ଅର୍ଣ୍ଣବ ଗୋସ୍ବାମୀଙ୍କୁ ୧୦ ମିନିଟରେ ବିଧାନସଭାରେ ହାଜର ନୋଟିସ, ବିଭିନ୍ନ ମହଲରେ ସମାଲୋଚନା


ରିପବ୍ଲିକ ନେଟୱାର୍କ ମିଡିଆ ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ମହରାଷ୍ଟ୍ର ବିଧାନସଭା ପକ୍ଷରୁ ୪ର୍ଥ ନୋଟିସ ହୋଇଛି। ଶୁକ୍ରବାର ଅପରାହ୍ନ ୨ଟା ୫୦ରେ ମହାରାଷ୍ଟ୍ର ବିଧାନସଭା ପକ୍ଷରୁ ଅର୍ଣ୍ଣବଙ୍କୁ ନୋଟିସ କରାଯାଇ ୩ଟାରେ ଅର୍ଥାତ ୧୦ ମିନିଟ ମଧ୍ୟରେ ହାଜର ହେବାକୁ କୁହାଯାଇଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଯେଉଁ ପ୍ରସଙ୍ଗକୁ ନେଇ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି, ସେହି ପ୍ରସଙ୍ଗରେ ଗୋଟିଏ ପରେ ଗୋଟିଏ ନୋଟିସ କରିବା ପଛର କାରଣ କ’ଣ ବୋଲି ପ୍ରଶ୍ନ ଉଠୁଛି।

ଏହାର ଜବାବରେ ଅର୍ଣ୍ଣବ କହିଛନ୍ତି ଯେ ମହାରାଷ୍ଟ୍ରରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ଏନେଇ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ମୋ ବିରୋଧରେ ସ୍ବାଧିକାର ଭଙ୍ଗ ନେଇ ଯେଉଁ ନୋଟିସ ହୋଇଛି, ତାହା ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ। ଏନେଇ ଆଇନଗତ ଲଢ଼େଇ ଲଢ଼ିବାର ଅଧିକାର ରହିଛି। ତେଣୁ ଯାହା କହିବାର ଅଛି ମୁଁ ସୁପ୍ରିମକୋର୍ଟରେ ମାମଲା ଶୁଣାଣି ବେଳେ କହିବି। ତେଣୁ ମୋ ବିରୋଧରେ ଯେତେ ନୋଟିସ କଲେ ବି ମୁଁ ମହାରାଷ୍ଟ୍ର ପ୍ରଶାସନ ପାଖରେ ମୁଣ୍ଡ ନୁଆଁଇବି ନାହିଁ। ଯାହା କରିବାର ଅଛି କୋର୍ଟରେ କରିବ ବୋଲି ଅର୍ଣ୍ଣବ କହିଛନ୍ତି।

ସେହିପରି ଜଣେ ବରିଷ୍ଠ ସମ୍ପାଦକଙ୍କୁ ନୋଟିସ କରାଯିବାର ୧୦ ମିନିଟରେ ହାଜର ହେବାକୁ କହିବା ଗଣତନ୍ତ୍ରର ହତ୍ୟା ବୋଲି କୁହାଯାଇପାରିବ। ଗଣତନ୍ତ୍ରର କଣ୍ଠରୋଧ କରି ସାଧାରଣ ଲୋକଙ୍କ ମତକୁ ଚାପି ଦେବା ପାଇଁ ଏହା ଷଡ଼ଯନ୍ତ୍ର। ମୁମ୍ବାଇରେ ମୁଖ୍ୟାଳୟ କରିଥିବା ରିପବ୍ଲିକ ଭାରତ ଟିଭି ମହାରାଷ୍ଟ୍ର ସରକାରକୁ ନେଇ ଅନେକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରିବାକୁ ନେଇ ସରକାରଙ୍କ ସହ ଏକପ୍ରକାର ମୁକାବିଲା ଭାବ ସୃଷ୍ଟି ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ