ପାର୍ଟନରଙ୍କୁ ଧୋକାଦେବା ଓ ପଶ୍ଚାତାପ କରିବାରେ ଦିଲ୍ଲୀବାସୀ ଆଗରେ


ଲଙ୍ଗ ଟର୍ମ ରିଲେସନଶିପରେ କିଛି ସମୟ ପରେ ଅନ୍ୟ କାହାରି ପ୍ରତି ଆକର୍ଷିତ ହୋଇଯିବା ସାଧାରଣ କଥା। ଯଦିଓ ଏହାର ଅର୍ଥ ସବୁବେଳେ ପାର୍ଟନରଙ୍କୁ ଧୋକା ଦେବା ହୋଇ ନ ଥାଏ। ତଥାପି କାହାରିକୁ ଧୋକା ଦେବା ବ୍ୟକ୍ତିର ସ୍ବଭାବ ଓ ସମ୍ପର୍କର ଗଭୀରତା ଉପରେ ନିର୍ଭର କରିଥାଏ। କେତେକ ଡେଟିଂ ସାଇଟ ଅନୁସାରେ ଗତ କିଛି ମାସ ମଧ୍ୟରେ ଏକ୍ସଟ୍ରାମ୍ୟାରିଟାଲ ଆଫେୟାର୍ସ ମାମଲା ବଢ଼ିବାରେ ଲାଗିଛି।

ଏକ୍ସଟ୍ରାମ୍ୟାରିଟାଲ ଡେଟିଂ ଆପ ଗ୍ଲିଡେନ କିଛି ଦିନ ପୂର୍ବରୁ ଏ ସମ୍ପର୍କରେ ଏକ ସର୍ଭେ କରିଥିଲା। ଏହି ସର୍ଭେରେ ଭାରତର କେତେକ ବଡ଼ ସହରକୁ ସାମିଲ କରାଯାଇଥିଲା। ଏହି ସର୍ଭେରେ ପାର୍ଟନରଙ୍କୁ ଧୋକା ଦେଉଛନ୍ତି କି ଓ ଏହାର କାରଣ କ’ଣ ଜାଣିବାକୁ ଚେଷ୍ଟା କରାଯାଇଥିଲା। ସର୍ଭେ ଅନୁସାରେ ତିନି ମାସ ଭିତରେ ପାର୍ଟନରଙ୍କୁ ଧୋକା ଦେବାରେ ଦିଲ୍ଲୀର ଲୋକଙ୍କ ସଂଖ୍ୟା ୩୦.୫ ପ୍ରତିଶତ, ଯାହାକି ସର୍ବାଗ୍ରେ ରହିଛି। ସେହିପରି ଚେନ୍ନାଇର ଲୋକଙ୍କ ସଂଖ୍ୟା ଏହି ମାମଲାରେ ୨୫ ପ୍ରତିଶତ ରହିଥିବାବେଳେ ବେଙ୍ଗାଳୁରୁରେ ଏହି ସଂଖ୍ୟା ୨୩.୪ ପ୍ରତିଶତ ରହିଥିଲା।

ସେହିପରି ୫ ବର୍ଷ ରିଲେସନଶିପରେ ରହିବା ପରେ ପାର୍ଟନରଙ୍କୁ ଧୋକା ଦେବା ସଂଖ୍ୟା ଚେନ୍ନାଇରେ ୨୦ ପ୍ରତିଶତ, ହାଇଦ୍ରାବାଦରେ ୧୯.୬ ପ୍ରତିଶତ ଓ ବେଙ୍ଗାଳୁରୁରେ ୧୯.୧ ପ୍ରତିଶତ ଥିଲା। ୫ ବର୍ଷ କିମ୍ବା ତାହାଠାରୁ ଅଧିକ ବର୍ଷ ରିଲେସନଶିପରେ ରହିବା ପରେ ମଧ୍ୟ ପାର୍ଟନରଙ୍କୁ ଧୋକା ଦେବା ମାମଲାରେ ମୁମ୍ବାଇର ୟୁଜର ସଂଖ୍ୟା ୨୪.୨ ପ୍ରତିଶତ ରହିଥିବା ଏହି ସର୍ଭେରୁ ଜଣାପଡ଼ିଛି।

ଏହି ସର୍ଭେରେ ୟୁଜରଙ୍କୁ ପଚରାଯାଇଥିଲା ଯେ ସେକ୍ସ ବ୍ୟତୀତ ସେମାନେ ଅନ୍ୟ କେଉଁ କଥାକୁ ଧୋକା ଭାବେ ଗ୍ରହଣ କରୁଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଗ୍ଲିଡେନ ୟୁଜର ଭର୍ଚୁଆଲ ସେକ୍ସରେ ଅଧିକ ଆଗ୍ରହ ପ୍ରକାଶ କରିଥିଲେ। ଚେନ୍ନାଇର ୪୪.୪ ପ୍ରତିଶତ ୟୁଜର୍ସଙ୍କ ପାଇଁ ଭର୍ଚୁଆଲ ସେକ୍ସର କୌଣସି ଗୁରୁତ୍ବ ନ ଥିବା ଜଣାପଡ଼ିଛି। ସେହିପରି ମୁମ୍ବାଇର ୪୩.୭ ପ୍ରତିଶତ, ଦିଲ୍ଲୀର ୪୨.୮ ପ୍ରତିଶତ, ବେଙ୍ଗାଳୁରୁର ୪୦ ପ୍ରତିଶତ ଓ ହାଇଦ୍ରାବାଦର ୩୬.୩ ପ୍ରତିଶତ ୟୁଜର୍ସ ଭର୍ଚୁଆଲ ସେକ୍ସକୁ ସ୍ବୀକାର କରି ନ ଥିଲେ।

ଏହି ସର୍ଭେରେ ଫ୍ଲର୍ଟ କରିବାକୁ ମଧ୍ୟ ଧୋକା ଶ୍ରେଣୀରେ ରଖାଯାଇଥିଲା। ଯେଉଁଥିରେ ସବୁଠାରୁ ଅଧିକ ୪୩.୫ ପ୍ରତିଶତ ଭୋଟ ଦିଲ୍ଲୀର ଲୋକେ ଦେଇଥିଲେ। ଏହାପରେ ୪୧.୨ ପ୍ରତିଶତ ବେଙ୍ଗାଳୁରୁ ଓ ୩୮.୩ ପ୍ରତିଶତ ହାଇଦ୍ରାବାଦ ୟୁଜର ଭୋଟ କରିଥିଲେ। ସେହିପରି ମୁମ୍ବାଇ ଓ ଚେନ୍ନାଇ ୩୬.୮ ପ୍ରତିଶତ ଫ୍ଲର୍ଟ କରୁଥିବା ନେଇ ଭୋଟ କରିଥିଲେ।

ତେବେ ଅଧିକାଂଶ ୟୁଜର୍ସଙ୍କୁ ପାର୍ଟନରଙ୍କୁ ଧୋକା ଦେବା ପରେ ପଶ୍ଚାତାପ ହୋଇଥାଏ ବୋଲି ସର୍ଭେରୁ ଜଣାପଡ଼ିଛି। ଏଥିରେ ସବୁଠାରୁ ଆଗରେ ଦିଲ୍ଲୀର ଲୋକେ ଅଛନ୍ତି। ଏଠାରେ ୭୪.୨ ପ୍ରତିଶତ ୟୁଜର୍ସ କହିଥିଲେ ଯେ ସେମାନଙ୍କୁ ପାର୍ଟନରଙ୍କୁ ଧୋକା ଦେବାର ପଶ୍ଚାତାପ ହୋଇଥାଏ। ଏହାପରେ ବେଙ୍ଗାଳୁରୁ ୬୨.୪ ପ୍ରତିଶତ, ଚେନ୍ନାଇ ୫୫ ପ୍ରତିଶତ ଓ ମୁମ୍ବାଇର ୫୪ ପ୍ରତିଶତ ୟୁଜର୍ସ ପାର୍ଟନରଙ୍କୁ ଧୋକା ଦେବା ପରେ ପଶ୍ଚାତାପ ହୋଇଥାଏ ବୋଲି ଉତ୍ତର ଦେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ