କୁମାର ସାନୁ କୋଭିଡ-୧୯ ପଜିଟିଭ


ପୂରା ଦୁନିଆରେ ଦ୍ରୁତ ଗତିରେ ମାଡ଼ି ଚାଲିଥିବା କୋରୋନା ଭାଇରସ ମହାମାରୀ ବଲିଉଡ ଇଣ୍ଡଷ୍ଟ୍ରୀକୁ ମଧ୍ୟ ଅନେକ କ୍ଷତି ପହଞ୍ଚାଇଛି। ଗତ କିଛି ଦିନ ମଧ୍ୟରେ ଅନେକ ସେଲିବ୍ରିଟି କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ମଲାଇକା ଅରୋରା ଓ ଅର୍ଜୁନ କପୁରଙ୍କ ଭଳି ଅନେକ କଳାକାରଙ୍କ ପରେ ଏବେ ଲୋକପ୍ରିୟ କଣ୍ଠଶିଳ୍ପୀ କୁମାର ସାନୁ ମଧ୍ୟ କୋରୋନା ଭାଇରସର ଶିକାର ହୋଇଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ କୁମାର ସାନୁ କୋଭିଡ-୧୯ ପଜିଟିଭ ହୋଇଛନ୍ତି। ଏହାପରେ କୁମାର ସାନୁ ହୋମ ଆଇସୋଲେସନରେ ଅଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଟ୍ବିଟରରେ କୁମାର ସାନୁଙ୍କ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ଟ୍ବିଟରର ହାଶଟ୍ୟାଗ କୁମାର ସାନୁ ଟ୍ୟାଗ କରିବାରେ ଲାଗିଛି। ସୂଚନାଯୋଗ୍ୟ ଯେ କୁମାର ସାନୁ ନିଜ ପରିବାରକୁ ଭେଟିବା ଲାଗି ଲସ ଏଞ୍ଜେଲସ ଯିବାର  ଯୋଜନା ଥିଲା। ଏଥିପାଇଁ ସେ କିଛି ପରୀକ୍ଷା କରାଇଥିଲେ। ଏଥିରେ ସେ କୋଭିଡ-୧୯ ପଜିଟିଭ ଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ