ଜାଣନ୍ତୁ ବଲିଉଡ ଏଣ୍ଟ୍ରି ପୂର୍ବରୁ କ’ଣ କରୁଥିଲେ ଏମାନେ


ବଲିଉଡରେ ଅନେକ ସେଲିବ୍ରିଟି ବହୁତ ସଫଳ ହେବା ସହ ସେମାନଙ୍କ ପାଖରେ ଅର୍ଥ ଓ ଇଜ୍ଜତ ସବୁକିଛି ରହିଛି। କେତେକ ସେଲିବ୍ରିଟିଙ୍କ ପାଇଁ ଏହି ଷ୍ଟାରଡମ ବହୁତ ସହଜ ଥିବାବେଳେ ଆଉ କେତେକଙ୍କ ପାଇଁ ଏହା ବହୁତ ମୁସ୍କିଲ। ଏମାନଙ୍କ ମଧ୍ୟରେ ଏମିତି କେତେକ ସେଲିବ୍ରିଟି ଅଛନ୍ତି ଯିଏ ଟଙ୍କା ରୋଜଗାର ଲାଗି ସେଲ୍ସମ୍ୟାନଙ୍କଠାରୁ ଆରମ୍ଭ କରି ୱାଚମ୍ୟାନ ପର୍ଯ୍ୟନ୍ତ କାମ କରିଛନ୍ତି। ଚାଲନ୍ତୁ ଜାଣିବା ବଲିଉଡର କେତେକ ସଫଳ ସେଲିବ୍ରିଟି ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଆସିବା ପୂର୍ବରୁ କେଉଁ କାମ କରୁଥିଲେ।

କିଆରା ଆଡଭାନୀ
‘ଫଗଲି’ ସିନେମା ମାଧ୍ୟମରେ ବଲିଉଡରେ ପାଦ ରଖିଥିବା ଓ ପରେ ‘ଏମ ଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ’ ପରି ହିଟ୍ ଫିଲ୍ମ ଦେଇଥିବା କିଆରା ଆଡଭାନୀ ବଲିଉଡରେ ପାଦ ରଖିବା ପୂର୍ବରୁ ଏକ ପ୍ରି-ସ୍କୁଲ ଟିଚର ଭାବେ କାମ କରୁଥିଲେ।

ଜନି ଲିଭର
ନିଜ କମେଡି ମାଧ୍ୟମରେ ସମସ୍ତଙ୍କୁ ହସାଉଥିବା ହାସ୍ୟ ଅଭିନେତା ଜନି ଲିଭର ଇଣ୍ଡଷ୍ଟ୍ରୀରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିବା ଲାଗି ବହୁତ ପରିଶ୍ରମ କରିଛନ୍ତି। ନିଜ ଜବରଦସ୍ତ କମିକ ଟାଇମିଂ ଓ ଅଭିନୟ ପାଇଁ ଜଣାଶୁଣା ଜନି ଲିଭର ବଲିଉଡ ଜଗତକୁ ଆସିବା ପୂର୍ବରୁ ହିନ୍ଦୁସ୍ତାନ ଲିଭରରେ କାମ କରୁଥିଲେ। ସେଠାରେ କୌଣସି ପ୍ରୋଗ୍ରାମ କିମ୍ବା ଗେଟ ଟୁଗେଦର ହେଲେ ଜନି ନିଜ କମେଡି ମାଧ୍ୟମରେ ଲୋକଙ୍କୁ ହସାଉଥିଲେ।

ଶାହରୁଖ ଖାନ
ଶାହରୁଖ ଖାନଙ୍କ ସିନେମା ଯଦିଓ ଏବେ ବକ୍ସ ଅଫିସରେ କୋଟି କୋଟି ଟଙ୍କାର ବ୍ୟବସାୟ କରୁଛି, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଶାହରୁଖ ମାତ୍ର ୫୦ ଟଙ୍କା ଦରମାରେ ଚାକିରି କରୁଥିଲେ। ସେ ଏକ ମୁଭି ଥିଏଟରରେ ଟିକେଟ ସେଲ୍ସମ୍ୟାନ ଭାବେ କାମ କରୁଥିଲେ। ଯେଉଁଥି ପାଇଁ ତାଙ୍କୁ ୫୦ ଟଙ୍କା ଦରମା ମିଳୁଥିଲା। ଶାହରୁଖ ତାଙ୍କ ପ୍ରଥମ ଦରମାରେ ତାଜମହଲ ଦେଖିବାର ସ୍ବପ୍ନ ପୂରଣ କରିଥିଲେ।

ସୋନାକ୍ଷୀ ସିହ୍ନା
ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀ ସିହ୍ନା ‘ଦବଙ୍ଗ’ ଫିଲ୍ମ ମାଧ୍ୟମରେ ବଲିଉଡରେ ଏଣ୍ଟ୍ରି କରିଥିଲେ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ ସୋନାକ୍ଷୀ ଅଭିନୟ ଜଗତକୁ ଆସିବା ପୂର୍ବରୁ କଷ୍ଟ୍ୟୁମ ଡିଜାଇନର ଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ