ନବରାତ୍ରିରେ ତିଆରି କରନ୍ତୁ ଫଳାହାରୀ ଶାଗୁ କବାବ, ହେଲଦି ବି ଟେଷ୍ଟି ବି


କେତେକ ଲୋକ ନବରାତ୍ରିରେ ପୂରା ୯ ଦିନ ବ୍ରତ ରଖିଥାନ୍ତି ତ ଆଉ କେତେକ ପ୍ରଥମ ଦିନ ଓ ଅଷ୍ଟମୀ ଦିନ ବ୍ରତ ରଖିଥାନ୍ତି। ଅନେକ ବ୍ରତରେ କେବଳ ଫଳାହାର କରିଥାନ୍ତି। ଚଳିତ ବର୍ଷ ୧୭ ଅକ୍ଟୋବରରୁ ନବରାତ୍ରି ଆରମ୍ଭ ହେଉଛି। ଆପଣ ନବରାତ୍ରିରେ ଫଳାହାରୀ ଶାଗୁ କବାବ ତିଆରି କରି ଖାଇପାରିବେ। କଞ୍ଚା କଦଳୀ, ନଡ଼ିଆ ଓ ଶାଗୁରେ ତିଆରି ଏହି କବାବ ବହୁତ ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଏହା ବେଶ ଭଲ। ଚାଲନ୍ତୁ ଜାଣିବା ଏହାର ରେସିପି।

କ’ଣ ଦରକାର
୬୦୦ ଗ୍ରାମ ସିଝା କଞ୍ଚା କଦଳୀ, ୨୫୦ ଗ୍ରାମ କୋରା ନଡ଼ିଆ, ୩୦୦ ଗ୍ରାମ ବତୁରା ଶାଗୁ, ୪୦ ଗ୍ରାମ ବାଦାମ ପେଷ୍ଟ, ୧ ଟେବଲସ୍ପୁନ ଗୋଲମରିଚ ଗୁଣ୍ଡ, ସ୍ବାଦାନୁସାରେ ରକ ସଲ୍ଟ, ୫ଟି ଛୋଟ ଛୋଟ କଟା ଯାଇଥିବା କଞ୍ଚା ଲଙ୍କା, ୨୦ ଗ୍ରାମ ଘିଅ।

ପ୍ରସ୍ତୁତି ପ୍ରଣାଳୀ
କଦଳୀକୁ ସିଝାଇ ଥଣ୍ଡା କରି ଏହାର ପେଷ୍ଟ ତିଆରି କରନ୍ତୁ। ଶାଗୁକୁ ୨ ଘଣ୍ଟା ବତୁରାଇବା ପରେ ଏହାର ପାଣି ବାହାର କରନ୍ତୁ। ଏବେ ପ୍ୟାନରେ ଘିଅ ଗରମ କରି ଏଥିରେ ନଡ଼ିଆ ପକାଇ ଗୋଲ୍ଡେନ ବ୍ରାଉନ ହେବା ଯାଏ ଭାଜନ୍ତୁ। ଏହି ଖରଡ଼ା ନଡ଼ିଆକୁ ଗ୍ରାଇଣ୍ଡ କରନ୍ତୁ। ୧୫୦ ଗ୍ରାମ ଶାଗୁ ହାତରେ ଚକଟନ୍ତୁ। ଏହାପରେ ସମସ୍ତ ସାମଗ୍ରୀକୁ ଏକ ପାତ୍ରରେ ମିଶାନ୍ତୁ। ଏହି ମିଶ୍ରଣରେ ଛୋଟ ଗୁଳା କରନ୍ତୁ। ବଳକା ଶାଗୁକୁ ଏକ ପ୍ଲେଟରେ ଢାଳି ଏହା ଉପରେ କବାବ ରଖି ହାଲୁକା ଭାବେ ଚାପନ୍ତୁ। ଏବେ ନନଷ୍ଟିକ ପ୍ୟାନରେ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଏହାକୁ ଗୋଲ୍ଡେନ ବ୍ରାଉନ ହେବା ଯାଏ ଦୁଇ ପାର୍ଶ୍ବ ସେକନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଶାଗୁ କବାବ। ଏହାକୁ ଗରମ ଗରମ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ