ଅଧିକ ଚିନି ସେବନ ବି ବଢ଼ାଏ କ୍ୟାନସର ଆଶଙ୍କା


ସାଧାରଣତଃ ସମସ୍ତେ ଜାଣନ୍ତି ମାତ୍ରାଧିକ ଚିନି ଖାଇବା ଦ୍ବାରା ମଧୁମେହ ଓ ମୋଟାପଣ ଭଳି ସମସ୍ୟା ଦେଖାଯାଏ। ମାତ୍ର ଏକ ଗବେଷଣାରୁ ଜଣାପଡ଼ିଛି ଯେ ଅଧିକ ଚିନି ଖାଇବା ଦ୍ବାରା କ୍ୟାନ୍‌ସର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ। ଗବେଷଣା ଅନୁସାରେ କ୍ୟାନ୍‌ସର କୋଶିକାଗୁଡ଼ିକୁ ଚିନି ଦ୍ରୁତବେଗରେ ସକ୍ରିୟ କରେ। ତେଣୁ କ୍ୟାନ୍‌ସର ରୋଗୀଙ୍କୁ ଚିନି କ୍ଷତି ପହଞ୍ଚାଇଥାଏ। ଡଚ୍‌ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଏ ସମ୍ପର୍କରେ ୨୦୦୮ରେ ଗବେଷଣା ଆରମ୍ଭ କରିଥିଲେ।

୯ ବର୍ଷର ଗବେଷଣା ପରେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ଚିନି ଦ୍ବାରା କ୍ୟାନ୍‌ସର ଆଶଙ୍କା ବୃଦ୍ଧି ହେବା ସହ ଟ୍ୟୁମର ମଧ୍ୟ ଶୀଘ୍ର ବଢ଼ିଥାଏ। ଗବେଷଣା ସମୟରେ ‘ୱାରବର୍ଗ ପ୍ରଭାବ’କୁ ଗଭୀର ଭାବେ ଅଧ୍ୟୟନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ୱାରବର୍ଗ ହେଉଛନ୍ତି ଜଣେ ଜର୍ମାନ ବୈଜ୍ଞାନିକ। ସେ ୧୯୨୦ରେ ନିଜର ଏକ ଗବେଷଣାରେ କହିଥିଲେ ଯେ କ୍ୟାନ୍‌ସର କୋଶିକାଗୁଡ଼ିକ ଚିନି କିମ୍ବା ଗ୍ଲାଇକୋସିସ୍‌ରୁ ଅଧିକ ଶକ୍ତି ଉତ୍ପନ୍ନ କରିଥାନ୍ତି। ଏହି ରିପୋର୍ଟ ୱାରବର୍ଗ ପ୍ରଭାବ ନାମରେ ଜଣାଶୁଣା।

ଡଚ୍‌ ବିଶ୍ବବିଦ୍ୟାଳୟ ବୈଜ୍ଞାନିକମାନେ କରିଥିବା ଗବେଷଣା ଅନୁସାରେ ଟ୍ୟୁମର୍‌ ଚିନିକୁ ଅଧିକ ମାତ୍ରାରେ ଲାକ୍ଟିକ୍‌ ଏସିଡ୍‌ରେ ପରିବର୍ତ୍ତନ କରିଥାଏ। ଅଧ୍ୟୟନ ଫଳାଫଳ ପରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ମାତ୍ରାଧିକ ଚିନି ସେବନ କ୍ୟାନ୍‌ସର ଓ ଟ୍ୟୁମର ବଢ଼ିବାର ମୁଖ୍ୟ କାରଣ ହୋଇପାରେ। ଏହା କେବଳ କ୍ୟାନ୍‌ସର ଓ ଟ୍ୟୁମରକୁ ବଢ଼ାଇ ନ ଥାଏ ବରଂ ଚିକିତ୍ସା କରିବାରେ ମଧ୍ୟ ବାଧା ସୃଷ୍ଟି କରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ