ଭ୍ରମଣପ୍ରେମୀଙ୍କୁ ଆକ୍‌ଷ୍ଟ କରିଥାଏ ହ୍ରଦର ନଗରୀ


ମଧ୍ୟ ପ୍ରଦେଶକୁ ଭାରତର ହୃଦୟ ବୋଲି କୁହାଯାଏ। ସେହିପରି ଭୋପାଳରେ ବହୁତ ସୁନ୍ଦର ସୁନ୍ଦର ଐତିହାସିକ ସ୍ଥଳ ଓ ହ୍ରଦ ରହିଛି। ଏଠାରେ ବୁଲିବାକୁ ଦେଶ ବିଦେଶରୁ ଲୋକେ ଆସିଥାନ୍ତି। ଏହି ସହରକୁ ହ୍ରଦର ନଗରୀ ବୋଲି ମଧ୍ୟ କୁହାଯାଏ। ଯଦି ଆପଣ ନିଜ ବନ୍ଧୁ ଓ ପରିବାର ଲୋକଙ୍କ ସହିତ ଭ୍ରମଣ କରିବା ଯୋଜନା କରୁଛନ୍ତି, ତେବେ ଭୋପାଳ ଯାଇପାରିବେ। ଚାଲନ୍ତୁ ଜାଣିବା ଭୋପାଳର କେତେକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ।

ସୌକତ ମହଲ
ସୌକତ ମହଲ ଭୋପାଳର ଐତିହାସିକ ସ୍ଥଳୀ ମଧ୍ୟରୁ ଅନ୍ୟତମ। ଏହା ପାଖାପାଖି ୧୮୦ ବର୍ଷ ତଳର ପୁରୁଣା। ଏହି ମହଲ ଉନ୍ନବିଂଶ ଶତାବ୍ଦୀରେ ଗୌହର ବେଗମଙ୍କ ଝିଅ ସିକନ୍ଦର ବେଗମଙ୍କ ସମୟରେ  ନିର୍ମାଣ କରାଯାଇଥିଲା। ଏହା ହେଉଛି ପ୍ରଥମ ଏପରି ମହଲ, ଯାହା କୌଣସି ମହିଳାଙ୍କ ଦ୍ବାରା ନିର୍ମାଣ କରାଯାଇଥିଲା। ଏଠାରେ ଆପଣ ସୁନ୍ଦର ସୁନ୍ଦର ବଗିଚା ଦେଖିବାକୁ ପାଇବେ।

ବଡ଼ା ତାଲାବ
ଏଠାରେ ଅନେକଗୁଡ଼ିଏ ହ୍ରଦ ଥିବାରୁ ଏହାକୁ ହ୍ରଦର ନଗରୀ ବୋଲି କୁହାଯାଏ। ଏହି ବଡ଼ା ତାଲାବର ଉପର ଅଞ୍ଚଳ ଭାଜତାଳ ନାମରେ ମଧ୍ୟ ଜଣାଶୁଣା। ଏହା ହେଉଛି ଏକ ସୁନ୍ଦର ସେଲ୍‌ଫି ପଏଣ୍ଟ। ଏଠାକୁ ଯିବା ପରେ ଆପଣଙ୍କୁ ଏକ ଅଲଗା ପ୍ରକାରର ଶାନ୍ତି ଅନୁଭବ ହେବ।

ଶୌର୍ଯ୍ୟ ସ୍ମାରକୀ
ଏହି ଶୌର୍ଯ୍ୟ ସ୍ମାରକୀ ଶ୍ୟାମଳା ହିଲ୍ସରେ ଅବସ୍ଥିତ। ଏହା ଶହୀଦଙ୍କ ବୀରତ୍ବ ଓ ଶୌର୍ଯ୍ୟର ଗାଥା ବର୍ଣ୍ଣନା କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୦୪ରେ ଏହାର ଉଦଘାଟନ କରିଥିଲେ। ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୬ଟା ଭିତରେ ଏଠାରେ ପ୍ରବେଶ ଅନୁମତି ରହିଛି। ଏଠାରେ ଆପଣଙ୍କୁ ତିନି ସେନାର ଶୌର୍ଯ୍ୟର ଗାଥା ଦେଖିବାକୁ ମିଳିବ।

ଏହାବ୍ୟତୀତ ଭୋପାଳର ଲୋକପ୍ରିୟ ତାଜ ଉଲ ମସଜିଦ, ଭାରତ ଭବନ, ସରଦାର ମିଲ, ୱାଟର ପାର୍କ, ଶପିଂ ପାଇଁ ଡିବି ସିଟି ମଲ ଯାଇ ଖୁବ ମସ୍ତି କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ