ନଖ ଧଡ଼ି ଛିଣ୍ଡିଗଲେ ଏମିତି ପାଆନ୍ତୁ ଆରାମ


କ୍ୟୁଟିକଲ୍ସ ନଖ ପାଖ ଚର୍ମର ଏକ ଅଂଶ। ନଖର ଧଡ଼ି ଛିଣ୍ଡିବା ଆରମ୍ଭ ହେଲେ, ତାହାର ଅଂଶ ଲାଲ ପଡ଼ିଯାଏ। ଏହା ଫୁଲିବା ସହିତ ଯନ୍ତ୍ରଣା ହେବାରେ ଲାଗିଥାଏ। ଏହା ଏକ ସାମାନ୍ୟ ସମସ୍ୟା ହୋଇଥିଲେ ବି ନଖର ଚାରିପାର୍ଶ୍ବ ସମ୍ବେଦନଶୀଳ ହୋଇଥାଏ। ତେଣୁ ଏହାର ଯତ୍ନ ନେବା ଆବଶ୍ୟକ। କାରଣ କ୍ୟୁଟିକଲ୍ସ ନଖକୁ ବ୍ୟାକ୍ଟେରିଆଠାରୁ ଦୂରେଇ ରଖିଥାଏ। ତେଣୁ ଆପଣଙ୍କୁ ଏହି କ୍ୟୁଟିକଲ୍ସର ଯତ୍ନ ନେବା ଆବଶ୍ୟକ। ଏଠାରେ ଏପରି କିଛି ଘରୋଇ ଉପଚାର ସମ୍ପର୍କରେ ସୂଚନା ଦିଆଯାଇଛି, ଯାହା ନଖ ଧଡ଼ି ଛିଣ୍ଡିଗଲେ ଆରାମ ଦେଇଥାଏ।

କ୍ଷୀର ଚର୍ମ ପାଇଁ ପ୍ରାକୃତିକ ମଏଶ୍ଚରାଇଜର ଭାବେ କାମ କରିଥାଏ। ଏହା କ୍ୟାଲସିୟମ, ଭିଟାମିନ ଡି, ଆଲଫା ହାଇଡ୍ରୋକ୍ସି ଏସିଡରେ ଭରପୂର। ଏହା ତ୍ବଚାକୁ ପୋଷଣ ଦେବା ସହିତ ରକ୍ତ ସଞ୍ଚାଳନ ବଢ଼ାଇଥାଏ। ସେହିପରି ଓଟସ ତ୍ବଚାକୁ ଡ୍ରାଏ ନ କରି ଏକ୍ସଫୋଲିଏଟ କରିଥାଏ। ଏହା ତ୍ବଚାକୁ ମଏଶ୍ଚରାଇଜ ଓ ସଫା କରିଥାଏ। ଏକ ଗିନାରେ କିଛି ଗରମ ପାଣି ଓ ଓଟସ ଭିଜାନ୍ତୁ। ଏହି ମିଶ୍ରଣରେ ହାତକୁ ୫ରୁ ୧୦ ମିନିଟ ବୁଡ଼ାଇ ରଖନ୍ତୁ, ଆରାମ ମିଳିବ।

ସେହିପରି କାକୁଡ଼ି ଚର୍ମ ପାଇଁ ପ୍ରାକୃତିକ ମଏଶ୍ଚରାଇଇଜର ଭାବେ କାମ କରିଥାଏ। ଏଥିରେ ଭିଟାମିନ ସି ଓ କ୍ୟାଫିକ ଏସିଡ ରହିଛି। ଏହା ତ୍ବଚା ପୋଡ଼ା ଜଳା ସମସ୍ୟାକୁ ଦୂର କରିଥାଏ। ନଖ ଧଡ଼ି ଛିଣ୍ଡି ଯାଇଥିଲେ କାକୁଡ଼ିକୁ ପେଷି ପେଷ୍ଟକୁ ନଖ ଉପରେ ଲଗାନ୍ତୁ। ପାଖାପାଖି ୩୦ ମିନିଟ ଯାଏ ରଖି ହାଲୁକା ଉଷୁମ ପାଣିରେ ହାତ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ବହୁତ ଆରାମ ମିଳିବ। ସେହିପରି ଘି’କୁଆଁରୀ ହାତକୁ ଆର୍ଦ୍ର ରଖିବାରେ ସାହାଯ୍ୟ କରିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଛି। ଏହା ଚର୍ମକୁ କ୍ଷତି ପହଞ୍ଚାଇବାରୁ ରକ୍ଷା କରିଥାଏ। ଏଥିରେ ଆଣ୍ଟିସେପ୍ଟିକ ଆଣ୍ଟିସିମେଟ୍ରି ଗୁଣ ମଧ୍ୟ ରହିଛି। ଏହା ତ୍ବଚାକୁ ସଂକ୍ରମଣରୁ ରକ୍ଷା କରିଥାଏ। ଏହା ତ୍ବଚାର ଶୁଷ୍କପଣ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ