କୋଲକାତାକୁ ହରାଇ ପୁଣି ଶୀର୍ଷରେ ମୁମ୍ବାଇ


ଅବୁ ଧାବୀ: ଆଇପିଏଲର ୩୨ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। ଏହା ମୁମ୍ବାଇର ଅଷ୍ଟମ ମ୍ୟାଚରେ ଷଷ୍ଠ ବିଜୟ ହୋଇଥିଲା ବେଳେ କୋଲକାତା ୮ମ ମ୍ୟାଚରେ ୪ର୍ଥ ପରାଜୟ ବରଣ କରିଛି। ମୁମ୍ବାଇ ୧୨ ପଏଣ୍ଟ ସହ ପୁଣି ଥରେ ଟେବଲର ଶୀର୍ଷକୁ ଉନ୍ନୀତ ହୋଇଛି। କୋଲକାତା ୮ ପଏଣ୍ଟ ସହ ଟେବଲର ୪ର୍ଥ ସ୍ଥାନରେ ରହିଛି। ପ୍ୟାଟ କମିନ୍ସ ବିସ୍ଫୋରକ ୫୩ ରନ ବଳରେ କୋଲାକାତା ୧୪୮/୫ ରନ କରିଥିଲା ବେଳେ ମୁମ୍ବାଇ ମାତ୍ର ୨ ୱିକେଟରେ ୧୪୯ ରନ କରି ସହଜ ବିଜୟ ହାସଲ କରିଛି। ମୁମ୍ବାଇ ପକ୍ଷରୁ କ୍ବିଣ୍ଟନ ଡି’କକ ତାଙ୍କର ବିସ୍ଫୋରକ ୭୮ ରନ ପାଇଁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପାଇଛନ୍ତି।

ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ପକ୍ଷରୁ ଓପନର ଶୁବମନ ଗିଲ ୨୧ ରନ କରିଥିଲା ବେଳେ ଅନ୍ୟ ୩ ଟପ ଅର୍ଡର ବ୍ୟାଟ୍ସମାନ ଏକ ଅଙ୍କରେ ଆଉଟ ହୋଇଥିଲେ। ରାହୁଲ ତ୍ରିପାଠୀ ୭, ନିତେଶ ରାଣା ୫ ଓ ଭଲ ବ୍ୟାଟିଂ ପାଇଁ ଅଧିନାୟକ ପଦ ଛାଡ଼ିଥିବା ଦିନେଶ କାର୍ତ୍ତିକ ମାତ୍ର ୪ ରନ କରି ଆଉଟ ହୋଇଥିଲେ। ନୂଆ ଅଧିନାୟକ ଏୱିନ ମୋର୍ଗାନ ୨୯ ବଲରୁ ୩୯ ରନ କରିଥିଲା ବେଳେ ୭ ନଂରେ ବ୍ୟାଟିଂ ପାଇଁ ଆସିଥିବା କମିନ୍ସ ୩୬ଟି ବଲରୁ ୫୩ ରନ କରି ଦଳକୁ ୧୪୮/୫ ପର୍ଯ୍ୟନ୍ତ ନେଇଥିଲେ। ମୁମ୍ବାଇ ପକ୍ଷରୁ ରାହୁଲ ଚହର ୧୮ ରନ ଦେଇ ୨ଟି ୱିକେଟ ନେଇ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ।

ଏହାର ଜବାବରେ ମୁମ୍ବାଇ ଓପନିଂ ଯୋଡିରେ ୯୪ ରନ ଉଠାଇ ବିଜୟକୁ ନିଶ୍ଚିତ କରିଥିଲା। ଅଧିନାୟକ ରୋହିତ ଶର୍ମା ୩୬ଟି ବଲରୁ ୩୫ ରନ କରି ପ୍ରଥମ ଖେଳାଳି ଭାବେ ଆଉଟ ହୋଇଥିଲେ। ଅନ୍ୟପକ୍ଷରେ କ୍ବିଣ୍ଟନ ଡି’କକ ୪୪ଟି ବଲରୁ ୭୮ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସୂର୍ଯ୍ୟକୁମାର ଯାଦବ ୧୦ ରନ କରି ଆଉଟ ହୋଇଥିଲା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୧ଟି ବଲରୁ ଅପରାଜିତ ୨୧ ରନ କରି ଦଳକୁ ୧୬.୫ ଓଭରରେ ୧୪୯/୨ରେ ପହଞ୍ଚାଇ ଦେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ