ଜାଣନ୍ତୁ ଭାରତରେ କେଉଁଠି ପୂଜା ପାଆନ୍ତି ରାବଣ


ଦଶହରାରେ ଭଗବାନ ରାମ ଲଙ୍କପତି ଅସୁର ରାବଣକୁ ଯୁଦ୍ଧରେ ହରାଇ ବଧ କରିଥିଲେ। ତେଣୁ ଦଶହରାକୁ ବିଜୟ ଦଶମୀ ବୋଲି ମଧ୍ୟ କୁହାଯାଏ। ଦଶହରାରେ ପୂରା ଦେଶରେ ଭଗବାନ ରାମଙ୍କୁ ପୂଜା କରାଯାଇଥାଏ। ପ୍ରତୀକାତ୍ମକ ଭାବେ ରାବଣ ପୋଡ଼ି ମଧ୍ୟ କରାଯାଏ। ମାତ୍ର ଦେଶରେ ଏମିତି କିଛି ସ୍ଥାନ ରହିଛି ଯେଉଁଠି ରାମଙ୍କୁ ନୁହେଁ, ରାବଣକୁ ପୂଜା କରାଯାଉଛି। ଚାଲନ୍ତୁ ଜାଣିବା ଦେଶର ଏମିତି ୬ଟି ସ୍ଥାନ ସମ୍ପର୍କରେ ଯେଉଁଠି ରାବଣଙ୍କୁ ପୂଜା କରାଯାଉଛି।

ମନ୍ଦସୌର, ମଧ୍ୟ ପ୍ରଦେଶ
ମଧ୍ୟ ପ୍ରଦେଶର ମନ୍ଦସୌରରେ ରାବଣଙ୍କୁ ପୂଜା କରାଯାଉଛି। ମନ୍ଦସୌରର ପୁରୁଣା ନାମ ଦଶପୁର ଥିଲା। ଏହା ରାବଣର ପତ୍ନୀ ମନ୍ଦଦୋରୀଙ୍କ ବାପଘର ଥିଲା ବୋଲି କୁହାଯାଏ। ତେଣୁ ଏହି ସ୍ଥାନର ନାମ ମନ୍ଦସୌର ରଖାଯାଇଛି। ରାବଣର ଏହା ଶ୍ବଶୂର ଘର ଥିବାରୁ ଏଠାରେ ରାବଣ ପୋଡ଼ି କରା ନ ଯାଇ ତାଙ୍କୁ ପୂଜା କରାଯାଉଛି।

ବିଶରଖ, ଉତ୍ତର ପ୍ରଦେଶ
ଉତ୍ତର ପ୍ରଦେଶର ବିଶରଖ ନାମକ ଗାଁରେ ରାବଣଙ୍କୁ ପୂଜା କରାଯାଏ। ଏହି ଗାଁକୁ ରାବଣଙ୍କ ମାମୁଁଘର ବୋଲି କୁହାଯାଏ। ରାବଣର ପିତା ବିଶ୍ରବା ଋଷିଙ୍କ ନାମାନୁସାରେ ଏହି ଗାଁର ନାମ ରହିଛି ବିଶରଖ।

ଯଶବନ୍ତ ନଗର, ଉତ୍ତର ପ୍ରଦେଶ
ଉତ୍ତର ପ୍ରଦେଶର ଯଶବନ୍ତ ନଗରରେ ଦଶହରା ଦିନ ରାବଣଙ୍କୁ ପୂଜା କରାଯାଏ। ଏହାପରେ ରାବଣକୁ ଖଣ୍ଡ ଖଣ୍ଡ କରି ଦିଆଯାଏ।  

ଅମରାବତୀ, ମହାରାଷ୍ଟ୍ର
ଅମରାବତୀର ଗଢ଼ଚିରୌଲିରେ ବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ଦଶହରାରେ ରାବଣଙ୍କୁ ପୂଜା କରନ୍ତି। ଏଠାରେ ରହୁଥିବା ଆଦିବାସୀ ସମ୍ପ୍ରଦାୟ ରାବଣଙ୍କୁ ନିଜର ଦେବତା ଭାବେ ପୂଜା କରନ୍ତି।

କାଙ୍ଗଡ଼ା, ହିମାଚଳ ପ୍ରଦେଶ
ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲାରେ ରାବଣଙ୍କୁ ପୂଜା କରାଯାଉଛି। ସୂଚନାଯୋଗ୍ୟ ରାବଣ ଏଠାରେ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ କଠୋର ତପସ୍ୟା କରିଥିଲେ। ଭଗବାନ ଭୋଳାନାଥ ରାବଣଙ୍କୁ ମୋକ୍ଷ ବରଦାନ ଦେଇଥିଲେ। ତେଣୁ ଏଠାରେ ରାବଣଙ୍କ ପୁତ୍ତଳିକା ଦହନ କରାଯାଏ ନାହିଁ।

ମନ୍ଦୋରା, ଯୋଧପୁର
ଯୋଧପୁରର ମନ୍ଦୋରାକୁ ରାବଣଙ୍କ ପତ୍ନୀ ମନ୍ଦୋଦରୀଙ୍କ ବାପଘର ବୋଲି ମଧ୍ୟ କୁହାଯାଏ। ମନ୍ଦୋରାରେ ଏବେ ବି ରାବଣ ଏବଂ ମନ୍ଦୋଦରୀଙ୍କ ବିବାହ ମଣ୍ଡପ ରହିଛି। ଏଠାରେ ସେମାନେ ବିବାହ ସମୟରେ ଅଗ୍ନି ଚାରିପଟେ ୭ ଥର ପରିକ୍ରମା କରିଥିଲେ ବୋଲି ବିଶ୍ବାସ ରହିଛି। ଏଠାରେ ରାବଣ ଓ ମନ୍ଦୋଦରୀଙ୍କ ପୂଜା କରାଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ