ହେଡ୍‌ ବ୍ୟାଣ୍ଡ ଦେବ ନିଆରା ଓ ଷ୍ଟାଇଲିଶ୍‌ ଲୁକ୍‌


ଆଜିକାଲି ହେଡ୍‌ ବ୍ୟାଣ୍ଡସ୍‌ ପିନ୍ଧିବା ଫ୍ୟାଶନ୍‌ରେ ପରିଣତ ହୋଇଛି। ଭିନ୍ନ ଭିନ୍ନ ପ୍ରକାରର ହେଡ୍‌ବ୍ୟାଣ୍ଡ ପିନ୍ଧି ଝିଅମାନେ ନିଜକୁ ଷ୍ଟାଇଲିଶ୍‌ ଲୁକ୍‌ ଦେଉଛନ୍ତି। ହେଡ୍‌ବ୍ୟାଣ୍ଡ କେବଳ ଷ୍ଟାଇଲିଶ୍‌ ଲୁକ୍ ଦେଉ ନାହିଁ, ନିଆରା ମଧ୍ୟ ଲାଗୁଛି। ଯେକୌଣସି ସମାରୋହରେ ହେଡ୍‌ବ୍ୟାଣ୍ଡ ପିନ୍ଧିପାରିବେ।

ରେଟ୍ରୋ ଲୁକ୍‌ ହେଡ୍‌ବ୍ୟାଣ୍ଡ
ଏହି ଷ୍ଟାଇଲିଶ୍‌ ରେଟ୍ରୋ ହେଡ୍‌ ବ୍ୟାଣ୍ଡସ୍‌କୁ ଆପଣ ଯେ କୌଣସି ପୋଷାକ ସହ କେଶକୁ ଖୋଲା ଛାଡ଼ି ପିନ୍ଧିପାରିବେ। କେଶରେ ଖୋସା କରୁଥିଲେ ମଧ୍ୟ ଏହି ହେଡ୍‌ବ୍ୟାଣ୍ଡ ପିନ୍ଧିପାରିବେ।

ଥିମ୍‌ ହେଡ୍‌ବ୍ୟାଣ୍ଡ
କୌଣସି ପାର୍ଟି କିମ୍ବା ସମାରୋହକୁ ଯାଉଥିଲେ ଥିମ୍‌ ଅନୁସାରେ ହେଡ୍‌ବ୍ୟାଣ୍ଡସ୍‌ ଚୟନ କରନ୍ତୁ। ଥିମ୍‌ ପାର୍ଟିରେ ବମ୍ବଲ ବି ହେଡବ୍ୟାଣ୍ଡସ୍‌ ଏବେ ଚାହିଦାରେ ରହିଛି। ସେହିପରି ଜନ୍ମଦିନ ପାର୍ଟିକୁ ଯାଉଥିଲେ ହାପି ବାର୍ଥ ଡେ ହେୟାର ବ୍ୟାଣ୍ଡ ଚୟନ କରନ୍ତୁ। ଭିନ୍ନ ଦେଖାଯିବା ଲାଗି ପୋଷାକକୁ ମ୍ୟାଚ୍‌ କରିବା ଭଳି ହେଡ୍‌ବ୍ୟାଣ୍ଡ ପିନ୍ଧନ୍ତୁ।

ସ୍ପୋର୍ଟି ଲୁକ୍‌ ହେଡ୍‌ବ୍ୟାଣ୍ଡ
ମୋଟା ଓ ଚଉଡ଼ା ତଥା ମୁଣ୍ଡକୁ କଭର କରୁଥିବା ହେଡ଼ବ୍ୟାଣ୍ଡ ଆପଣଙ୍କୁ ସ୍ପୋର୍ଟି ଲୁକ୍‌ ଦେବ। ଏଭଳି ହେଡ୍‌ବ୍ୟାଣ୍ଡ ଆପଣଙ୍କ ମୁହଁରେ କେଶ ପଡ଼ିବାକୁ ଦେଇ ନ ଥାଏ। ଜିନ୍ସ, ଟି-ଶାର୍ଟ, ସର୍ଟସ୍‌ ଏବଂ କାଜୁଆଲ ପୋଷାକରେ ଏହି ହେଡ୍‌ ବ୍ୟାଣ୍ଡ ପିନ୍ଧି ପାରିବେ।  

ସିମ୍ପଲ ହେଡ୍‌ବ୍ୟାଣ୍ଡ
ବନ୍ଧୁମାନଙ୍କ ସହ ଗେଟ୍‌ ଟୁଗେଦର କଲାବେଳେ ଆପଣ ସିମ୍ପଲ ହେଡ୍‌ବ୍ୟାଣ୍ଡ ପିନ୍ଧନ୍ତୁ। ଧ୍ୟାନରେ ରଖନ୍ତୁ ଏହା ଯେପରି ବେଶୀ ଚକ୍‌ଚକ୍‌ କରୁ ନ ଥିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ