଙ୍କ ଆତ୍ମବିଶ୍ବାସ ବଢ଼ିବ ଏବଂ ଲୋକେ ଦୁଇହାତ ଖୋଲି ଖର୍ଚ୍ଚ କରିବେ ବୋଲି କିଆ ମୋଟର୍ସ ଇଣ୍ଡିଆର ମାର୍କେଟିଂ ଭାଇସ ପ୍ରେସିଡେଣ୍ଟ ମନୋହର ଭଟ୍ଟ କହନ୍ତି। ତାଙ୍କ ଅନୁଯାୟୀ ଯଦି ଲୋକଙ୍କୁ ମନେହୁଏ ଯେ ସେମାନଙ୍କ ନିକଟରେ ଟଙ୍କା ଅଛି ଓ ଗାଡ଼ି କିଣିବେ, ତେବେ ଚାହିଦା ବଢ଼ିବ।

ଅନଲକ ପର୍ଯ୍ୟାୟରେ ଲୋକେ ବାହରାକୁ ଆସିଛନ୍ତି। ପୁରୁଣା ଯୋଜନା ଅନୁଯାୟୀ ଗାଡ଼ି କିଣୁଛନ୍ତି। ଶୋ’ରୁମ ଗୁଡ଼ିକ ବନ୍ଦ ପଡ଼ିଥିବା କାରଣରୁ ଆର୍ଥିକ ବର୍ଷ ଆରମ୍ଭରୁ ଚାହିଦା ହ୍ରାସ ପାଇଥିଲା। ଆଗାମୀ ୬ ମାସରେ ସ୍ଥିତି ବଦଳିଯିବ। ଅଗଷ୍ଟ ୨୦୨୦ ପରେ ଅଟୋମୋବାଇଲର ଯନ୍ତ୍ରପାତି ତିଆରି କରୁଥିବା କମ୍ପାନୀମାନେ ବିବାହ ଓ ପର୍ବପର୍ବାଣୀକୁ ଦ୍‌ଷ୍ଟିରେ ରଖି ଉତ୍ପାଦନ ବଢ଼ାଇଛନ୍ତି। ଦକ୍ଷିଣ ଭାରତରେ ଓନମ ଠାରୁ ପାର୍ବଣ ଋତୁ ଆରମ୍ଭ ହୋଇଛି। ଉତ୍ତର ଭାରତର ବୈଶାଖୀ ପରେ ଏହା ସରିବ। ପାର୍ବଣ ଋତୁରେ ୩୫-୪୦ ପ୍ରତିଶତ ବିକ୍ରି ହୋଇଥାଏ। ଡିସେମ୍ବର ପରେ ପ୍ରକ୍‌ତ ଛବି ସାମ୍ନାକୁ ଆସିବ। ଏହି ସେକ୍ଟରରେ ୩.୫ କୋଟି ଲୋକଙ୍କ ଜୀବିକା ରହିଛି। ସରକାର ଏହାକୁ ଦ୍‌ଷ୍ଟିରେ ରଖ ପଦକ୍ଷେପ ନେଉଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ