ରାଜ୍ୟରେ ଆଉ ୧୭ କୋରୋନା ସଂକ୍ରମିତଙ୍କ ମୃତ୍ୟୁ


ଭୁବନେଶ୍ବର: ଅକ୍ଟୋବର ଆରମ୍ଭରୁ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଆଉ ୧୭ ଜଣଙ୍କ ମୁଣ୍ଡ ନେଇଛି କୋରୋନା। ଫଳରେ ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କୋରୋନା ମୃତ୍ୟୁ ୧୧୨୧ ହୋଇଛି। ଏଥିସହ ଅକ୍ଟୋବର ୧୭ ଦିନରେ ୨୭୯ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ତେବେ ସବୁଠାରୁ ଚିନ୍ତାର ବିଷୟ ପାଲଟିଛି ଖୋର୍ଦ୍ଧା ଜିଲ୍ଲା। ଜିଲ୍ଲାରେ ଉଭୟ ମୃତ୍ୟୁ ଓ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତେବେ ଗତ ମାସରେ ବାଲେଶ୍ବରରେ କୋରୋନା ମୃତ୍ୟୁ ମଧ୍ୟ ଚିନ୍ତାଜନକ ରହିଛି। ଆଜି ମୃତ୍ୟୁବରଣ କରିଥିବା ୧୭ ଜଣଙ୍କ ମଧ୍ୟରୁ ଭୁବନେଶ୍ବରରୁ ସର୍ବାଧିକ ୫ ଜଣ ରହିଥିବା ବେଳେ କଟକ ଜିଲ୍ଲାରୁ ୨ ଜଣ ରହିଛନ୍ତି। ସେହିପରି ଅନୁଗୁଳ, ବାଲେଶ୍ବର, ଜଗତ୍‌ସିଂହପୁର, କନ୍ଧମାଳ, କେନ୍ଦୁଝର, ମୟୁରଭଞ୍ଜ, ନୟାଗଡ଼, ପୁରୀ, ସୁନ୍ଦରଗଡ଼ ଓ ସମ୍ବଲପୁରରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଆଜି ମୃତ୍ୟୁବରଣ କରିଥିବା ୧୭ ଜଣଙ୍କ ମଧ୍ୟରୁ ୫ ଜଣ ମହିଳା ଥିବା ବେଳେ ୧୨ ଜଣ ପୁରୁଷ ଅଛନ୍ତି। ସେହିପରି ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଛାଡ଼ି ବାକି ୧୧ ଜଣ ମୃତକ କୌଣସି ନା କୌଣସି ରୋଗରେ ଆକ୍ରାନ୍ତ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣ ମହିଳା ଥିବା ବେଳେ ୨ ଜଣ ପୁରୁଷ ଅଛନ୍ତି। ମହିଳାଙ୍କ ବୟସ ଯଥାକ୍ରମେ ୫୭, ୩୭ ୭୩ ହୋଇଥିବାବେଳେ ପୁରୁଷଙ୍କ ବୟସ ୭୬ ଓ ୭୦ ବୋଲି ଜଣାପଡ଼ିଛି। ୭୩ ବର୍ଷୀୟ ମହିଳା ଜଣକ ମଧୁମେହ, ହାଇପୋଥାଇରଏଡିଜିମ୍ ଏବଂ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିବା ବେଳେ ୭୬ ବର୍ଷୀୟ ବ୍ୟକ୍ତି ଜଣକ ମଧୁମେହ ରୋଗରେ ପୀଡ଼ିତ ଥିଲେ। ସେହିପରି ମଧୁମେହ ଓ ଉଚ୍ଚରକ୍ତଚାପରେ ଆକ୍ରାନ୍ତ ଥିବା କଟକ ଜିଲ୍ଲାର ଜଣେ ୬୫ ବର୍ଷୀୟ ମହିଳା ଓ ୪୯ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଉଚ୍ଚ ରକ୍ତଚାପ, କ୍ୟାଡ୍‌, ବିଏଚ୍‌ପି, ଜେନେରାଲାଇଜଡ୍ ଲିମ୍ଫେଡେନୋପାଥି ରୋଗରେ ଆକ୍ରାନ୍ତ ଥିବା ଅନୁଗୁଳ ଜିଲ୍ଲାର ଜଣେ ୫୬ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସେହିପରି ମଧୁମେହ ଓ ଉଚ୍ଚରକ୍ତଚାପରେ ଆକ୍ରାନ୍ତ ଥିବା ବାଲେଶ୍ବର ଜିଲ୍ଲାର ଜଣେ ୬୯ ବର୍ଷୀୟ ବ୍ୟକ୍ତି, ଜଗତ୍‌ସିଂହପୁର ଜିଲ୍ଲାର ୭୯ ବର୍ଷୀୟ ବ୍ୟକ୍ତି, ସୁନ୍ଦରଗଡ଼ର ଜିଲ୍ଲାର ଜଣେ ୬୪ ବର୍ଷୀୟ ମହିଳା ଓ କନ୍ଧମାଳ ଜିଲ୍ଲାର ଜଣେ ୫୩ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସେହିପରି କେନ୍ଦୁଝର ଜିଲ୍ଲାର ଜଣେ ୭୪ ବର୍ଷୀୟ ବ୍ୟକ୍ତି, ମୟୁରଭଞ୍ଜ ଜିଲ୍ଲାର ଜଣେ ୫୮ ବର୍ଷୀୟ ବ୍ୟକ୍ତି ଓ ନୟାଗଡ଼ ଜିଲ୍ଲାର ଜଣେ ୬୬ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି। ସେହିପରି ମଧୁମେହ ରୋଗରେ ପୀଡ଼ିତ ଥିବା ପୁରୀ ଜିଲ୍ଲାର ଜଣେ ୭୭ ବର୍ଷୀୟ ବ୍ୟକ୍ତି ଓ ସମ୍ବଲପୁର ଜିଲ୍ଲାର ଜଣେ ୭୫ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୧୨୧ ହୋଇଛି। ସେହିପରି ଗଞ୍ଜାମ ଜିଲ୍ଲାରେ କୋରୋନା ମୃତ୍ୟୁ ସଂଖ୍ୟା ୨୨୫ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଏହି ସଂଖ୍ୟା ୧୯୫ ହୋଇଛି। ସେହପରି କଟକ ଜିଲ୍ଲାରେ ୯୮ ଜଣ, ସୁନ୍ଦରଗଡ଼ ଜିଲ୍ଲାରେ ୫୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଗଜପତି ଜିଲ୍ଲାରେ ୨୪ ଜଣ, ରାୟଗଡ଼ା ଜିଲ୍ଲାରେ ୪୦ ଜଣ, ଯାଜପୁର ଜିଲ୍ଲାରେ ୧୭ ଜଣ ପ୍ରାଣ ହରାଇଛନ୍ତି। ସେହିପରି ବାଲେଶ୍ବର ଜିଲ୍ଲାରେ ୬୧ ଜଣ, କୋରାପୁଟ ଜିଲ୍ଲାରେ ୧୩ ଜଣ, ପୁରୀ ଜିଲ୍ଲାରେ ୭୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାରେ ୧୬ ଜଣ, ନୟାଗଡ଼ ଜିଲ୍ଲାରେ ୩୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ସମ୍ବଲପୁର ଜିଲ୍ଲାରେ ୨୮ ଜଣ, କନ୍ଧମାଳ ଜିଲ୍ଲାରେ ୨୮ ଜଣ, ମୟୁରଭଞ୍ଜ ଜିଲ୍ଲାରେ ୩୮ ଜଣ, ମାଲକାନଗିରି ଜିଲ୍ଲାରେ ୧୩ ଜଣ ଓ କେନ୍ଦୁଝର ଜିଲ୍ଲାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଜଗତ୍‌ସିଂହପୁର ଜିଲ୍ଲାରେ ୧୮ ଜଣ, ବଲାଙ୍ଗିର ଜିଲ୍ଲାରେ ୨୬ ଜଣ, ଢେଙ୍କାନାଳ ଜିଲ୍ଲାରେ ୧୨ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରେ ୧୮ ଜଣ, ବରଗଡ଼ ଜିଲ୍ଲାରେ ୧୫ ଜଣ, କଳାହାଣ୍ଡି ଜିଲ୍ଲାରେ ୧୭ ଜଣ, ଝାରସୁଗୁଡ଼ା ଜିଲ୍ଲାରେ ୫ ଜଣ, ଅନୁଗୁଳ ଜିଲ୍ଲାରେ ୯ ଜଣ, ନବରଙ୍ଗପୁର ଜିଲ୍ଲାରେ ୧୦ ଜଣ, ସୋନପୁର ଜିଲ୍ଲାରେ ୧୦ ଜଣ, ନୂଆପଡ଼ା ଜିଲ୍ଲାରେ ଜଣେ, ବୌଦ୍ଧ ଜିଲ୍ଲାରେ ୮ ଜଣ ଓ ଦେଓଗଡ଼ ଜିଲ୍ଲାରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ସେହିପରି ରାଜ୍ୟରେ ମଧ୍ୟ ଅନ୍ୟ ୫୩ ଜଣ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମାତ୍ର ସେମାନଙ୍କ ମୃତ୍ୟୁ କୋରୋନା ଯୋଗୁ ନୁହେଁ ବରଂ ଅନ୍ୟ ରୋଗ କାରଣରୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ